ବୌଦ୍ଧ,୫ା୫(ସ୍ବ.ପ୍ର.)-ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ସାରା ଦେଶକୁ ତିନିଗୋଟି ଜାନରେ ବିଭକ୍ତ କରାଯାଇଛି। ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଭିନ୍ନ ଭିନ୍ନ ଭାବେ ନିୟମ କରାଯିବା ସହ କଟକଣା ଜାରି କରାଯାଇଛି ା ବୌଦ୍ଧ ଜିଲା ଗ୍ରୀନ ଜୋନରେ ଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ମଙ୍ଗଳବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାରେ ମଦ ଦୋକାନ, ଚା, କଫି, ପାନ, ଜିମ ଓ ଠେଲା ଜଳଖିଆ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଅନ୍ୟ ସମସ୍ତ ଦୋକାନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଏଥିରେ କୁହାଯାଇଛି। ଏହା ସହ ଓଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ କେନ୍ଦ୍ର, ଘର ନିର୍ମାଣ ସମଗ୍ରୀ, କୃଷି ସମ୍ବନ୍ଧୀୟ ଜିନିଷ ଓ ଗ୍ୟାରେଜ ଦିନ ସାରା ଖୋଲା ରହିବ ା ଏଥି ସହିତ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ ଓ ଜୁସ ଦୋକାନଗୁଡିକ କେବଳ ଖାଦ୍ୟ ପାର୍ଶଲ କରିପାରିବେ ା ବାଇକରେ ଦୁଇଜଣ ଯିବାକୂ ଅନୁମତି ଥିବା ବେଳେ କାର ଓ ଅଟୋରେ ଚାଳକ ସହ ଦୁଇଜଣ ବସିଯିବାର ଅନୁମତି ଦିଆଯାଇଛି ା ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି ା ସର୍ବସାଧାରଣ ସ୍ଥାନରେ ଛେପ, ଗୁଡଖାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ନିର୍ଦ୍ଦେଶର ଅବମାନନା କରାଗଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ା
ବୌଦ୍ଧ ମୁଖ୍ୟ ଡାକଘରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି
ବୌଦ୍ଧ ,୧।୧୨ ( ଅଜିତ କୁମାର ବାରିକ) : ବୌଦ୍ଧସହର ମୁଖ୍ୟ ଡାକଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ...
ଭିଣୋଇଙ୍କ ଉପରେ ଏତେ ରାଗ, ଶଳାଙ୍କ ଆଖିବୁଜା ଗୁଳିମାଡ଼ରେ…
କଣ୍ଟାମାଳ,୨୦।୧୧( ଆଦିତେଶ୍ୱର ମିଶ୍ର)- ବୌଦ୍ଧ ଜିଲା ମନମୁଣ୍ଡା ଥାନା ତିଲପଙ୍ଗା ଗାଁରେ ଗୁରୁବାର ସାରେ ଅଭାବନୀୟ ଘଟଣା ଘଟିଛି। ଶଳାଙ୍କ ଗୁଳିମାଡ଼ରେ ଭିଣୋଇ ଗୁରୁତର ହୋଇଥିବା...
ମହାନଦୀ ସେତୁ ତଳକୁ ଡେଉଁଥିଲେ ଛାତ୍ରୀ, ହଠାତ୍…
ବୌଦ୍ଧ,୧୮।୧୧:(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କିଆକଟା ମହାନଦୀ ବ୍ରିଜରୁ ତଳକୁ ଜଣେ ଛାତ୍ରୀ ଡେଇଁବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଗ୍ନିଶମ ବାହିନୀ ତାଙ୍କୁ...
କନଷ୍ଟେବଲଙ୍କୁ ପଥରରେ ଛେଚି ହତ୍ୟା
ହରଭଙ୍ଗା,୧୫।୧୧(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଧୀନ ଯାଜପୁର ବାଲିସାହି ଗ୍ରାମରେ ଜଣେ କନଷ୍ଟେବଲଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା...
ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…
ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର।...
ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ
ବଘିଆପଡ଼ା ୩୧।୧୦(ଶ୍ରୀକାନ୍ତ ସାହୁ): ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ବିଜାପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକମାନେ ଶୁକ୍ରବାର...
ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ନିଅନ୍ତୁ ଏମିତି ଲେଖି ପୋଷ୍ଟର ଜାରି କଲା ପୋଲିସ
କଣ୍ଟାମାଳ,୧୭ା୧୦(ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି...
ଘର ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: କୋର୍ଟରୁ ଆସିଲା ବଡ଼ ରାୟ
ବୌଦ୍ଧ,୧୬ା୧୦(ଅଜିତ କୁମାର ବାରିକ): ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ପେଶାଲ ଜଜ୍ ଅଖିଲ କୁମାର...
Archives


