Posted inଫୁରସତ

ବ୍ୟକ୍ତିତ୍ୱ: ଅନ୍ତର୍ଜାତୀୟ ସୁପରଷ୍ଟାର ଏମା ଓ୍ବାଟ୍‌ସନ୍‌

ଇଣ୍ଟରନ୍ୟାଶନାଲ ସୁପରଷ୍ଟାର ବା ଅନ୍ତର୍ଜାତୀୟ ସୁପରଷ୍ଟାର। ଅତି କମ୍‌ ବୟସରେ ଏଭଳି ଏକ ମୁକୁଟ ପିନ୍ଧିବାର ସଫଳ ହୋଇଛନ୍ତି ସେ। ଏକ ପରିସଂଖ୍ୟାନ ଅନୁଯାୟୀ ସେ ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ବିଷୟରେ ସର୍ବାଧିକ ଥର ଅନ୍ତର୍ଜାତୀୟ ପତ୍ରିକାମାନଙ୍କରେ ତଥ୍ୟ ପ୍ରକାଶିତ ହୋଇଛି। ପୁଣି ଇଣ୍ଟରନେଟ୍‌ରେ ମଧ୍ୟ ତାଙ୍କ ଫଟୋର ଡାଉନ୍‌ଲୋଡ଼ ତାଲିକା ସର୍ବାଧିକ। ଏହି ସବୁକୁ ଆଖି ଆଗରେ ରଖି ତାଙ୍କୁ କୁହାଯାଉଛି ଅନ୍ତର୍ଜାତୀୟ ସୁପରଷ୍ଟାର ବା ଇଣ୍ଟରନ୍ୟାଶନାଲ ସୁପରଷ୍ଟାର। ସେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଏମା ଓ୍ବାଟ୍‌ସନ୍‌। ବିଶେଷକରି ‘ଦି ବ୍ଲିଙ୍ଗ୍‌ ରିଙ୍ଗ୍‌’ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି।

୨୦୧୩ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ଦି ବ୍ଲିଙ୍ଗ୍‌ ରିଙ୍ଗ୍‌’। ଏହା ଏକ ବ୍ୟଙ୍ଗାତ୍ମକ କ୍ରାଇମ୍‌ ଡ୍ରାମା। କିଛି ପଥଭ୍ରଷ୍ଟ କିଶୋର ଜଣେ ସୁନ୍ଦରୀ ସେଲିବ୍ରିଟିଙ୍କ ଘରୁ ଚୋରି କରୁଛନ୍ତି। ଏହି ସୁନ୍ଦରୀ ସେଲିବ୍ରିଟି ଭୂମିକାରେ ଅଭିନୟ କରିଛନ୍ତି ସୁନ୍ଦରୀ ଏମା। ଫିଲ୍ମ ରିଲିଜ୍‌ ହେବା ପରେ ମୁଭି କ୍ରିଟିକ୍‌ମାନେ କହିଥିଲେ ଯେ ଏହା ହେଉଛି ଏମାଙ୍କ ଜୀବନର ସବୁଠାରୁ ସଫଳ ଫିଲ୍ମ। ଏହି ଫିଲ୍ମ ହିଁ ଏମାଙ୍କୁ ଜଣେ ଅନ୍ତର୍ଜାତୀୟ ନାୟିକାରେ ପରିଣତ କରିଦେଇଥିଲା।

ହ୍ୟାରି ପୋଟର୍‌ରୁ ଆରମ୍ଭ : ଏମାଙ୍କୁ ହ୍ୟାରିପୋଟର୍‌ର ନାୟିକା ବୋଲି କୁହାଯାଏ। ତାଙ୍କର ପୂରାନାମ ଏମା ଚାର୍ଲୋଟ୍‌ ଡୁଏରେ ୱାଟ୍‌ସନ୍‌। ପ୍ୟାରିସ୍‌ରେ ଜନ୍ମ। ସେ ଏକାଧାରରେ ଜଣେ ମଡେଲ୍‌ ତଥା ଅଭିନେତ୍ରୀ ।
ସେ ୯ ବର୍ଷର ହୋଇଥିବା ବେଳେ ଅଭିନୟ ଜଗତକୁ ଆସିଥିଲେ। ସେହି ଫିଲ୍ମ ଥିଲା ହ୍ୟାରି ପୋର୍ଟର୍‌। ହ୍ୟାରି ପୋଟର ସିରିଜ୍‌ ହିଁ ଏମାଙ୍କୁ ଜଣେ ଅଭିନେତ୍ରୀର ମାନ୍ୟତା ଦେଇଥିଲା। ହରମିନୁ ଗ୍ରାଞ୍ଜର ଭୂମିକାରେ ଅଭିନୟ କରି ସେ ସମସ୍ତଙ୍କ ମନ ଜିଣି ନେଇଥିଲେ।

ମୂଳରୁ ଅଭିନୟ : ପିଲାଟି ବେଳୁ ଏମାଙ୍କ ଭିତରେ ଅଭିନୟ କରିବାର ନିଶା ଭରପୂର ହୋଇ ରହିଥିଲା। ସ୍କୁଲ୍‌ରେ ଅନୁଷ୍ଠିତ ଡ୍ରାମା ତଥା ଏକକ ଅଭିନୟରେ ସେ ଅଂଶଗ୍ରହଣ କରୁଥିଲେ ଓ ପ୍ରାଇଜ୍‌ ଜିତୁଥିଲେ। ହ୍ୟାରି ପୋଟର ସିରିଜ୍‌ରେ ଅଭିନୟ କରି ସେ ହଲିଉଡ୍‌କୁ ପ୍ରବେଶ କରିଥିଲେ। ବୟସରେ କମ୍‌ ହୋଇଥିଲେ ମଧ୍ୟ ଏମାଙ୍କ ପ୍ରତିଭା ତାଙ୍କୁ ସଫଳତାର ପାହାଚ ଚଢ଼େଇ ନେଇଥିଲା। ବଡ଼ ପରଦାରେ ନୁହେଁ; ଏମା ଓ୍ବାଟସନ୍‌ ଟେଲିଭିଜନ୍‌ରେ ମଧ୍ୟ ବେଶ୍‌ ସମାନ୍ତରାଳ ଭାବରେ ସକ୍ରିୟ। ‘ଦି ଟେଲ୍‌ ଅଫ୍‌ ଡେସ୍‌ପିରେକ୍ସ’ ଥିଲା ତାଙ୍କର ପ୍ରଥମ ଟେଲି ସିରିଜ୍‌। ଏହା ଥିଲା ଏକ ଆନିମେଟେଡ଼ ଫିଲ୍ମ।

ଜନ୍ମ ଓ ପରିବାର : ୧୯୯୦ ମସିହା ଏପ୍ରିଲ୍‌ ୧୫ ତାରିଖରେ ପ୍ୟାରିସ୍‌ର ଏକ ଓକିଲ ପରିବାରରେ ଏମା ୱାଟ୍‌ସନ୍‌ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ନଁା କ୍ରିସ୍‌ ୱାଟ୍‌ସନ୍‌ ଏବଂ ମା’ଙ୍କ ନାମ ଜାକ୍‌ଲିନ୍‌ ଲୁସ୍‌ବେ। ଦୁହେଁ ଆଇନ୍‌ ବ୍ୟବସାୟ ସହିତ ଜଡ଼ିତ ଥିଲେ। ତାଙ୍କୁ ଯେତେବେଳେ ପାଞ୍ଚବର୍ଷ ସେତେବେଳେ ତାଙ୍କ ବାପାମା’ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା। ବାପା ସେମାନଙ୍କଠାରୁ ଦୂରେଇଗଲେ। ମା’ ଜାକ୍‌ଲିନ୍‌ ବ୍ରିଟେନ୍‌ ଫେରି ଆସିଲେ। ପ୍ୟାରିସ୍‌ରେ ଜନ୍ମ ହୋଇଥିଲେ ମଧ୍ୟ ବ୍ରିଟେନ୍‌ରେ ବିତିଲା ତାଙ୍କ କୈଶୋର ଓ ଯୌବନ। ପାଠପଢ଼ା ମଧ୍ୟ ବ୍ରିଟେନ୍‌ରେ ହେଲା। ଏହାସତ୍ତ୍ୱେ ବି ଏମା ଭଲପାଆନ୍ତି ପ୍ୟାରିସ୍‌କୁ। କାରଣ ପ୍ୟାରିସ୍‌ ତାଙ୍କର ଜନ୍ମସ୍ଥାନ।

୬ ବର୍ଷରୁ ଅଭିନୟରେ ତାଲିମ : ସେ ୬ ବର୍ଷର ହୋଇଥିବା ବେଳେ ନିଷ୍ପତ୍ତି ନେଇଥିଲେ ଯେ, ବଡ଼ ହୋଇ ସେ ଅଭିନେତ୍ରୀ ହେବେ। ଅଭିନୟକୁ କ୍ୟାରିୟର କରିବେ। ସେଥିଲାଗି ସେ ଏକ ନାଟ୍ୟ ଅନୁଷ୍ଠାନରେ ବିଧିବଦ୍ଧ ଭାବରେ ତାଲିମ୍‌ ନେଲେ। କେବଳ ଅଭିନୟ ନୁହେଁ; ଅଭିନୟ ସହିତ ଗୀତ, ନାଚ ଏବଂ ଅନ୍ୟାନ୍ୟ ବିଭାଗରେ ତାଲିମ ନେଲେ। ୧୦ ବର୍ଷର ହେବା ବେଳକୁ ଏମା ସ୍କୁଲ୍‌ ତଥା ସ୍ଥାନୀୟ ଅଞ୍ଚଳରେ ଥିବା ନାଟ୍ୟ ଅନୁଷ୍ଠାନମାନଙ୍କରେ ଅଂଶ ଗ୍ରହଣ କରି ପ୍ରସିଦ୍ଧ ହୋଇ ପାରିଥିଲେ। ଏହି ସମୟରେ ହ୍ୟାରି ପୋଟର ସିରିଜ୍‌ ପାଇଁ ଜଣେ ସୁନ୍ଦରୀ କିଶୋରୀ ଅଭିନେତ୍ରୀଙ୍କୁ ଖୋଜା ଯାଉଥିଲା। ସେଥିଲାଗି କଳାକାର ଚୟନ କରାଯାଉଥିଲା। ଏମା ଏହି କଳାକାର ଚୟନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ବ୍ୟକ୍ତିଗତ ଜୀବନ : ୨୦୦୧ରେ ହ୍ୟାରି ପୋଟର ସିରିଜ୍‌ର ପ୍ରଥମ ଫିଲ୍ମ ‘ଦି ଫିଲୋସଫର୍‌ସ ଷ୍ଟୋନ୍‌’ର ଶୁଭମୁକ୍ତି ହେଲା। ପ୍ରଥମ ଦିନରେ ହିଁ ଏହା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ସମାଲୋଚକମାନେ ପ୍ରଶଂସାରେ ପୋତି ପକେଇଥିଲେ ଏହି ଫିଲ୍ମ ସହିତ ଏମା ୱାଟ୍‌ସନ୍‌ଙ୍କୁ। ଏମାଙ୍କ ଅନ୍ୟ ଫିଲ୍ମ ମଧ୍ୟରେ ରହିଛି ‘ଦିସ ଇଜ ଦ ଏଣ୍ଡ’, ‘କଲୋନିଆ’, ‘ବିୟୁଟି ଆଣ୍ଡ ଦ ବିଷ୍ଟ’, ‘ଲିଟିଲ ଓ୍ବିମ୍ୟାନ୍‌’ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri