ବୈତରଣୀ ନଦୀ ସେତୁରୁ ବେରିଂ ଖସିବା ଘଟଣା: ବର୍ଷେ ପରେ ବି ବିଳମ୍ବ ମରାମତି

ଆନନ୍ଦପୁର, ୭।୬(ସ୍ବ.ପ୍ର.)- ଆନନ୍ଦପୁର ବୈତରଣୀ ନଦୀ ସେତୁକୁ ଦଇବ ସାହା। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଏହି ସେତୁର ଏକ ପିଲାରରୁ ୨୦୧୮ ଜୁଲାଇ ୬ ତାରିଖରେ ଏକ ବେରିଂ ଖସିଥିବା ଘଟଣା ଦୃଷ୍ଟିକୁ ଆସିଥିଲା। ଏହି ବେରିଂ କେବେ ଖସିଥିଲା ତାହା ସ୍ପଷ୍ଟ ଭାବେ ଜଣାପଡି ନ ଥିଲେ ମଧ୍ୟ ସ୍ଥାନୀୟ କେତେକ ଯୁବକ ଏହା ଦେଖି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାର ପ୍ରଭାବରେ ପିଲାରର ଗୋଟିଏ ପାର୍ଶ୍ୱ ଦବି ବିପଦସଙ୍କୁଳ ଅବସ୍ଥାରେ ରହିଆସିଛି। ହେଲେ ଏହାର ଜରୁରୀ ମରାମତି ଦିଗରେ ବିଭାଗ ତରଫରୁ ତପତ୍ରତା ପ୍ରକାଶ ପାଇପାରିନି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ପିଲାରର ବେରିଂ ଖସିଥିବା ସ୍ଥାନରେ କାଠଗୋଲା ଦିଆଯାଇ ସାମୟିକ ଭାବେ ମରାମତି କରାଯାଇଥିଲା। ଏହାସହିତ ବିଭାଗୀୟ ବରିଷ୍ଠ ଇଞ୍ଜିନିୟରମାନେ ପିଲାରକୁ ଅନୁଧ୍ୟାନ କରିବା ଏବଂ ସେତୁ ନିର୍ମାଣରେ ଅଭିଜ୍ଞ ଥିବା ଠିକାସଂସ୍ଥା ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ପରେ ଏକ ଠିକାସଂସ୍ଥା ପକ୍ଷରୁ ବେରିଂ ଖସିଥିବା ପିଲାର ସ୍ଥାନରେ ମରାମତି ପାଇଁ ସାମୂହିକ କାର୍ଯ୍ୟ ଆରମ୍ଭ କରିଥିବାବେଳେ ବେରିଂ ଲଗାଯିବାରେ ବିଳମ୍ବ ଘଟୁଛି, ଯାହାକୁ ନେଇ ସେତୁର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ସେତୁ ମରାମତିରେ ବିଳମ୍ବ ଅନ୍ୟପଟେ ସେତୁ ଉପରେ ଦବିଥିବା ସ୍ଥାନରେ ବାଲିବସ୍ତା ରଖାଯାଇ ବିଭାଗ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣରେ ବ୍ୟସ୍ତ। ବାଲିବସ୍ତା ରହିଥିବା ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ଭଳି ଘଟଣା ଘଟିଚାଲିଥିଲେ ସୁଦ୍ଧା ସେତୁ ମରାମତି ଦିଗରେ ଧ୍ୟାନ ଦିଆଯାଉନାହିଁ। କିଛିଦିନ ପୂର୍ବରୁ ଆନନ୍ଦପୁର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ସମୀର କୁମାର ଅଧିକାରୀଙ୍କୁ ଏ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଥିଲେ ଯେ, ସେତୁ ମରାମତି ସମୟରେ ସେତୁ ଉପରେ ଭାରିଯାନ ଚଳାଚଳକୁ କିଛି ଦିନ ପାଇଁ ବନ୍ଦ କରାଯାଇ ମରାମତି କରାଯିବ। ନିର୍ବାଚନ ସମୟ ଥିବାରୁ ଏହା ସମ୍ଭବପର ନୁହେଁ। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏହି କାର୍ଯ୍ୟ ତ୍ୱରାନ୍ବିତ କରାଯିବ ବୋଲି ମତ ଦେଇଥିଲେ। ଏବେ ନିର୍ବାଚନ ଶେଷ ହୋଇ ଶପଥ ପାଠ ଉତ୍ସବ ମଧ୍ୟ ଶେଷହେଲାଣି, କିନ୍ତୁ ସେତୁ ମରାମତି ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଦୃଷ୍ଟିକୁ ଆସିଛି। ଆଉ କିଛିଦିନ ପରେ ମୌସୁମୀ ଆଗମନରେ ବୈତରଣୀର ଜଳସ୍ତର ବୃଦ୍ଧି ପାଇବ, ଯାହା ମରାମତି କାର୍ଯ୍ୟରେ ମୁଖ୍ୟ ବାଧକ ସାଜିବ। ବିଭାଗ ତରଫରୁ କାର୍ଯ୍ୟର ବିଳମ୍ବତାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ଚିନ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri