ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ: ଅପହରଣର ୫ମାସ ପରେ ବି ନାବାଳିକାଙ୍କ ମିଳୁନି ପତ୍ତା

ରସୁଲପୁର,୬।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧିନସ୍ଥ ରସୁଲପୁର ବ୍ଲକ ଅଞ୍ଚଳରେ ଅବସ୍ଥିତ ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ ହୋଇପଡ଼ିଛି। ୫ମାସ ତଳେ ଅପହରଣ ହୋଇଥିବା ଜନୈକା ନାବାଳିକାଙ୍କୁ ପୋଲିସ ଧରିବାରେ ବିଫଳ ହେବା ଘଟଣାରୁ ଏହା ପ୍ରମାଣିତ ହେଉଛି। ନିଖୋଜ ସମୟରେ ନାବାଳିକାଙ୍କ ବୟସ ୧୭ବର୍ଷ ହୋଇଥିଲା। ଆଉ ୭ମାସ ପରେ ସେ ସାବାଳିକା ହୋଇଯିବେ। ପୋଲିସ ଉପରୁ ଚାପ ହଟିଯିବ। ଏହା ଜାଣି ପୋଲିସ ପକ୍ଷରୁ ନାବାଳିକାକୁ ଠାବ କରିବାରେ କୌଣସି ଆନ୍ତରିକତା ପ୍ରକାଶ କରାଯାଉ ନାହିଁ ବୋଲି ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଅଭିଯୋଗରୁ ଜଣାଯାଏ ଗତ ମାର୍ଚ୍ଚ ୬ତାରିଖରେ ଏହି ଫାଣ୍ଡି ଅଧିନସ୍ଥ ମହେଶ୍ୱପୁର ଗ୍ରାମର ଜନୈକ ନାବାଳିକା ଅପହରଣ ହୋଇଥିଲେ। ଉକ୍ତ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ପୋଲିସ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜିବାର ବାହାନା କରିଥିଲା। ମାତ୍ର ପୋଲିସ ନାବାଳିକାଙ୍କ ସନ୍ଧାନ ପାଇ ନ ଥିଲା। ଗତ ଏପ୍ରିଲ ମାସରେ ଅପହରଣକାରୀ ଯୁବକ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ସେ ହାଇଦ୍ରାବାଦରେ ରହୁଥିବା ଜଣାପଡିଥିଲା। ପରିବାର ଲୋକେ ନିଜସ୍ବ ଖର୍ଚ୍ଚରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ରଥ ଓ ଅନ୍ୟଜଣେ ପୋଲିସ କର୍ମଚାରୀଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ। ଠିକଣା ସ୍ଥାନରେ ପହଞ୍ଚତ୍ବାବେଳକୁ ଉକ୍ତ ମୋବାଇଲକୁ ଅପହରଣକାରୀଙ୍କ ଜଣେ ସାଙ୍ଗ ବ୍ୟବହାର କରୁଥିଲେ। ଯାହାର ଘର ମହେଶ୍ୱରପୁରରେ ଏବଂ ସେ ହାଇଦ୍ରବାଦରେ ଏକ କମ୍ପାନୀରେ କାମ କରୁଥିବା ଜଣାପଡ଼ିଥିଲା। ଏପରି କି ଉକ୍ତ ମୋବାଇଲଟି ତାଙ୍କର ଏବଂ ତାକୁ ଅପହରଣକାରୀ ଯୁବକ କିଛି ସମୟ ମାଗି ବ୍ୟବହାର କରୁଥିଲେ ବୋଲି ପୋଲିସ ଆଗରେ ସେ ପ୍ରକାଶ କରିଥିଲେ। ଅପହରଣକାରୀ ଯୁବକ ରାୟପୁରରେ ରହୁଥିବା ସେ କହିଥିଲେ। ଏହା ଜାଣିବା ପରେ ପୋଲିସ ଅଭିଯୁକ୍ତ ଯୁବକ ଓ ନାବାଳିକାଙ୍କୁ ଠାବ କରିବାରେ ବିଫଳ ହୋଇଥିଲା। ଅପହରଣକାରୀ ଯୁବକ ତାଙ୍କ ସାଙ୍ଗମାନଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ନେଇ ଅପହୃତାଙ୍କ ପରିବାର ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ପୋଲିସ ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ସାଙ୍ଗମାନଙ୍କ ମୋବାଇଲକୁ ଟ୍ରାକିଂ କଲେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇପାରନ୍ତା। ଏସମ୍ପର୍କରେ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ରଥଙ୍କୁ ପଚାରିବାରୁ ସେ ନାବାଳିକା ପରିବାର ସହ ହାଇଦ୍ରାବାଦ ଯାଇଥିଲେ ା ମାତ୍ର ସେଠାରେ ଅପହରଣକାରୀ କିମ୍ବା ଅପହୃତାଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ। ସେମାନେ ଆଗୁଆ ସୂଚନା ପାଇଁ ସ୍ଥାନ ପରିବର୍ତ୍ତନ କରି ଦେଇଥିଲେ। ଫଳରେ ସବୁ ଯୋଜନା ପଣ୍ଡ ହୋଇ ଯାଇଥିଲା। ଏହାସତ୍ତ୍ୱେ ବି ପୋଲିସ ନାବାଳିକାକୁ ଠାବ କରିବା ଦିଗରେ ଯଥେଷ୍ଟ ପ୍ରୟାସ ଜାରି ରଖିଛି ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri