Posted inଫୁରସତ

ବ୍ୟକ୍ତିତ୍ୱ: ସଙ୍ଗୀତକାର ମଦନ ମୋହନ କୋହଲି

୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ ମୋହନ। ତାଙ୍କୁ ସେହି ତିନିଦଶକର ସବୁଠୁ ମେଲୋଡିଅସ୍‌ ତଥା କ୍ଷମତାସମ୍ପନ୍ନ ସଙ୍ଗୀତକାର ଭାବରେ ବିବେଚନା କରାଯାଇଥାଏ।

ମଦନ ମୋହନ କୋହଲି। ସଂକ୍ଷେପରେ ମଦନ ମୋହନ। ହିନ୍ଦୀ ଫିଲ୍ମ ଦେଖିବାରେ ରୁଚି ରଖୁଥିବା ଲୋକମାନେ ଅପରିଚିତ ନୁହନ୍ତି ଏହି ନାମଟି ସହିତ। ୧୯୫୦ ଦଶକରୁ ଆରମ୍ଭ କରି ୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ ମୋହନ। ତାଙ୍କୁ ସେହି ତିନିଦଶକର ସବୁଠୁ ମେଲୋଡିଅସ୍‌ ତଥା କ୍ଷମତାସମ୍ପନ୍ନ ସଙ୍ଗୀତକାର ଭାବରେ ବିବେଚନା କରାଯାଇଥାଏ। ବିଶେଷ କରି ସେ ହିନ୍ଦୀ ଫିଲ୍ମ ପାଇଁ ଯେଉଁସବୁ ଗଜଲ କମ୍ପୋଜ କରିଛନ୍ତି ତାହା ତାଙ୍କୁ ଚିର ଅମର କରି ରଖିଛି ଓ ରଖିବ ମଧ୍ୟ। ମହମ୍ମଦ ରଫି, ତଲତ ମେହେମୁଦ୍‌, ଲତା ମଙ୍ଗେସକର ଏବଂ ଆଶା ଭେଁ।ସଲେଙ୍କ ଭଳି ମହାନ୍‌ ଗାୟକ ଗାୟିକାମାନେ ତାଙ୍କ ପାଇଁ କଣ୍ଠଦାନ କରି ହିନ୍ଦୀ ସଙ୍ଗୀତ ଦୁନିଆକୁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛନ୍ତି।

ଜନ୍ମ ଓ ପିଲାବେଳ : ୧୯୨୪ ମସିହା ଜୁନ୍‌ ୨୫ ତାରିଖରେ କୁର୍ଦ୍ଦିସ୍ତାନରେ ଜନ୍ମ ହୋଇଥିଲେ ମଦନ ମୋହନ। ବାପାଙ୍କ ନାମ ରାୟ ବାହାଦୁର ଚୁନିଲାଲ୍‌। ସେ କୁର୍ଦ୍ଦିସ୍ତାନରେ ଜଣେ ଆକାଉଣ୍ଟାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରୁଥିଲେ। ସେଥିଲାଗି ତାଙ୍କ ଶୈଶବର ବହୁଭାଗ ମଧ୍ୟପ୍ରାଚ୍ୟରେ ହିଁ ଅତିବାହିତ ହୋଇଥିଲା। ତାଙ୍କୁ ଯେତେବେଳେ ଆଠବର୍ଷ ବୟସ ସେତେବେଳେ ତାଙ୍କର ପରିବାର ପଞ୍ଜାବ ଫେରି ଆସିଲେ। ବାସ୍ତବରେ ରାୟ ବାହାଦୁର ଚୁନିଲାଲ୍‌ଙ୍କ ମୂଳଘର ହିଁ ଥିଲା ପଞ୍ଜାବର ଝେଲମ୍‌ ଜିଲ୍ଲାରେ। ଚୁନିଲାଲ କାମ ଅନ୍ବେଷଣରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଚାଲି ଆସିଲେ। ଲାହୋର୍‌ରେ ଜଣେ ଉସ୍ତାଦ ଥିଲେ କର୍ତାର ସିଂ। ସେ ତାଙ୍କରି ଠାରୁ ହିଁ ଅଳ୍ପ କିଛିଦିନ ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କଲେ। ଏହା ପରେ ସେ ଆଉ କାହାରିଠାରୁ ବିଧିବଦ୍ଧ ଭାବରେ ଶିକ୍ଷା ଗ୍ରହଣ କରିନାହାନ୍ତି। ପରେ ସେ ବାପାଙ୍କ ସହିତ ବମ୍ବେ ଚାଲି ଆସିଲେ ଓ ସେଠାରେ ତାଙ୍କ ଶିକ୍ଷା ଶେଷକଲେ। ୧୧ବର୍ଷ ବୟସରେ ସେ ଅଲ୍‌ ଇଣ୍ଡିଆ ରେଡିଓରେ ଜଣେ ଶିଶୁ କଣ୍ଠଶିଳ୍ପୀ ଭାବରେ କାର୍ଯ୍ୟ କରିଥିଲେ।

ପ୍ରାଥମିକ କ୍ୟାରିୟର : ଜଣେ ଲ୍ୟୁଟନାଣ୍ଟ ଭାବରେ ମଦନ ମୋହନ ପ୍ରଥମେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ଦୁଇବର୍ଷ ପରେ ସେ ଲ୍ୟୁଟନାଣ୍ଟ ଚାକିରି ଛାଡ଼ି ବମ୍ବେ ଫେରିଆସିଲେ। ଉଦ୍ଦେଶ୍ୟ ଥିଲା ନିଜର ସଙ୍ଗୀତକୁ ଆଗକୁ ନେବା। ସେ ଖୁବ୍‌ ଭଲ ଗୀତ ଗାଇ ପାରୁଥିଲେ ଓ କମ୍ପୋଜ୍‌ ମଧ୍ୟ କରି ପାରୁଥିଲେ। ସେ ଆସି ଅଲ୍‌ ଇଣ୍ଡିଆ ରେଡିଓ, ଲକ୍ଷ୍ନୌରେ ଯୋଗଦେଲେ। ସେଠାରେ ତାଙ୍କର ଉସ୍ତାଦ ଫୈୟାଜ ଖାନ୍‌, ଉସ୍ତାଦ ଅଲି ଆକବର ଖାନ୍‌, ବେଗମ୍‌ ଅଖତାର ଏବଂ ତଲତ ମେହେମୁଦ୍‌ଙ୍କ ଭଳି ବିଶିଷ୍ଟ ସଙ୍ଗୀତ ଶିଳ୍ପୀମାନଙ୍କ ସହିତ ପରିଚୟ ହେଲା। ସେ ସେମାନଙ୍କର ରେଡ଼ିଓ ପ୍ରୋଗ୍ରାମ୍‌ ପାଇଁ ଗୀତ କମ୍ପୋଜ କରିଥିଲେ। ସେ ନିଜେ ଜଣେ ରେଡିଓ ସିଙ୍ଗର ଥିଲେ ଓ ବହୁ ଗଜଲ ରେଡିଓ ପାଇଁ ରେକର୍ଡ଼ କରିଥିଲେ। ୧୯୪୮ ମସିହାରେ ତାଙ୍କୁ ଜଣେ ଗାୟକ ଭାବରେ ପ୍ରଥମେ ଫିଲ୍ମରେ ଗାଇବାକୁ ବ୍ରେକ୍‌ ମିଳିଥିଲା। ସେ ଲତା ମଙ୍ଗେସକରଙ୍କ ସହିତ ଦୁଇଟି ଗୀତରେ କଣ୍ଠଦାନ କରିଥିଲେ; ଯାହାର କମ୍ପୋଜର ଥିଲେ ଗୁଲାମ ହାଇଦର। ଫିଲ୍ମ ଥିଲା ସହିଦ। ତେବେ ଦୁର୍ଭାଗ୍ୟଜନକ ଭାବରେ ଫିଲ୍ମରେ ଏହି ଦୁଇଟି ଗୀତକୁ ବ୍ୟବହାର କରାଯାଇ ନ ଥିଲା। କିଛିଦିନ ସେ ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏସ୍‌.ଡି.ବର୍ମନ୍‌ଙ୍କ ନିକଟରେ ଜଣେ ସହ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାମ କଲେ।

ସଙ୍ଗୀତ ନିର୍ଦ୍ଦେଶନା : ୧୯୫୦ରେ ତାଙ୍କୁ ମିଳିଲା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ। ଫିଲ୍ମ ଥିଲା ‘ଆଖେଁ’। ଏହି ଫିଲ୍ମରୁ ତାଙ୍କର ମହମ୍ମଦ ରଫିଙ୍କ ସହିତ ବନ୍ଧୁତା ସୃଷ୍ଟି ହେଲା। ସେହିପରି ଦ୍ୱିତୀୟ ଫିଲ୍ମ ‘ଆଦା’ରେ ସେ କାମ କଲେ ଲତା ମଙ୍ଗେସକରଙ୍କ ସହିତ। ମହମ୍ମଦ ରଫି ଓ ଲତା ମଙ୍ଗେସକର ଥିଲେ ତାଙ୍କର ସବୁଠୁ ପ୍ରିୟ ଗାୟକ ଗାୟିକା। ସେ ତାଙ୍କର ପ୍ରତ୍ୟେକ ଫିଲ୍ମରେ ଏହି ଦୁହିଁଙ୍କ ପାଇଁ ଗୀତ ରଖୁଥିଲେ। ତାଙ୍କ ହାତରେ ଖୁବ୍‌ ଭଲ ଗଜଲ ସୃଷ୍ଟି ହେଉଥିଲା। ସେଥିଲାଗି କୋକିଳ କଣ୍ଠୀ ଲତା ତାଙ୍କୁ ଗଜଲ୍‌ର ରାଜକୁମାର ବୋଲି ଡାକୁଥିଲେ। ୧୯୭୫ ଜୁଲାଇ ୧୪ ତାରିଖରେ ଏହି ମହାନ୍‌ ସଙ୍ଗୀତ ନିର୍ଦ୍ଦେଶକଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video Viral: ଘରେ ରଖିଥିବା ହେଲମେଟ୍‌ ଭିତରୁ ବାହାରିଲା ନାଗ, ଆଉ ତା’ପରେ…

ନୂଆଦିଲ୍ଲୀ,୨।୧: ଦେଶର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଥଣ୍ଡାରେ ବାହାରକୁ ଯିବାକୁ ସଂକୋଚ କରୁଛନ୍ତି। ବାହାରକୁ ପାଦ ଦେବା ମାତ୍ରେ ଶରୀର...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri