Posted inଫୁରସତ

ବ୍ୟକ୍ତିତ୍ୱ: ବଲିଉଡ୍‌ର ବିଖ୍ୟାତ ଗାୟିକା ହେମଲତା

ଓଡ଼ିଆ ଫିଲ୍ମ ‘ଅଭିଳାଷ’ର ଗୋଟିଏ ଅତି ଲୋକପ୍ରିୟ ଗୀତ ହେଉଛି ‘ଚଗଲା ପବନ ଚଗଲା – ଚଗଲି ମନ ମୋ ଚଗଲି’। ତେବେ ହୁଏତ ଖୁବ୍‌ କମ୍‌ଲୋକ ଏକଥା ଜାଣିଥିବେ ଯେ ଏହି ଗୀତଟିକୁ ଗାଇଥିଲେ ବଲିଉଡ୍‌ର ଜଣେ ବିଖ୍ୟାତ ଗାୟିକା। ସେ ହେଉଛନ୍ତି ହେମଲତା। ଏହାକୁ ବାଦଦେଲେ ତାଙ୍କର ଆଉଏକ ସୁନ୍ଦର ଓଡ଼ିଆ ଡୁଏଟ୍‌ ମଧ୍ୟ ରହିଛି। ପ୍ରଣବ ପଟ୍ଟନାୟକଙ୍କ ସହିତ ସେ ଗାଇଥିଲେ ‘ତୁନିତୁନି କଥା ଲାଗେ ଭାରି ମିଠା’। ଗୀତ ଦୁଇଟି ଓଡ଼ିଆ ଫିଲ୍ମ ଦୁନିଆର ଦୁଇଟି ମାଇଲ୍‌ଖୁଣ୍ଟ। ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ନେପାଳି, ଭୋଜପୁରୀ, ଉର୍ଦ୍ଦୁ, ହରିଆନ୍‌ଭି, ପଞ୍ଜାବୀ, ବ୍ରଜଭାଷା, ରାଜସ୍ଥାନୀ, ମାଲୟାଲମ୍‌ ଆଦି ଭାଷାର ଗୀତ ଗାଇ ସେ ଭାରତୀୟ ସଙ୍ଗୀତ ଦୁନିଆରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ୧୯୭୦ ଦଶକରେ ସେ ନିଜର ସୁଲଳିତ କଣ୍ଠସ୍ବର ପାଇଁ ଅତି ପ୍ରସିଦ୍ଧ ଥିଲେ। ଆଉ ସେହି ସମୟକୁ ହିଁ ହେମଲତାଙ୍କ ଜୀବନର ଏକ ସୁବର୍ଣ୍ଣଖଣ୍ଡ ବୋଲି ବର୍ଣ୍ଣନା କରାଯାଇଥାଏ। ଶାସ୍ତ୍ରୀୟ ସଙ୍ଗୀତରେ ସେ ଥିଲେ ଜଣେ ତାଲିମପ୍ରାପ୍ତ କଣ୍ଠଶିଳ୍ପୀ। ଫିଲ୍ମଠୁ ଆରମ୍ଭ କରି କନସର୍ଟ, ଟେଲିଭିଜନ, ରେକର୍ଡ, କ୍ୟାସେଟ୍‌ ଆଦିରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ୧୯୭୭ରୁ ୧୯୮୧ ମଧ୍ୟରେ ସେ ପାଞ୍ଚଥର ଫିଲ୍ମ ଫେୟାର ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ପାଇଁ sମନୋନୀତ ହୋଇଥିଲେ। ‘ଚିତଚୋର’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ରବୀନ୍ଦ୍ର ଜୈନ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କେ.ଜେ.ୟେସୁଦାସଙ୍କ ସହିତ ଡୁଏଟ୍‌ ଗାନ କରିଥିଲେ। ଗୀତଟି ଥିଲା ‘ତୁ ଜୋ ମେରେ ସୁର ମେଁ’।

ପିଲାବେଳ : ୧୯୫୪ ମସିହା ଅଗଷ୍ଟ ମାସ ୧୬ ତାରିଖରେ ହାଇଦ୍ରାବାଦର ଏକ ରକ୍ଷଣଶୀଳ ମାରଓ୍ବାଡ଼ି ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେମଲତା। ବାପା ପଣ୍ଡିତ ଜୟଚନ୍ଦ ଭଟ୍ଟ ଏବଂ ମା’ ଅମ୍ବିକା ଭଟ୍ଟ। ତାଙ୍କର ପିତୃଦତ୍ତ ନାମ ଥିଲା ଲତା ଭଟ୍ଟ। ପଣ୍ଡିତ ଜୟଚନ୍ଦ ଭଟ୍ଟ ଥିଲେ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ। ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ମଧ୍ୟ ହେମଲତା କଲିକତାରେ ବଢ଼ିଥିଲେ। କଲିକତାରେ ହିଁ ତାଙ୍କ ଶୈଶବ ଯୌବନ ଅତିବାହିତ ହୋଇଥିଲା। ପିଲାଟି ବେଳୁ ସେ ଥିଲେ ଜଣେ ସୁରିଲା ଗାୟିକା। ତାଙ୍କୁ ଯେତେବେଳେ ମାତ୍ର ସାତବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ଭିତରେ ଯେ ଜଣେ ପ୍ରସିଦ୍ଧ ଗାୟିକା ହେବାର କଳା ଲୁଚି ରହିଛି ତାହାକୁ ଆବିଷ୍କାର କରିଥିଲେ ତାଙ୍କ ବାପାଙ୍କ ପାଖକୁ ଗୀତ ଶିଖିବା ପାଇଁ ଆସୁଥିବା ଜଣେ ଛାତ୍ର। ତାଙ୍କ ନାମ ଗୋପାଲ ମଲିକ। ସେ ତାଙ୍କୁ ଏକ ଗୀତ ଆସରରେ ମଧ୍ୟ ଗାଇବାକୁ ସୁଯୋଗ ଦେଇଥିଲେ। ସେଇ ସାତବର୍ଷ ବୟସରେ ହିଁ କଲିକତାର ରବୀନ୍ଦ୍ର ଷ୍ଟାଡ଼ିୟମଠାରେ ଆୟୋଜିତ ସଙ୍ଗୀତ ଆସରରେ ଗୀତ ଗାଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ ହେମଲତା। ଏହାପରେ ତାଙ୍କ ବାପା ମନସ୍ଥ କରିଥିଲେ ଯେ ଝିଅକୁ ନେଇ ସେ ମୁମ୍ବାଇ (ତତ୍କାଳର ବମ୍ବେ) ଚାଲିଯିବେ।

ବମ୍ବେ ଆସିବା ପୂର୍ବରୁ : ଝିଅର ସଙ୍ଗୀତ କ୍ୟାରିଅର ପାଇଁ ତାଙ୍କ ବାପା ବମ୍ବେ ଯିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ତାଙ୍କ ବାପା ଜୟଚନ୍ଦ ଭଟ୍ଟଙ୍କର ଜଣେ ନିୟମିତ ଛାତ୍ର ଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଦିବଂଗତ ରବୀନ୍ଦ୍ର ଜୈନ। ସେ ପ୍ରତ୍ୟେକ ଦିନ ଜୟଚନ୍ଦଙ୍କ ନିକଟକୁ ଗୀତ ଗାଇବା ପାଇଁ ଆସୁଥିଲେ। ରବୀନ୍ଦ୍ର ଜୈନ ପିଲାବେଳୁ ଥିଲେ ଜଣେ ସଙ୍ଗୀତ କମ୍ପୋଜର। ଗୀତ ଶିଖିବା ସହିତ ସେ ବଙ୍ଗଳା ଗୀତ ସବୁ କମ୍ପୋଜ କରୁଥିଲେ। ସେ ଯେଉଁ ବଙ୍ଗଳା ଗୀତ ସବୁର ସ୍ବର କରୁଥିଲେ ସେସବୁକୁ ଅଭ୍ୟାସ କରି ଗାଉଥିଲେ ହେମଲତା। ହେମଲତାଙ୍କୁ ସେତେବେଳେ ୧୨ବର୍ଷ ବୟସ। ରବୀନ୍ଦ୍ର ଜୈନଙ୍କ ସ୍ବରରେ ଫୋକ୍‌ ସଙ୍ଗୀତର ମିଶ୍ରଣ ରହୁଥିଲା। ସେହିହେତୁ ପିଲାବେଳୁ ରବୀନ୍ଦ୍ର ଜୈନଙ୍କ ଗୀତ ସବୁକୁ ଅଭ୍ୟାସ କରିଥିବାରୁ ହେମ୍‌ଲତାଙ୍କ କଣ୍ଠରେ ଫୋକ୍‌ ମ୍ୟୁଜିକ୍‌ର ଯେଉଁ ଲାଳିତ୍ୟ ତାହା ଦାନା ବାନ୍ଧି ଯାଇଥିଲା; ଯାହା ଭବିଷ୍ୟତରେ ତାଙ୍କ ପାଇଁ କାମରେ ଲାଗିଲା।

ବମ୍ବେରେ ଷ୍ଟ୍ରଗଲ୍‌ : ସଙ୍ଗୀତରେ କ୍ୟାରିଅର କରିବାକୁ ବମ୍ବେ ଆସିବା ପରେ ସେ ପ୍ରଥମେ ଓସ୍ତାଦ ରଇସ୍‌ ଖାନ୍‌ଙ୍କ ନିକଟରୁ ଗଜଲ୍‌ରେ ତାଲିମ୍‌ ନେଲେ। ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଅଲୀ ହେମଲତାଙ୍କ କଣ୍ଠସ୍ବର ଶୁଣି ଖୁବ୍‌ ଖୁସି ହୋଇଥିଲେ ଏବଂ କଣ୍ଠସ୍ବର ପରିପକ୍ୱ ହେବା ପର୍ଯ୍ୟନ୍ତ ସେ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ସେ ହେମଲତାଙ୍କୁ ଏକ ପାଞ୍ଚବର୍ଷିଆ ଚୁକ୍ତି କରାଇଥିଲେ। ଚୁକ୍ତି ଅନୁଯାୟୀ ହେମଲତା ତାଙ୍କଠୁ ପ୍ଲେବ୍ୟାକ୍‌ ସିଙ୍ଗିଙ୍ଗର ତାଲିମ ନେବେ। ଆଉ ସେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରମୋଟ୍‌ କରିବେ। ସେତେବେଳେ ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୌସାଦ ଅଲ୍ଲୀଙ୍କ ଦ୍ୱାରା ପ୍ରମୋଟ୍‌ ହେବା କିିଛି କମ୍‌ ବଡ଼କଥା ନ ଥିଲା। କାରଣ ସବୁ ବଡ଼ବଡ଼ ସଙ୍ଗୀତ ନିର୍ଦ୍ଦେଶକମାନେ ନୌସାଦ ଅଲ୍ଲୀଙ୍କ ଦ୍ୱାରା ତାଲିମ୍‌ ପ୍ରାପ୍ତ କଣ୍ଠଶିଳ୍ପୀମାନଙ୍କୁ ହିଁ ଅଗ୍ରାଧିକାର ଭିତ୍ତିରେ ଗୀତ ଗାଇବାକୁ ନେଉଥିଲେ। ନୌସାଦ ଅଲ୍ଲୀଙ୍କ ଦ୍ୱାରା ପ୍ରମୋଟ୍‌ କରାଯିବା ପରେ ସଙ୍ଗୀତ ନିର୍ଦ୍ଦେଶିକା ଉଷା ଖାନ୍ନାଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଆଉ ସେ ଉଷା ଖାନ୍ନାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ‘ରୂପ ରୁପୈୟା’ ଫିଲ୍ମ ପାଇଁ କଣ୍ଠଦାନ କରିଥିଲେ।

ରବୀନ୍ଦ୍ର ଜୈନ : ସତୁରି ଦଶକର ପ୍ରଥମ ଭାଗରେ ରବୀନ୍ଦ୍ର ଜୈନ ବମ୍ବେରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଆସିଲେ। ଆଗରୁ ହେମଲତା ରବୀନ୍ଦ୍ର ଜୈନଙ୍କ ଶତାଧିକ ଗୀତ ରେକର୍ଡ଼ କରି ସାରିଥିଲେ। ତେଣୁ ରବିନ୍ଦ୍ର ଜୈନ ବମ୍ବେ ଆସିବା ପରେ ହେମଲତା ହିଁ ତାଙ୍କ ପାଇଁ ପାଲଟିଗଲେ ଏକ ଆସେଟ୍‌। ପ୍ରାଥମିକ ପର୍ଯ୍ୟାୟରେ ରବୀନ୍ଦ୍ରଙ୍କୁ ଯେଉଁ ସ୍ବଳ୍ପ ବଜେଟ୍‌ର ଫିଲ୍ମ ମିଳୁଥିଲା ସେଥିରେ ସେ ହେମଲତାଙ୍କୁ ଗାୟିକା ଭାବରେ ନେଉଥିଲେ। ସେସବୁ ମଧ୍ୟରେ ଥିଲା କାଞ୍ଚ ଔର ହୀରା, ରାଖ୍‌ ଔର ଚିଙ୍ଗାରି, ଗୀତ୍‌ ଗାତା ଚଲ, ସଲାଖେଁ ଏବଂ ତପସ୍ୟା ଆଦି ଫିଲ୍ମ। ତେବେ ଏସବୁ ଫିଲ୍ମ ହେମଲତାଙ୍କ ପାଇଁ ସେତେ ବେଶି ମାଇଲେଜ୍‌ ଆଣିପାରି ନ ଥିଲା। ୧୯୭୧ରେ ରବୀନ୍ଦ୍ରଙ୍କ ହାତକୁ ଆସିଲା ଏକ ଫିଲ୍ମ ‘ଫକିରା’। ଏହି ଫିଲ୍ମରେ ଗୋଟିଏ ଗୀତ ପଡ଼ିଥିଲା ହେମଲତାଙ୍କ ଭାଗରେ। ତାହା ଥିଲା ‘ସୁନ୍‌ କେ ତେରି ପୁକାର’। ଗୀତଟି ଜବରଦସ୍ତ ହିଟ୍‌ ହୋଇଥିଲା। ଆଉ ଉଭୟ ରବୀନ୍ଦ୍ର ଜୈନ ଏବଂ ହେମ୍‌ଲତାଙ୍କ ଫିଲ୍ମ କ୍ୟାରିୟରକୁ ଏକ ଦିଶା ମିଳି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri