ବ୍ରିଟିଶ ଅମଳର ବଙ୍ଗଳା ଜରାଜୀର୍ଣ୍ଣ

ଛେଣ୍ଡିପଦା,୨ା୬(ଡି.ଏନ.ଏ.)- ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ତଥା ଜରପଡା ରାଜସ୍ବ ସର୍କଲର ଦୁର୍ଗାପୁର ଗ୍ରାମସ୍ଥିତ ବ୍ରିଟିଶ ଅମଳର ଏକ ବ୍ରିଟିଶ ବଙ୍ଗଳା। ରାଜସ୍ବ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ରକ୍ଷଣାବେକ୍ଷଣ ତଥା ମରାମତି ଅଭାବ ଯୋଗୁ ଏହି ବଙ୍ଗଳା ଭୂତକୋଠିରେ ପରିଣତ ହେଲାଣି। ବହୁବାର ଦାବି ସତ୍ତ୍ୱେ ଏହାର ପୁନରୁଦ୍ଧାର କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଜିଲାର ତତ୍କାଳୀନ ତିନିଦେଶ ପ୍ରଗଣା ଅଞ୍ଚଳରେ ବ୍ରିଟିଶ ଶାସନ ବ୍ୟବସ୍ଥା ସୁପରିଚାଳନା, ତଦାରଖ ତଥା କର, ଖଜଣା, ମାହାସୁଲ ଆଦି ଆଦାୟ କରାଯିବା ସାଙ୍ଗକୁ ବ୍ରିଟିଶ ସରକାରଙ୍କ ଲାଟ ସାହେବଙ୍କ ରହଣି ଆଦି ପାଇଁ ଦୁର୍ଗାପୁର ଗ୍ରାମଠାରେ ଏହି ବଙ୍ଗଳା ନିର୍ମାଣ କରାଯାଇଥିଲା। ପୋଡା ଇଟା ଓ ଚୂନ ଅଠା ମାଧ୍ୟମରେ ଏହି କୋଠା ତିଆରି ହୋଇଥିଲା। ଏହାସହ କାରୁକାର୍ଯ୍ୟ ପୂର୍ଣ୍ଣ ପାନିଆରି କବାଟ ଏବଂ କାଠରେ ତିଆରି ଝରକା ମଧ୍ୟ ଖଞ୍ଜା ଯାଇଥିଲା। ହେଲେ ଏହାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବଙ୍ଗଳାର ଛାତ ଭୁସୁଡି ପଡିଥିବା ବେଳେ କେବଳ ୧୫/୨୦ ଇଞ୍ଚ ଓସାରିଆ କାନ୍ଥ ରହିଛି। ଏହା ଚାରିପାଖରେ ସରକାରୀ ଜାଗା ମଧ୍ୟ ରହିଛି।
ସ୍ବାଧୀନତା ଆନ୍ଦୋଳନ ତଥା ଓଡ଼ିଶା ରାଜନୈତିକ ଇତିହାସ କ୍ଷେତ୍ରରେ ଏହି ଅଞ୍ଚଳ ସ୍ମାରକୀ ବହନ କରୁଛି। ତେଣୁ ଏଠାରେ ଥିବା ବହୁ ପୁରାତନ ବଙ୍ଗଳା ପୁନରୁଦ୍ଧାର କରାଗଲେ ଆଗାମୀ ଦିନରେ ଏହା ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏଥିପ୍ରତି ଜିଲା ପ୍ରଶାସନ ତଥା ରାଜସ୍ବ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା କୁହନ୍ତି, ରାଜସ୍ବ ବିଭାଗ ଅଧୀନରେ ଏହି ବଙ୍ଗଳା ରହିଛି। ଉକ୍ତ ବଙ୍ଗଳା ପରିଦର୍ଶନ କରିବା ସହ ସମ୍ପୂର୍ଣ୍ଣ ତଦାରଖ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଏବଂ ଜିଲା ପ୍ରଶାସନକୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri