ବ୍ରାଇଡାଲ୍‌ ଫୁଟ୍‌ଓ୍ବେର:

ବ୍ରାଇଡାଲ୍‌ ଲୁକ୍‌କୁ ପରଫେକ୍ଟ୍‌ କରିଥାଏ ଫୁଟ୍‌ଓ୍ବେର। ବ୍ରାଇଡାଲ୍‌ ଗେଟ୍‌ଅପ୍‌ ଓ ଫୁଟ୍‌ଓ୍ବେର ମ୍ୟାଚିଂ ଏବଂ ଟ୍ରେଣ୍ଡି ହେବା ବି ଦରକାର। ଏହାଦ୍ୱାରା ଲୁକ୍‌ ଭଲ ଲାଗିବା ସହ କନ୍‌ଫିଡେଣ୍ଟ୍‌ ଫିଲ୍‌ ହୋଇଥାଏ…

ଗୋଲ୍ଡ ହିଲ୍ସ: ବ୍ରାଇଡାଲ୍‌ ପାଇଁ ଗୋଲ୍ଡ ହିଲ୍ସ ଏଭରଗ୍ରୀନ୍‌ ସାବ୍ୟସ୍ତ ହୋଇଥାଏ। କେବଳ ରେଡ୍‌ କିମ୍ବା ଗୋଲ୍ଡେନ୍‌ ନୁହେଁ ବରଂ ଏହି ହିଲ୍ସ ପ୍ରତିଟି ସେଡ୍‌ର ଲେହେଙ୍ଗାରେ ସୁଟ୍‌ କରିଥାଏ। ସର୍ଟ ହାଇଟ୍‌ର ହୋଇଥିଲେ ଏହି ହିଲ୍ସ ଆପଣଙ୍କୁ ରୟାଲ୍‌ ଲୁକ୍‌ ଦେଇଥାଏ।
ସିମରି ବ୍ଲୁ: ସିମର ହିଁ ପାର୍ଟିଓ୍ବେର ହୋଇଥାଏ। ଯଦି ଏହି ଟ୍ରେଣ୍ଡି ଫୁଟ୍‌ ଓ୍ବେରକୁ ବ୍ରାଇଡାଲ୍‌ ଗେଟ୍‌ଅପ୍‌ରେ ଆପଣାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଲୁକ୍‌ ଅଧିକ ଖାସ୍‌ ହୋଇଥାଏ। ମ୍ୟାରେଜ୍‌ରେ ଲାଇଟ୍‌ ସେଡ୍‌ର ଲେହେଙ୍ଗା ପିନ୍ଧୁଥିଲେ ଏହି ସାଣ୍ଡାଲ ଆପଣଙ୍କୁ କୁଲ୍‌ ଲୁକ୍‌ ଦେବ।
ଗୋଲ୍ଡେନ୍‌ ପମ୍ପ୍‌ସ: ଏହା ହେଉଛି ଲାଟେଷ୍ଟ ଏବଂ ଟ୍ରେଣ୍ଡିଂ ସାଣ୍ଡାଲ। ଏହାକୁ ଆପଣ ମ୍ୟାରେଜ୍‌ କିମ୍ବା ଅନ୍ୟ ଯେକୌଣସି ଫଙ୍କ୍‌ସନରେ ପିନ୍ଧିପାରିବେ।
ରେଡ୍‌ ଭେଲ୍‌ବେଟ୍‌ ସାଣ୍ଡାଲ:ଆଉଟ୍‌ ଅଫ୍‌ ଫ୍ୟାଶନ ନୁହେଁ ବରଂ ଟ୍ରେଣ୍ଡିଂ ସାଣ୍ଡାଲ ହେଉଛି ରେଡ୍‌ ଭେଲ୍‌ବେଟ୍‌ ସାଣ୍ଡାଲ। ଯଦି ଆପଣ ମ୍ୟାରେଜ୍‌ରେ ଗାଉନ୍‌ ବା ଅନ୍ୟ କିଛି ଡ୍ରେସ୍‌ ବାଛୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ୍‌। ଏହାକୁ ପିନ୍ଧିବା ଦ୍ୱାରା ଆପଣ ଡେଙ୍ଗା ଲାଗିବା ସହ ପର୍ସନାଲିଟିକୁ ଅଲଗା ଲୁକ୍‌ ମିଳିଥାଏ।
ରେଡ୍‌ ପଞ୍ଜାବି ଜୋତା: ପଞ୍ଜାବି ଜୋତାକୁ କେବଳ ନର୍ମାଲ୍‌ ଫଙ୍କ୍‌ସନ୍‌ ନୁହେଁ ବରଂ ବ୍ରାଇଡାଲ୍‌ ଲୁକ୍‌ ସହ କ୍ୟାରି କରିପାରିବେ। ଏହା ଆପଣଙ୍କ ଗେଟ୍‌ଅପ୍‌କୁ କ୍ଲାସିକ୍‌ ଲୁକ୍‌ ଦେବ।