Posted inଫୁରସତ

ବ୍ୟକ୍ତିତ୍ୱ: ସଙ୍ଗୀତ ନିର୍ଦ୍ଦେଶକ ହେମନ୍ତ କୁମାର

ଭାରତୀୟ ସଙ୍ଗୀତକୁ ବ୍ୟବସାୟିକ କରିବା କ୍ଷେତ୍ରରେ ଯେଉଁ କେତେଜଣ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ହେମନ୍ତ କୁମାର ଅନ୍ୟତମ। ପୂର୍ବରୁ ସଙ୍ଗୀତ ଦରବାର ସୀମିତ ହୋଇ ରହିଥିଲା। ଶାସ୍ତ୍ରୀୟ ବ୍ୟାକରଣ ଜରିଆରେ ସଂଗୀତକୁ କ୍ଳିଷ୍ଟ କରିଦିଆଯାଉଥିଲା। ଫଳରେ ସାଧାରଣ ଲୋକମାନଙ୍କ ଦ୍ୱାରା ସଙ୍ଗୀତ ସେତେବେଶି ଆଦୃତ ହେଉ ନ ଥିଲା। ଲୋକମାନେ ଲୋକସଙ୍ଗୀତ ବା ପଲ୍ଲୀ ସଙ୍ଗୀତକୁ ମୁଖ୍ୟତଃ ସଙ୍ଗୀତ ଭାବରେ ଗ୍ରହଣ କରୁଥିଲେ। ତେବେ ହେମନ୍ତ କୁମାର ଏବଂ ଅନ୍ୟମାନେ ଶାସ୍ତ୍ରୀୟ ସହିତ ଲୋକସଙ୍ଗୀତ ସମିଶ୍ରଣ ଘଟାଇ ସଙ୍ଗୀତର ଏକ ନୂତନ ଭାବଧାରା ସୃଷ୍ଟିକଲେ, ଯାହା ସାଧାରଣ ଲୋକଙ୍କ ଦ୍ୱାରା ବହୁଭାବରେ ଆଦୃତ ହୋଇଥିଲା। ସେସବୁ ସଙ୍ଗୀତ ମୁଖ୍ୟତଃ ହିନ୍ଦୀ ଫିଲ୍ମରେ ହିଁ ବ୍ୟବହୃତ ହେଲା। ହେମନ୍ତ କୁମାରଙ୍କ ପୂରାନାମ ହେମନ୍ତ ମୁଖାର୍ଜୀ। ସେ ପ୍ରଥମେ ଜଣେ ଗାୟକ ଥିଲେ। ଆଉ ହିନ୍ଦୀ, ବେଙ୍ଗଲି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଗୀତ ଗାଇ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ରବୀନ୍ଦ୍ର ସଙ୍ଗୀତର ସେ ଥିଲେ ଜଣେ ମହାନ୍‌ ସାଧକ। ପରେ ପରେ ନିର୍ଦ୍ଦେଶନା ଦେଇ ସୃଷ୍ଟିକଲେ ଅନେକ ଅବିସ୍ମରଣୀୟ ସଙ୍ଗୀତ। ସେ ଦୁଇଥର ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ହାସଲ କରିଥିଲେ।

ପ୍ରାଥମିକ ଜୀବନ: ୧୯୨୦ ଜୁନ୍‌ ୧୬ ତାରିଖରେ ବାରାଣସୀସ୍ଥିତ ତାଙ୍କ ମାମୁଘରେ ହେମନ୍ତ କୁମାର ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର କୋଡ଼ିଏ ବର୍ଷ ତଳେ କଲିକତାକୁ ସ୍ଥାନାନ୍ତରିତ ହୋଇ ଆସିଥିଲେ। ମାମୁଘରେ ଜନ୍ମ ହୋଇଥିଲେ ସୁଦ୍ଧା ହେମନ୍ତଙ୍କର ପିଲାବେଳ କଟିଥିଲା କଲିକତାରେ। ପ୍ରଥମେ ନାସିରୁଦ୍ଦିନ୍‌ ସ୍କୁଲ ଏବଂ ପରେ ଭବାନୀପୁରରେ ଥିବା ମିତ୍ରା ଇନ୍‌ଷ୍ଟିଚୁଶନରେ ପାଠ ପଢ଼ିଥିଲେ। ତାଙ୍କ ପିଲାବେଳର ସାଙ୍ଗ ଥିଲେ ବଙ୍ଗଳାର ଖ୍ୟାତନାମା ଲେଖକ ସନ୍ତୋଷ କୁମାର ଘୋଷ ଏବଂ କବି ସୁଭାଷ ମୁଖୋପାଧ୍ୟାୟ। ହେମନ୍ତ କୁମାର ମଧ୍ୟ ଖୁବ୍‌ ଭଲ ଗଳ୍ପ ରଚନା କରୁଥିଲେ। ସେହିଭଳି ସଙ୍ଗୀତରେ ତାଙ୍କର ବିଶେଷ ରୁଚି ଥିଲା। ଇଣ୍ଟରମିଡିଏଟ୍‌ ଶେଷକରି ସେ ଯାଦବପୁରରେ ଥିବା ବେଙ୍ଗଲ ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗଦେଲେ। ତାଙ୍କ ମା’ବାପା ଚାହୁଁଥିଲେ ଯେ, ଇଞ୍ଜିନିୟର ହୁଅନ୍ତୁ। ମାତ୍ର ଇଞ୍ଜିନିୟର ହେବାକୁ ତାଙ୍କ ଭିତରେ ତିଳାର୍ଦ୍ଧେ ବି ଇଚ୍ଛା ନ ଥିଲା। ତେଣୁ ସେ ଇଞ୍ଜିନିୟରିଂ ଛାଡ଼ିଦେଇ ସଙ୍ଗୀତ କରିବାକୁ ନିଷ୍ପତ୍ତି ନେଲେ ଆଉ ତାହା ହିଁ କଲେ। ମା’ବାପାଙ୍କର ବିରୋଧ ତାଙ୍କ ଉପରେ କୌଣସି ପ୍ରଭାବ ପକେଇଲା ନାହିଁ। ସେ ତାଙ୍କର ସବୁତକ ସମୟ ସଙ୍ଗୀତ ପାଇଁ ଉତ୍ସର୍ଗ କରିଦେଲେ। ତେବେ ଗଳ୍ପ ଲେଖା ଛାଡ଼ି ନ ଥିଲେ। ସେତେବେଳେ ବଙ୍ଗଳାରେ ପ୍ରକାଶିତ ହେଉଥିବା ‘ଦେଶ’ ପତ୍ରିକାକୁ ଏକ ସମ୍ମାନଜନକ ପତ୍ରିକା ଭାବରେ ମାନ୍ୟ କରାଯାଉଥିଲା। ହେମନ୍ତଙ୍କର ଇଚ୍ଛା ଥିଲା ସେହି ପତ୍ରିକାରେ ତାଙ୍କର ଏକ ଗପ ପ୍ରକାଶିତ ହୁଅନ୍ତା। ସେଥିପାଇଁ ସେ ଉଦ୍ୟମ ଜାରି ରଖିଲେ। ଆଉ ଶେଷରେ ଦେଶରେ ମଧ୍ୟ ତାଙ୍କର ଏକ ଗପ ପ୍ରକାଶିତ ହେଲା।

ପରିବାର : ହେମନ୍ତଙ୍କର ଦୁଇଭାଇ ଏବଂ ଗୋଟିଏ ଭଉଣୀ ନୀଳିମା। ବଡ଼ଭାଇ ତାରାଜ୍ୟୋତି ବଙ୍ଗଳାର ଜଣେ ପ୍ରସିଦ୍ଧ କ୍ଷୁଦ୍ରଗଳ୍ପ ଲେଖକ। ସାନଭାଇ ଅମଲ ମୁଖାର୍ଜୀ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ। ହେମନ୍ତ ଗାୟିକା ବେଲା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ବେଲା ମଧ୍ୟ ଅନେକ ବଙ୍ଗଳା ଫିଲ୍ମ ପାଇଁ କଣ୍ଠଦାନ କରିଛନ୍ତି। ଅବଶ୍ୟ ବିବାହ ପରେ ବେଲା ପରିବାରକୁ ସମୟ ଦେବାକୁ ଯାଇ ସଙ୍ଗୀତ ପ୍ରତି ସେତେବେଶି ସମୟ ଦେଇ ନ ଥିଲେ। ହେମନ୍ତ ଓ ବେଲାଙ୍କର ଗୋଟିଏ ପୁଅ ଜୟନ୍ତ ଏବଂ ଗୋଟିଏ ଝିଅ ରାନୁ। ରାନୁ ବଙ୍ଗଳାରେ ଗାୟିକା ରାନୁ ମୁଖୋପାଧ୍ୟାୟ ଭାବରେ ପରିଚିତା। ପୁଅ ଜୟନ୍ତ ଫିଲ୍ମ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ବିବାହ କରିଥିଲେ।

କ୍ୟାରିୟର: ରେଡିଓରୁ ଆରମ୍ଭ ହୋଇଥିଲା ହେମନ୍ତ କୁମାରଙ୍କ କ୍ୟାରିୟର। ସେ ଶୈଲେଶ ଦାସଗୁପ୍ତା ତଥା ପଙ୍କଜ ମଲ୍ଲିକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଗୀତ ଗାଉଥିଲେ। ଏତଦ୍‌ବ୍ୟତୀତ ତାଙ୍କର ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ଭଲ ପ୍ରବେଶ ଥିଲା। ରେଡିଓ ଗୀତ ହିଁ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପଚାଶ ଦଶକ ବେଳକୁ ହେମନ୍ତ ଜଣେ ଗାୟକ ଭାବେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ। ବିଶେଷକରି ରବୀନ୍ଦ୍ର ସଙ୍ଗୀତ କ୍ଷେତ୍ରରେ ତାଙ୍କୁ ସବୁବେଳେ ଲୋଡ଼ାପଡୁଥିଲା। ଏହାପରେ ସେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ମୁମ୍ବାଇ ଚାଲିଆସିଥିଲେ। ଆଉ ମୁମ୍ବାଇ ମଧ୍ୟ ତାଙ୍କୁ ନିରାଶ କରି ନ ଥିଲା। ସେ ‘ନାଗିନ୍‌’ ଶୀର୍ଷକ ଏକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରିପାରିଥିଲେ। ତାଙ୍କ ସଙ୍ଗୀତରେ ଥିଲା ମାଟିର ମହକ, ରବୀନ୍ଦ୍ର ସଙ୍ଗୀତ ଲାଳିତ୍ୟ ପୁଣି ଶାସ୍ତ୍ରୀୟ ସଙ୍ଗୀତର ଗାମ୍ଭୀର୍ଯ୍ୟ। ତେଣୁ ସେ ସଫଳତା ଆଡ଼କୁ ଧାଇଁ ନ ଥିଲେ। ଅଧିକନ୍ତୁ ସଫଳତା ତାଙ୍କ ଆଡ଼କୁ ଅଗ୍ରସର ହୋଇଥିଲା।
୧୯୮୯ ସେପ୍ଟେମ୍ବର ୨୬ ତାରିଖରେ ଏହି ମହାନ୍‌ ପ୍ରତିଭାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri