Posted inଫୁରସତ

ବ୍ୟକ୍ତିତ୍ୱ: ପ୍ରବନ୍ଧରୁ ମିଳିଲା ଭ୍ଲାଡିମିର୍‌ ନାବୋକୋଭ୍‌ଙ୍କୁ ପ୍ରସିଦ୍ଧି

ରୁଷ୍‌ର ଲେଖକ ଭାବରେ ଖ୍ୟାତି ପାଇବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ମାତ୍ର ଭାଗ୍ୟ ସମ୍ଭବତଃ ଅନ୍ୟ କିଛି ଚାହୁଁଥିଲା। ସେଥିଲାଗି ରୁଷ୍‌ ଭାଷାରେ ୯ ଗୋଟି ଉପନ୍ୟାସ ଲେଖିଥିଲେ ମଧ୍ୟ ତାଙ୍କୁ ପ୍ରତିଷ୍ଠା କି ପ୍ରସିଦ୍ଧି ମିଳି ନ ଥିଲା। ତେଣୁ ସେ ବାଧ୍ୟ ହୋଇ ଇଂଲିଶ ଭାଷାରେ ପ୍ରବନ୍ଧ ବା ଏସେ ଲେଖିବା ଆରମ୍ଭ କଲେ। ଆଉ କହିବା ନିଷ୍ପ୍ରୟୋଜନ, ରାତାରାତ୍‌ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲା ଅନ୍ତର୍ଜାତୀୟ ସ୍ବୀକୃତି। ଏହି ଅନ୍ତର୍ଜାତୀୟ ଲେଖକ ହେଉଛନ୍ତି ଭ୍ଲାଡିମିର୍‌ ନାବୋକୋଭ୍‌। ଭ୍ଲାଡିମିର ମଧ୍ୟ ତାଙ୍କର ପେନ୍‌ନେମ୍‌ ବା ଛଦ୍ମନାମ ଭ୍ଲାଡିମିର ସିରିନ୍‌ ନାମରେ ପରିଚିତ। ସେ ଏକାଧାରରେ ଥିଲେ ଜଣେ ଔପନ୍ୟାସିକ, କବି, ଅନୁବାଦକ ଏବଂ ପ୍ରାବନ୍ଧିକ। ୧୯୪୫ ମସିହାରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ। ଭ୍ଲାଡିମିରଙ୍କ ରଚିତ ବହି ସବୁକୁ ବିଶ୍ୱ ସାହିତ୍ୟର ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟ ଭାବରେ ବର୍ଣ୍ଣନା କରାଯାଇଥାଏ। ତାଙ୍କର ନାମ ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ ଲିଷ୍ଟରେ ସାତଥର ସ୍ଥାନିତ ହୋଇ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା।

ଜନ୍ମ ଓ ପରିବାର : ୧୮୯୯ ଏପ୍ରିଲ୍‌ ୨୨ ତାରିଖରେ ସେଣ୍ଟ୍‌ ପିଟର୍ସବର୍ଗର ଏକ ଧନିକ ପରିବାରରେ ଜନ୍ମ ହୋଇଥିଲେ ନାବୋକୋଭ୍‌। ତାଙ୍କ ବାପା ଭ୍ଲାଡିମିର ଡିମିଟ୍ରିଭ୍‌ କେବଳ ଧନୀ ନ ଥିଲେ; ସେ ଥିଲେ ଜଣେ ପ୍ରଭାବୀ ମଣିଷ। ତାଙ୍କର ପରିବାରକୁ ଲୋକମାନେ ଏକ ଆଦର୍ଶ ପରିବାର ଭାବରେ ବିବେଚନା କରୁଥିଲେ। ତାଙ୍କ ବାପା ସେହି ସମୟରେ ଥିଲେ ଜଣେ ପ୍ରସିଦ୍ଧ ଆଇନଜୀବୀ। ସେତିକିନୁହେଁ, ଜଣେ ସାମ୍ବାଦିକ ଭାବରେ ମଧ୍ୟ ତାଙ୍କର ବେଶ୍‌ ସୁଖ୍ୟାତି ରହିଥିଲା। ମା’ ୟେଲେନା ଥିଲେ ଜଣେ ବିଦୁଷୀ ମହିଳା। ୟେଲେନାଙ୍କ ବାପା ଅର୍ଥାତ୍‌ ନାବୋକୋଭ୍‌ଙ୍କ ଅଜା ଥିଲେ ଜଣେ କୋଟିପତି ରାଜନେତା। ସେ ଥିଲେ ଏକ ସୁନାଖଣିର ମାଲିକ। ଏତଦବ୍ୟତୀତ, ସେ କ୍ରିମିନାଲ ଲ’ ଆଣ୍ଡ ପଲିଟିକ୍ସ ଉପରେ ଏକାଧିକ ପୁସ୍ତକ ରଚନା କରିଥିଲେ। ପିଲାବେଳେ ନାବୋକୋଭ୍‌ ଅଜାଙ୍କ ସହିତ ବହୁତ ସମୟ ଅତିବାହିତ କରିଥିଲେ। ତେଣୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ପିଲାଟି ବେଳୁ ବହି ପଢ଼ିବାର ଅଭ୍ୟାସ କରି ନେଇଥିଲେ।
ଫେବୃୟାରୀ ବିପ୍ଳବ ପରେ : ୧୯୧୭ରେ ହେଲା ଫେବୃୟାରୀ ରିଭଲ୍ୟୁଶନ୍‌। ଏହା ତାଙ୍କର ପାରିବାରିିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ତାଙ୍କ ବାପା ରୁଷିଆନ୍‌ ପ୍ରୋଭିଜନାଲ ଗଭର୍ନମେଣ୍ଟରେ ସଚିବ ଭାବରେ କାର୍ଯ୍ୟକଲେ। ତେବେ ଅକ୍ଟୋବର ରିଭଲ୍ୟୁଶନ୍‌ ବେଳକୁ ରାଜନୈତିକ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ନକାରାତ୍ମକ ପାଲଟି ଯାଇଥିଲା। ସେମାନଙ୍କୁ ନିଜର ବାସସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ହୋଇଥିଲା। ସେମାନେ ପଶ୍ଚିମ ୟୁରୋପକୁ ଚାଲି ଆସିଲେ ଓ ବ୍ରିଟେନ୍‌ରେ ରହିଲେ। ନାବୋକୋଭ୍‌ ଟ୍ରିନିଟ୍‌ରେ ନାମ ଲେଖାଇଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏଇ ସ୍ଥାନାନ୍ତର ନାବୋକୋଭ୍‌ଙ୍କୁ ପରିପକ୍ୱ କରିବାରେ ଯଥେଷ୍ଟ ସହାୟକ ହୋଇଥିଲା। ଦେଶାନ୍ତରୀ ଜୀବନର ଦୁଃଖ, ଯାତନା, ଅନିଶ୍ଚିତତା ଗୋଟିଏ ଗୋଟିଏ କଞ୍ଚାମାଲ ହୋଇ ତାଙ୍କ ଭିତରେ ଲିପିବଦ୍ଧ ହୋଇ ଯାଉଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଯେତେବେଳେ ଲେଖିବା ଆରମ୍ଭ କଲେ ସେତେବେଳେ ସେହି ସବୁ ଘଟଣା ତାଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସେଥିଲାଗି ନାବୋକୋଭଙ୍କ ପ୍ରତ୍ୟେକ ରଚନାରେ ଏକ ଅନିଶ୍ଚିତ ଜୀବନ ଧାରଣର କଥା ସଦାସର୍ବଦା ଦେଖିବାକୁ ମିଳିଥାଏ।

ଲେଖିକା ବିରୋଧୀ ନାବୋକୋଭ୍‌ :
ଲେଖକ ଜୀବନର ପ୍ରାରମ୍ଭରୁ ନାବୋକୋଭ୍‌ ଥିଲେ ଘୋର ଲେଖିକା ବିରୋଧୀ। ସେ ଲେଖିକାମାନଙ୍କୁ ଆଦୌ ସାହିତି୍ୟକ ଭାବରେ ଗ୍ରହଣ କରିବାକୁ ଚାହୁଁ ନ ଥିଲେ। ଜେନ୍‌ ଅଷ୍ଟିନ୍‌ଙ୍କୁ ସେ ସର୍ବାଧିକ ବିରୋଧ କରୁଥିଲେ। ତେବେ କ’ଣ ପାଇଁ ସେ ସେମିତି କରୁଥିଲେ ତାହାର କୌଣସି କାରଣ ତାଙ୍କ ନିକଟରେ ନ ଥିଲା। ସେ ଏକଦା ନିଜର ଏକ ପ୍ରବନ୍ଧରେ ଜେନ୍‌ ଅଷ୍ଟିନ୍‌ଙ୍କ ସମେତ ଅନ୍ୟ ଲେଖିକାମାନଙ୍କୁ ‘ଭିନ୍ନଶ୍ରେଣୀ’ର ବୋଲି ବର୍ଣ୍ଣନା କରିଥିଲେ। ସବୁଠୁ ମଜାର କଥା, ତାଙ୍କର ସ୍ତ୍ରୀ ଭେରା ମଧ୍ୟ ଥିଲେ ଜଣେ ଲେଖିକା। ଅବଶ୍ୟ ତାଙ୍କୁ ବିବାହ କରିବା ପରେ ସେ ଲେଖାଲେଖିରୁ ନିଜକୁ ଦୂରେଇ ନେଇଥିଲେ। ମାତ୍ର ଭେରା ହିଁ ଥିଲେ ନାବୋକୋଭ୍‌ଙ୍କର ମୁଖ୍ୟ ଟ୍ରାନ୍‌ସଲେଟର। ପୁଣି ସେ ନିଜ ସ୍ବାମୀଙ୍କ ସାହିତ୍ୟର ପ୍ରସାର ଦିଗରେ ସବୁତକ ସମୟ ବିନିଯୋଗ କରିଦେଇଥିଲେ।
ଭେରାଙ୍କ ପାଇଁ ପଢ଼ିଲେ ମ୍ୟାନ୍ସଫିଲ୍ଡ ପାର୍କ : ଭେରା ସବୁବେଳେ ଚାହୁଁଥିଲେ ସ୍ବାମୀ ନାବୋକୋଭ୍‌ଙ୍କ ଭିତରୁ ଲେଖିକା ବିରୋଧୀ ମନୋଭାବ ଦୂରେଇଯାଉ। ସେଥିଲାଗି ସେ ସବୁବେଳେ କହୁଥିଲେ ଯେ, ସେ ଥରୁଟେ ଅଷ୍ଟିନ୍‌ଙ୍କର ‘ମ୍ୟାନ୍ସଫିଲ୍ଡ ପାର୍କ’ ଉପନ୍ୟାସଟିକୁ ପଢ଼ନ୍ତୁ। ସ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶେଷରେ ଦିନେ ନାବୋକୋଭ୍‌ ‘ମ୍ୟାନ୍ସଫିଲ୍ଡ ପାର୍କ’ ପଢ଼ିଲେ। ଆଉ ପଢ଼ିବା ପରେ ତାଙ୍କ ଭିତରେ ଲେଖିକାମାନଙ୍କୁ ନେଇ ରହିଥିବା ଧାରଣାର ଯୁଗପତ୍‌ ପରିବର୍ତ୍ତନ ଘଟିଥିଲା। ଏହାପରେ ସେ ଏକ ପ୍ରବନ୍ଧରେ ଉଲ୍ଲେଖ କରିଥିଲେ ଯେ, ନାରୀମାନେ ସାମାଜିକତାର ଶୃଙ୍ଖଳତାରୁ ବାହାରି ପାରନ୍ତି ନାହିଁ। ତେଣୁ ସେମାନେ ସୃଷ୍ଟି କରୁଥିବା ସାହିତ୍ୟରେ ସାମାଜିକ ଘଟାଟୋପରୁ ମୁକ୍ତି ନ ଥାଏ। ସେଇଥିପାଇଁ ସେ ଲେଖିକାମାନଙ୍କୁ ବରଦାସ୍ତ କରୁ ନ ଥିଲେ। ଆଉ ସେମାନଙ୍କୁ ‘ଭିନ୍ନଶ୍ରେଣୀ’ ବୋଲି ବିବେଚନା କରୁଥିଲେ। ମାତ୍ର ଅଷ୍ଟିନ୍‌ଙ୍କ ‘ମ୍ୟାନ୍ସଫିଲ୍ମ ପାର୍କ’ ତାଙ୍କର ସେହି ଭ୍ରମକୁ ଦୂରୀଭୂତ କରିଦେଇଥିଲା। ଲେଖିକାମାନେ ମଧ୍ୟ ଲେଖକମାନଙ୍କ ପରି ସମାଜ ତଥା ପରମ୍ପରାକୁ ଅସ୍ବୀକାର କରିପାରନ୍ତି ତାହା ଅଷ୍ଟିନ୍‌ ତାଙ୍କ ଉପନ୍ୟାସରେ ପ୍ରମାଣିତ କରି ପାରିଥିଲେ। ୧୯୭୭ ଜୁଲାଇ ୨ ତାରିଖରେ ଏହି ମହାନ ବ୍ୟକ୍ତିତ୍ୱଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri