Categories: ଖେଳ

ବ୍ରାଡମ୍ୟାନଙ୍କୁ ପଛରେ ପକାଇଲେ ଅଗ୍ରଓ୍ବାଲ

ଇନ୍ଦୋର,୧୫।୧୧- ଖୁବ କମ୍‌ ଇନିଂସ ଖେଳି ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିବା ଧାରରେ ଫାଦର ଅଫ୍‌ କ୍ରିକେଟ ଭାବେ ଜଣାଶୁଣା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ। ବ୍ରାଡମ୍ୟାନ ୧୩ତମ ଇନିଂସରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ହାସଲ କରିଥିଲେ। କିନ୍ତୁ ମୟଙ୍କ ୧୨ ଇନିଂସରେ ଏହି ସଫଳତା ପାଇଛନ୍ତି। ତେବେ ଏହି ବିଶ୍ୱ ରେକର୍ଡ ସଚିନ ତେନ୍ଦୁଲକରଙ୍କ ପିଲାବେଳର ସାଙ୍ଗ ବିନୋଦ କାମ୍ବଲିଙ୍କ ନାମରେ ରହିଛି। ସେ ମାତ୍ର ୫ ଇନିଂସରେ ଏହି ସଫଳତା ପାଇଥିଲେ।

Share