ବ୍ରିଟେନ୍‌ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି

ବ୍ରିଟେନ୍‌ରେ ଲୋକେ ହ୍ୟାଟ୍‌ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି। ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ ପସନ୍ଦ କରିଥାଆନ୍ତି। ତେବେ ବ୍ରିଟେନ୍‌ର ରାଣୀ ଏଲିଜାବେଥ୍‌ଙ୍କ ଟୋପିର ରଙ୍ଗ ଓ ଡିଜାଇନ୍‌ ସବୁଠାରୁ ଅଲଗା।

ଆଖି ଲାଖିଯିବା ଭଳି ଡିଜାଇନର ଟୋପି ପିନ୍ଧନ୍ତି ମହାରାଣୀ। ବିଗତ ୫୦ ବର୍ଷ ମଧ୍ୟରେ ରାଣୀ ଏଲିଜାବେଥ୍‌ ପାଖାପାଖି ୫ ହଜାରରୁ ଅଧିକ ଟୋପି ପିନ୍ଧିଥିବା ଜଣାପଡିଛି। ତାହାପୁଣି ସବୁ ଅଲଗା ଅଲଗା ରଙ୍ଗ ଓ ଅଲଗା ଅଲଗା ଡିଜାଇନ୍‌ର। ଏଥିପାଇଁ ଜଣେ ସ୍ବତନ୍ତ୍ର ଡିଜାଇନର୍‌ଙ୍କୁ ନିଯୁକ୍ତି ଦିଆଯାଇଛି।

ଏମିତିକି ପ୍ରିନ୍ସ ହ୍ୟାରିଙ୍କ ବିବାହ ଉତ୍ସବରେ ମଧ୍ୟ ମହାରାଣୀ ସବୁଠାରୁ ଭିନ୍ନ ଧରଣର ଟୋପି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ବ୍ରିଟେନ ରାଜ ପରିବାରରେ ଟୋପି ଏକ ବିଶେଷ ସ୍ଥାନ ଅଧିକାର କରିଥିବା ବେଳେ ଏଥିରେ ମହିଳାମାନଙ୍କର ଅଧିକ ରୁଚି ଥିବା ଦେଖିବାକୁ ମିଳେ।

Share