ବୌଦ୍ଧରେ ବନ୍ଦ ପାଳନ

ବୌଦ୍ଧ,୮।୧(ସ୍ବ.ପ୍ର.): ସାରା ଦେଶରେ ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବୌଦ୍ଧରେ ମଧ୍ୟ ଏହି ବନ୍ଦ ଡାକରା ଦିଆଯାଇଛି। ସିପିଆଇ ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଶ୍ରମିକ ସଂଠନର କର୍ମକର୍ତ୍ତା ସକାଳ ୬ଟାରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ବନ୍ଦ କରିଥିଲେ। ସହରର ବିଭିନ୍ନ ଛକରେ ଏହି ବନ୍ଦ ପାଳନ କରାଯାଇଛି। ଧର୍ମଘଟକୁ ଦୃଷ୍ଟିରେ ରଖି ବସ ଚଳାଚଳ ବନ୍ଦ ହୋଇଛି। ଶୃଙ୍ଖଳା ଦୃଷ୍ଟିରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛି।