ବ୍ରାଉନସୁଗାର ବେପାରୀଙ୍କ ହାତରେ ଚୋରା ବନ୍ଧୁକ

ଭୁବନେଶ୍ୱର,୧।୩(ବ୍ୟୁରୋ): ବନ୍ଧୁକ ମୁନରେ ଚାଲିଛି ବ୍ରାଉନସୁଗାର ବେପାର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କଟକ ଟାଙ୍ଗୀ ଅଞ୍ଚଳରୁ ଦୁଇଜଣ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରିବା ପରେ ଚୋରା ବନ୍ଧୁକ କାରବାରର ମଧ୍ୟ ସୁରାକ ପାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀର ଅନନ୍ତ ସାହୁ ଓରଫ ବୁଦ୍ଧିଆ ଏବଂ ଦୀପ୍ତିରଞ୍ଜନ ବାରିକ ଓରଫ ଇଲୁ। ଉଭୟଙ୍କ ନିକଟରୁ ଏସ୍‌ଟିଏଫ୍‌ ୫୬ ଗ୍ରାମର ବ୍ରାଉନସୁଗାର,୯ ଏମ୍‌ଏମ୍‌ର ଗୋଟିଏ ବନ୍ଧୁକ, ୪ ଗୁଳି ଓ ଗୋଟିଏ କାର୍‌ ଜବତ କରିଛି। ଏସ୍‌ଟିଏଫ୍‌ ସେମାନଙ୍କୁ ଟାଙ୍ଗୀ ପୋଲିସକୁ ହସ୍ତାନ୍ତର କରିଛି। ଏନେଇ ଟାଙ୍ଗୀ ଥାନାରେ କେସ୍‌ ନଂ-୪୩/୨୦ ଦଫା ୨୧(ବି) ଏନ୍‌ଡିପିଏସ୍‌ ମାମଲା ରୁଜୁ କରାଯିବା ସହ ୨୫(୧)(ଏ) ଆର୍ମ ଆକ୍ଟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତ ଏବଂ ଦୀପ୍ତିରଞ୍ଜନ ବାଲେଶ୍ୱରରୁ ଜଣେ ମହିଳାଙ୍କଠାରୁ ବ୍ରାଉନସୁଗାର ଆଣି କଟକ ଓ ଭୁବନେଶ୍ୱରରେ ବେପାର କରନ୍ତି। ପୂର୍ବରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଗିରଫ ହୋଇଥିବା ଅନ୍ୟ ଦୁଇ ବେପାରିଙ୍କୁ ପଚରାଉଚରା ପରେ ଏମାନଙ୍କ ସମ୍ପର୍କରେ ସୂଚନା ପାଇଥିଲା ଏସ୍‌ଟିଏଫ୍‌। ପରେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ବ୍ରାଉନସୁଗାର ବେପାର ପାଇଁ ସେମାନେ ପାଖରେ ଚୋରା ବନ୍ଧୁକ ରଖିଥିଲେ। ଯେଉଁମାନେ ପୋଲିସକୁ ଖବର ଦେବାଲାଗି କହୁଥିଲେ ସେମାନେ ବନ୍ଧୁକ ଦେଖାଇ ଧମକ ଚମକ ଦେଉଥିଲେ। ଫଳରେ ଏମାନଙ୍କ କଳା କାରବାର ବିଷୟରେ ଯିଏ ଜାଣୁଥିଲେ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ। ଶୁକ୍ରବାର ରାତିରେ ଉଭୟ ଟାଙ୍ଗୀ ଅଞ୍ଚଳରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ କାର ଭିତରେ ବସି ବ୍ରାଉନସୁଗାର ବିକ୍ରି କରିବାକୁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରି ଉଭୟଙ୍କୁ କାବୁ କରିଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ଓ ଗୁଳି ଭର୍ତ୍ତି ବନ୍ଧୁକ ମିଳିଥିଲା। ସେମାନେ ଉକ୍ତ ଚୋରା ବନ୍ଧୁକ କେଉଁଠି କିଣିଥିଲେ ଓ ତାହାକୁ ଅନ୍ୟ କେଉଁସବୁ ଘଟଣାରେ ବ୍ୟବହାର କରିଛନ୍ତି ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନାମରେ ଟାଙ୍ଗୀ କିମ୍ବା ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏପରି କି ଆବଶ୍ୟକ ହେଲେ ଏସ୍‌ଟିଏଫ୍‌ ଉଭୟଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ତେବେ ଉଭୟ ଅଭିଯୁକ୍ତ ସମ୍ଭ୍ରାନ୍ତ ଘରର ବୋଲି ଜଣାପଡିଛି। ଅନନ୍ତଙ୍କ ବାପା ଲୋକସେବା ଭବନରେ ଚାକିରି କରିଥିବାବେଳେ ଦୀପ୍ତିରଞ୍ଜନଙ୍କ ବାପା ସିଆର୍‌ପିଏଫ୍‌ରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri