ବୌଦ୍ଧତନ୍ତ୍ରରେ ଦାରୁଦିଅଁ

ଡ. ଭାଗ୍ୟଲିପି ମଲ୍ଲ
ଜଗନ୍ନାଥ ଦାରୁଦେବତା। କାଠରେ ଗଢ଼ା ତାଙ୍କ ଦେହ। ପୁଣି ବିଶ୍ୱାବସୁ ଶବର ପୂଜିତ ଠାକୁର। ତେଣୁ ପ୍ରଥମତଃ ସେ ବନବାସୀ ମଣିଷଙ୍କ ଦିଅଁ। ପ୍ରାଚୀନ ଓଡି଼ଶା ଥିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଆଦିବାସୀମାନେ ମୁଖ୍ୟତଃ ପ୍ରକୃତି ପୂଜକ। ଶାସ୍ତ୍ରଭାଷାରେ ସେମାନଙ୍କୁ ଆମେ ଶକ୍ତି ଉପାସକ କହିପାରିବା। ତେବେ ଶାକ୍ତ ସାଧନାର ଭିତ୍ତିଭୂମି ତନ୍ତ୍ର। ତେଣୁ ତନ୍ତ୍ର ସେମାନଙ୍କର ଅତି ପ୍ରିୟ।
ଓଡ଼ିଶାରେ ମୁଖ୍ୟତଃ ତନ୍ତ୍ରର ତିନୋଟି ଧାରା ଦେଖିବାକୁ ମିଳେ। ଆଦିବାସୀତନ୍ତ୍ର, ବୌଦ୍ଧତନ୍ତ୍ର ଓ ହିନ୍ଦୁତନ୍ତ୍ର। ଓଡ଼ିଶା ଆଦିବାସୀବହୁଳ ରାଜ୍ୟ ହୋଇଥିବାରୁ ଆଦିବାସୀତନ୍ତ୍ରର ପ୍ରାବଲ୍ୟ ଏଠାରେ ରହିବା ସ୍ବାଭାବିକ। ଅଣସର ଘରେ ଦିଅଁମାନଙ୍କୁ ଜ୍ୱର ହେବା ଏବଂ ଜ୍ୱରର ନିରାକରଣ ପଦ୍ଧତି ଜଡିବୁଟି ଇତ୍ୟାଦି ଆଦିବାସୀତନ୍ତ୍ରର ପ୍ରଭାବ ନିଶ୍ଚୟ। ଜଡ଼ିବୁଟି, ଗୁଣିଗାରେଡି଼, ଶକ୍ତିସାଧନା ଆଦିବାସୀତନ୍ତ୍ରର ମୂଳ ଉପାଦାନ। ମାତ୍ର ଏହି ଆଦିବାସୀ ତନ୍ତ୍ର କେତେବେଳେ ଓ କିପରି ବୌଦ୍ଧତନ୍ତ୍ରକୁ ସଂକ୍ରମିତ ହେଲା, ତାହା ହିଁ ଅନୁସଂଧେୟ।
ବୌଦ୍ଧଧର୍ମ ଗୌତମ ନାମକ ଜଣେ ରାଜପୁତ୍ରର ସାଧନାର ସାରକଥା। ସଂସାର ଦୁଃଖପୂର୍ଣ୍ଣ, କାମନା ହିଁ ଦୁଃଖର କାରଣ ଏବଂ କାମନାର ବିନାଶରେ ଦୁଃଖର ବିନାଶ। ଏବଂ ନିର୍ବାଣପ୍ରାପ୍ତି ହିଁ ମଣିଷର ଏକମାତ୍ର କାମନା ଥିଲା ସେହି ରାଜପୁତ୍ରଙ୍କର ବାଣୀ। ସମକାଳର ବ୍ରାହ୍ମଣ୍ୟବାଦ ଓ ଭୋଗମତ୍ତ କ୍ଷମତାକୁ ଏହା ଆହତ କରିଛି। ପ୍ରତିବାଦର ସ୍ବର ତୀବ୍ର ହୋଇଛି। ମାତ୍ର ବୁଦ୍ଧଙ୍କ କଥା ସାଧାରଣ ଜନତାଙ୍କୁ ଏତେ ପ୍ରଭାବିତ କରିଛି ଯେ, କ୍ଷମତା ବାଧ୍ୟ ହୋଇଛି ବୁଦ୍ଧଙ୍କୁ ସ୍ବୀକାର କରିବାକୁ। ଶେଷରେ ରାଜପୃଷ୍ଠପୋଷକତା ଲାଭ କରିଛି ବୌଦ୍ଧଧର୍ମ। ସାଧାରଣ ମଣିଷର ବିଶ୍ୱାସ ମିଶିଯାଇଛି ବୌଦ୍ଧଧର୍ମରେ।
ମାତ୍ର କଥା ହେଉଛି ସମକାଳରେ ସାଧାରଣ ମଣିଷର ଜୀବନ ବହୁ ବିଶ୍ୱାସ ଦ୍ୱାରା ନିୟନ୍ତ୍ରିତ ଏବଂ ସବୁ ବିଶ୍ୱାସର ମୂଳ ଆଧାର ଶାକ୍ତବିଚାର। ଶାକ୍ତବିଚାର କହେ- ସମଗ୍ର ବ୍ରହ୍ମାଣ୍ଡ ମାତୃଶକ୍ତି ଦ୍ୱାରା ପରିଚାଳିତ। ଯିଏ ସମ୍ମୋହନ, ଜନ୍ମ, ଜୀବନ, ମରଣ ଓ ପୁନର୍ଜନ୍ମର କାରଣ। ତେଣୁ ଯେଉଁ ବୌଦ୍ଧଧର୍ମ ଦିନେ ନିର୍ବାଣର କଥା କହୁଥିଲା, ସେହି ବୌଦ୍ଧଧର୍ମ ଶାକ୍ତବିଚାର ସହ ସନ୍ଧି କରିବାକୁ ବାଧ୍ୟହେଲା। ଅର୍ଥାତ୍‌ ସନାତନ ଧର୍ମର ଯେତେ ଶାଖାପ୍ରଶାଖା- ସବୁକୁ ଆଚ୍ଛନ୍ନକରି ରଖିଲା ଶକ୍ତିଙ୍କ ଅପ୍ରତିହତ ସମ୍ମୋହନ।
ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମ ଦୁଇଟି ଶାଖାରେ ବିଭକ୍ତ ହୋଇଗଲା। ବଜ୍ରଯାନ ଓ ସହଜଯାନ। ବଜ୍ରଯାନର ପ୍ରବର୍ତ୍ତକ ସମ୍ବଳକ (ବର୍ତ୍ତମାନର ସମ୍ବଲପୁର)ର ରାଜା ଇନ୍ଦ୍ରଭୂତି ଓ ସହଜଯାନର ପ୍ରବର୍ତ୍ତିକା ତାଙ୍କ ଭଉଣୀ, ସୋନପୁରର ରାଜବଧୂ ଲକ୍ଷ୍ମୀଙ୍କରା। ଇନ୍ଦ୍ରଭୂତିଙ୍କ ‘ଜ୍ଞାନସିଦ୍ଧି’ କହେ ବୁଦ୍ଧଙ୍କ ଭିତରେ ଜଗନ୍ନାଥ ଚେତନାର କଥା। ”ପ୍ରଣିପତ୍ୟ ଜଗନ୍ନାଥ ସର୍ବଜୀନ ବରାର୍ଚ୍ଚିତମ୍‌; ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମ୍‌“। ଠିକ୍‌ ପରେ ପରେ ଲକ୍ଷ୍ମୀଙ୍କରାଙ୍କର ‘ଅଦେୟସିଦ୍ଧି’ର ସହଜଯାନ ଲୋକପ୍ରିୟତାକୁ ଛୁଇଁଲା। ତାଙ୍କ ଦର୍ଶନ ସହଜରୁ ସହଜାତୀତ ଓ ପୁଣି ସହଜ ହୋଇଯିବାର ଏକ ଯାତ୍ରା। ଏହି ଯାତ୍ରାର ଯାତ୍ରୀ ହେଲେ ବହୁ ସାଧାରଣ ମଣିଷ। ସେମାନଙ୍କ ଚେତନାରେ ସହଜଯାନର ତନ୍ତ୍ର। ତନ୍ତ୍ର କହିଲେ, ଯାହା ଜୀବ-ଜୀବ ମଧ୍ୟରେ ପରସ୍ପର ପ୍ରତି ସମ୍ମୋହନର ଭାବ ସୃଷ୍ଟିକରେ। ସମ୍ମୋହନରୁ କାମନା, କାମନାରୁ ସର୍ଜନା ଏବଂ ସର୍ଜନାରୁ ମହାମୁକ୍ତି ହେଉଛି ସହଜତନ୍ତ୍ର। ଅର୍ଥାତ୍‌ ଜୀବ ଓ ଭୋଗର ପୂର୍ଣ୍ଣ ଆତ୍ମସମର୍ପଣଭାବ ହିଁ ଏହାର ମୂଳସୂତ୍ର। ଦାର୍ଶନିକ ପରିଭାଷା ଏହାକୁ କହେ- ସ୍ତମ୍ଭନ, ମୋହନ, ଉଚ୍ଚାଟନ, ବଶୀକରଣ ମାଧ୍ୟମ ଦେଇ ତୂରୀୟଗତି ପ୍ରାପ୍ତି।
ମାତ୍ର ଦାରୁଦିଅଁ ସକଳ ସନାତନ ଚେତନାର ସମନ୍ବିତ ରୂପ। ସେ ବୈଷ୍ଣବ, ଶାକ୍ତ, ଶୈବ, ଗାଣପତ୍ୟ, ମହାଜୀନ ଓ ବୌଦ୍ଧମନ୍ତ୍ରରେ ଦୀକ୍ଷିତ। ବିଚିତ୍ର ତାଙ୍କର ରୂପ। କଳାମୁହଁ, ଚକାଆଖି, ନାଲିଓଠ। ନାକରେ ଫୁଲର ଗୁଣା, ମଥାରେ ପାଟ ଓଢ଼ଣା। ସେ ପୁରୁଷ ନା ନାରୀ? କେଉଁ ରୂପରେ ତାଙ୍କୁ ଆମେ ଦେଖିବା। ସେ ମହାତାନ୍ତ୍ରିକ ନା ମହାମାନ୍ତ୍ରିକ ନା ଉଭୟର ଏକ କଳାରୂପ? ତାଙ୍କ ସ୍ଥିର ଚକାଆଖି ତ ସକଳ ଜଗତକୁ ସମ୍ମୋହିତ କରି ରଖିଛି। ତାଙ୍କର ଏ ବିଚିତ୍ର ରୂପରେ ଆଦିଶକ୍ତିର ମହାଭାବ ହିଁ ପ୍ରତୀକାୟିତ। ଶାକ୍ତ ଦର୍ଶନ କହେ- ଜଗନ୍ନାଥ ଶକ୍ତି ଦ୍ୱାରା ନିୟନ୍ତ୍ରିତ ନୁହନ୍ତି, ବରଂ ଶକ୍ତିଙ୍କର ମୁଗ୍ଧ ପ୍ରତିରୂପ। ତେଣୁ ‘ମହାନିର୍ବାଣତନ୍ତ୍ର’ରେ ସେ ସ୍ବୟଂ ଦକ୍ଷିଣକାଳିକା। ପ୍ରକୃତି ସ୍ବରୂପା। ପୁଣି ଶ୍ରୀମନ୍ଦିରରେ ବିମଳା ମହାଭୈରବୀ ଓ ଜଗନ୍ନାଥ ଭୈରବ ଭାବରେ ପୂଜା ପାଉଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦୁଇଟି ତାନ୍ତ୍ରିକ ଶବ୍ଦ ‘କାଳଚକ୍ର’ ଓ ‘କାଳତତ୍ତ୍ୱ’ରେ ଉଚ୍ଚାରଣ କରାଯାଏ।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା- ବୌଦ୍ଧଧର୍ମର ‘ତ୍ରିମୟ’ ଭାବରେ ଗୃହୀତ। ବୁଦ୍ଧ, ଧର୍ମ, ସଂଘ। ସୁଦର୍ଶନ ଚକ୍ରର ପ୍ରତୀକ। ନାଲି ଓ କଳା ରଙ୍ଗ ତନ୍ତ୍ର ସାଧନାର ରଙ୍ଗ। ଜଗନ୍ନାଥଙ୍କ କଳାମୁହଁ, ନାଲି ଓଠ ତନ୍ତ୍ରଦର୍ଶନକୁ ସୂଚାଏ। ଜଗନ୍ନାଥଙ୍କ ଗଳାରେ ଫୁଲମାଳ ଦିଆଯାଏ ନାହିଁ, ବୁଦ୍ଧଙ୍କ ଗଳାରେ ଫୁଲମାଳ ଦିଆଯାଏ ନାହିଁ। ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶାକ୍ତଯନ୍ତ୍ର ଉପରେ ଅଧିଷ୍ଠିତ ଥିବା କୁହାଯାଏ। ଜଗନ୍ନାଥ ଧର୍ମର ଶେଷକଥା ମୋକ୍ଷ ବା ମୁକ୍ତିପ୍ରାପ୍ତି। ଜଗନ୍ନାଥଙ୍କୁ ପାଇବାର ମାର୍ଗ ପ୍ରେମମାର୍ଗ। ପ୍ରେମ ହିଁ ସହଜମାର୍ଗ। ବୌଦ୍ଧତନ୍ତ୍ରର ମୂଳମନ୍ତ୍ର। ତନ୍ତ୍ରରେ ଭାବ ଏକ ପ୍ରଧାନ ଅଙ୍ଗ ଏବଂ ଭାବ ଦ୍ୱାରା ମୁକ୍ତିପ୍ରାପ୍ତି ସମ୍ଭବ। ଆମ ଦାରୁଦେବତା ଭାବର ଠାକୁର।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri