ବ୍ଲକସ୍ତରୀୟ ଗୁରୁଦିବସ : ଅବସରପ୍ରାପ୍ତ ଶିକ୍ଷକ, କୃତୀ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଭଟଲି,୫।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ସତୀହାତୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଭଟଲି ବ୍ଲକ୍‌ ସମନ୍ବିତ ଶିକ୍ଷକ ସଂଘର ବ୍ଲକ ସଭାପତି ତିୟାରମ ଡନସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଟଲି ଗୋଷ୍ଠୀ ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭଟଲି ଦଧିବାମନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୁରୁମାନଙ୍କୁ ଭଗବାନ ସ୍ବରୁପ ପୂଜା କରିବା ସହିତ ତାଙ୍କ ସହ ନମ୍ର ଆଚରଣ ପ୍ରଦର୍ଶନ ପୂର୍ବକ ଆଶୀର୍ବାଦ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏବିଇଓ ପ୍ରଫୁଲ୍ଲ କୁମାର ନନ୍ଦ, ଏବିଇଓ ଅରୁଣ କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ରବି ନାରାୟଣ ଭୋଇ, ବ୍ଲକ୍‌ ସମନ୍ବିତ ଶିକ୍ଷକ ସଂଘର ସଂପାଦକ ବିଭୂତି ଚରଣ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପ୍ରାରମ୍ଭରେ ତେଜାଗୋଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ୩ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ସେହିପରି ୨୦୧୯ ଶିକ୍ଷା ବର୍ଷ ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୨୫ ଜଣ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଉପେନ୍ଦ୍ର ଖମାରୀ ସଭା ପରିଚାଳନା କରିଥିବାବେଳେ ଆଞ୍ଚଳିକ ସାଧନ ସଂଯୋଜକ ବୈରାଗୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ା