ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ

ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଆପଣେଇଛନ୍ତି।
ସୂଚନା ଓ ଯୋଗାଯୋଗ ଏବଂ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଇ ଜଟିଳ ବିଷୟବସ୍ତୁକୁ ସରଳୀକରଣ କରି ଛାତ୍ରୀଛାତ୍ରଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଇଛନ୍ତି। ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମୋବାଇଲ ଆପ୍‌ ମାଧ୍ୟମରେ କମ୍ପ୍ୟୁଟର ଦ୍ୱାରା ଶିକ୍ଷା ପ୍ରଦାନ କରିବା ସହ ଛାତ୍ରୀଛାତ୍ରମାନେ ଅତି ସହଜରେ ପାଠ ପଢୁଥିବା ଦେଖିବାକୁ ମିଳୁଛି। ଏହି କୌଶଳ ଆପଣାଇବା ପାଇଁ ଶିକ୍ଷକଙ୍କୁ ନିଜସ୍ବ ଖର୍ଚ୍ଚରୁ ଆର୍ଥିକ ବ୍ୟବସ୍ଥା କରିବାକୁ ପଡ଼ିଛି। ଏହି ପଦ୍ଧତି ଶିକ୍ଷଣ କାର୍ଯ୍ୟକୁ ଅଧିକ ଜୀବନ୍ତ କରିପାରିଛି। ଏହାଦ୍ୱାରା ଦୁର୍ବଳ ଛାତ୍ରୀଛାତ୍ରଙ୍କ ବିକାଶ ହୋଇପାରିବ। ସରକାର ଯଦି ଏହି ଅଭିନବ ପଦ୍ଧତିର ଉପଯୋଗ କରନ୍ତି ତା’ହେଲେ ଏହା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ସହ ଶିକ୍ଷକମାନେ ମଧ୍ୟ ଏଥିରେ ବେଶ ଲାଭବାନ ହେବେ। ନିକଟରେ ଗଞ୍ଜାମ ଜିଲାର କନିଷି ଠାରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ଏହାକୁ ପ୍ରଦର୍ଶିତ କରାଯାଇଥିବାବେଳେ ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଡ଼. ସନାତନ ପଣ୍ଡାଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଏହାକୁ ପ୍ରଚଳନ କରିବା ପାଇଁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଗୋଟିଏ ସ୍ମାର୍ଟ ମୋବାଇଲ ସହ ଏଲ୍‌ଇଡି କିମ୍ବା କମ୍ପ୍ୟୁଟର, କି ବୋର୍ଡ ଏବଂ ଅତି କମ୍‌ ଖର୍ଚ୍ଚରେ ୱାଇଫାଇ କିମ୍ବା ବ୍ଲୁଟୁଥ୍‌ ମାଧ୍ୟମରେ ଏହି ଶିକ୍ଷାଦାନ ବ୍ୟବସ୍ଥା ହୋଇପାରିବ। ଏହି ପଦ୍ଧତିରେ ସମୟ ସାପେକ୍ଷ ରହିବା କଥା ଶିକ୍ଷକ ଜଣକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri