ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଗୁଡଭେଲା,୩।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଗୁଡଭେଲା ପ୍ରଶାସନ ପକ୍ଷରୁ ବ୍ଲକର ୧୩ଟି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଏହି ସବୁ ଖାଦ୍ୟ ରନ୍ଧା କେନ୍ଦ୍ରକୁ ଯାଇ ତଦାରଖ କରୁଛନ୍ତି। ଶୁକ୍ରବାର ୧୩ଟି ପଞ୍ଚାୟତର ପ୍ରାୟ ୯୭୪ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଗମ୍ଭାରିଗୁଡା, ଜାମୁଟ, ବିରାମୁଣ୍ଡା, ଦେଓମୁହାନ, ବାଗବାହଳି, ଦେଓଗୁଡି ଆଦି ଗ୍ରାମରେ ଚାଲିଥିବା ରନ୍ଧା କେନ୍ଦ୍ରକୁ ଯାଇ ବ୍ଲକ୍‌ ଅଧ୍ୟକ୍ଷ ଦୋରା ଦେଖିବା ସହ ଲୋକଙ୍କ ଅସୁବିଧା ସୁବିଧା ବୁଝିଥିଲେ।