ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ଶକ୍ତ ଝଟକା ଲାଗିଛି।
ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପାର୍ଲାମେଣ୍ଟକୁ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ୫ ସପ୍ତାହ ପାଇଁ ନିଲମ୍ବନ କରିଥିଲେ ବା ସ୍ଥଗିତ ରଖିଥିଲେ। ତାଙ୍କ ସରକାରର ନୀତିଗୁଡ଼ିକ ଉପରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ନିଜ ଅଭିଭାଷଣରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ବୋରିସ୍‌ କହିଥିଲେ। ତେବେ ବିରୋଧୀ ଓ ତାଙ୍କ ନିଜ ଦଳ କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପିମାନେ ଏହାକୁ ବିରୋଧ କରିଥିଲେ। ଅକ୍ଟୋବର ୩୧ ବ୍ରେକ୍‌ଜିଟ୍‌ ତାରିଖ ପୂର୍ବରୁ ଏସମ୍ପର୍କିତ ବିତର୍କର ସମୟକୁ ହ୍ରାସ କରିବା ପାଇଁ ବୋରିସ୍‌ ପାର୍ଲାମେଣ୍ଟକୁ ସ୍ଥଗିତ କରିଥିବା ସେମାନେ ଅଭିଯୋଗ ଆଣିଥିଲେ। ଭାରତୀୟ ବଂଶୋଦ୍ଭବ ବ୍ରେକ୍‌ଜିଟ୍‌ ବିରୋଧୀ କ୍ୟାମ୍ପେନର ଜିନା ମିଲର ଏହି ନିଷ୍ପତ୍ତିକୁ ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହାର ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ସର୍ବୋଚ୍ଚ ଅଦାଲତକୁ ପଠାଇ ଦେଇଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଅଧ୍ୟକ୍ଷ ଲେଡି ବ୍ରେଣ୍ଡା ହାଲେ କହିଛନ୍ତି, ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେବା ଲାଗି ମହାରାଣୀଙ୍କୁ ପରାମର୍ଶ ଦେବା ବେଆଇନ ଥିଲା। ସଂସଦକୁ କର୍ତ୍ତବ୍ୟ ପାଳନରେ ରୋକାଯିବା ଭୁଲ। ଏଥିଯୋଗୁ ଆମ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଗଭୀର ପ୍ରଭାବ ପଡ଼ିଛି। ୧୧ ବିଚାରପତି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ, ପାର୍ଲାମେଣ୍ଟ ଏବେ ନିଲମ୍ବିତ ହୋଇନାହିଁ। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବେଆଇନ ଓ ଅବୈଧ। ଆଗକୁ କ’ଣ କରାଯିବ ସେନେଇ ହାଉସ୍‌ ଅଫ୍‌ କମନ୍ସ ଓ ଲର୍ଡସ୍‌ର ବାଚସ୍ପତିମାନେ ନିଷ୍ପତ୍ତି ନେବେ। ରାୟ ପରେ କମନ୍ସ ବାଚସ୍ପତି ଜନ୍‌ ବର୍‌କାଓ କହିଛନ୍ତି, ବୁଧବାରଠାରୁ ପାର୍ଲାମେଣ୍ଟ ପୁଣି ଚାଲିବ। ପୂର୍ବାହ୍ନ ୧୧ଟା ୩୦ରେ ଅଧିବେଶନ ଆରମ୍ଭ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସ୍ପଷ୍ଟ କରିଛନ୍ତି। ରାଜନୈତିକ ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବା ଅନୁଚିତ ବୋଲି ପୂର୍ବରୁ ମନ୍ତବ୍ୟ ଦେଇଥିତ୍ବା ଜନ୍‌ସନ୍‌ଙ୍କୁ ଅଦାଲତଙ୍କ ରାୟ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଜନ୍‌ସନ୍‌ କହିଛନ୍ତି, ରାୟ ସହ ସେ ଏକମତ ନୁହନ୍ତି। ତେବେ ଏହାକୁ ସେ ସମ୍ମାନ ଦେବେ। ଅନ୍ୟପକ୍ଷରେ ଏକ ବାସ୍ତବ ଗଣତନ୍ତ୍ରରେ ପାର୍ଲାମେଣ୍ଟକୁ ନୀରବ କରିଦେବା ଅନୁଚିତ ବୋଲି ୟୁରୋପୀୟ ଆଇନପ୍ରଣେତାମାନେ ରାୟକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri