ବୈତରଣୀ ନଦୀ ସେତୁରୁ ବେରିଂ ଖସିବା ଘଟଣା: ବର୍ଷେ ପରେ ବି ବିଳମ୍ବ ମରାମତି

ଆନନ୍ଦପୁର, ୭।୬(ସ୍ବ.ପ୍ର.)- ଆନନ୍ଦପୁର ବୈତରଣୀ ନଦୀ ସେତୁକୁ ଦଇବ ସାହା। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଏହି ସେତୁର ଏକ ପିଲାରରୁ ୨୦୧୮ ଜୁଲାଇ ୬ ତାରିଖରେ ଏକ ବେରିଂ ଖସିଥିବା ଘଟଣା ଦୃଷ୍ଟିକୁ ଆସିଥିଲା। ଏହି ବେରିଂ କେବେ ଖସିଥିଲା ତାହା ସ୍ପଷ୍ଟ ଭାବେ ଜଣାପଡି ନ ଥିଲେ ମଧ୍ୟ ସ୍ଥାନୀୟ କେତେକ ଯୁବକ ଏହା ଦେଖି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାର ପ୍ରଭାବରେ ପିଲାରର ଗୋଟିଏ ପାର୍ଶ୍ୱ ଦବି ବିପଦସଙ୍କୁଳ ଅବସ୍ଥାରେ ରହିଆସିଛି। ହେଲେ ଏହାର ଜରୁରୀ ମରାମତି ଦିଗରେ ବିଭାଗ ତରଫରୁ ତପତ୍ରତା ପ୍ରକାଶ ପାଇପାରିନି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ପିଲାରର ବେରିଂ ଖସିଥିବା ସ୍ଥାନରେ କାଠଗୋଲା ଦିଆଯାଇ ସାମୟିକ ଭାବେ ମରାମତି କରାଯାଇଥିଲା। ଏହାସହିତ ବିଭାଗୀୟ ବରିଷ୍ଠ ଇଞ୍ଜିନିୟରମାନେ ପିଲାରକୁ ଅନୁଧ୍ୟାନ କରିବା ଏବଂ ସେତୁ ନିର୍ମାଣରେ ଅଭିଜ୍ଞ ଥିବା ଠିକାସଂସ୍ଥା ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ପରେ ଏକ ଠିକାସଂସ୍ଥା ପକ୍ଷରୁ ବେରିଂ ଖସିଥିବା ପିଲାର ସ୍ଥାନରେ ମରାମତି ପାଇଁ ସାମୂହିକ କାର୍ଯ୍ୟ ଆରମ୍ଭ କରିଥିବାବେଳେ ବେରିଂ ଲଗାଯିବାରେ ବିଳମ୍ବ ଘଟୁଛି, ଯାହାକୁ ନେଇ ସେତୁର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ସେତୁ ମରାମତିରେ ବିଳମ୍ବ ଅନ୍ୟପଟେ ସେତୁ ଉପରେ ଦବିଥିବା ସ୍ଥାନରେ ବାଲିବସ୍ତା ରଖାଯାଇ ବିଭାଗ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣରେ ବ୍ୟସ୍ତ। ବାଲିବସ୍ତା ରହିଥିବା ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ଭଳି ଘଟଣା ଘଟିଚାଲିଥିଲେ ସୁଦ୍ଧା ସେତୁ ମରାମତି ଦିଗରେ ଧ୍ୟାନ ଦିଆଯାଉନାହିଁ। କିଛିଦିନ ପୂର୍ବରୁ ଆନନ୍ଦପୁର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ସମୀର କୁମାର ଅଧିକାରୀଙ୍କୁ ଏ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଥିଲେ ଯେ, ସେତୁ ମରାମତି ସମୟରେ ସେତୁ ଉପରେ ଭାରିଯାନ ଚଳାଚଳକୁ କିଛି ଦିନ ପାଇଁ ବନ୍ଦ କରାଯାଇ ମରାମତି କରାଯିବ। ନିର୍ବାଚନ ସମୟ ଥିବାରୁ ଏହା ସମ୍ଭବପର ନୁହେଁ। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏହି କାର୍ଯ୍ୟ ତ୍ୱରାନ୍ବିତ କରାଯିବ ବୋଲି ମତ ଦେଇଥିଲେ। ଏବେ ନିର୍ବାଚନ ଶେଷ ହୋଇ ଶପଥ ପାଠ ଉତ୍ସବ ମଧ୍ୟ ଶେଷହେଲାଣି, କିନ୍ତୁ ସେତୁ ମରାମତି ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଦୃଷ୍ଟିକୁ ଆସିଛି। ଆଉ କିଛିଦିନ ପରେ ମୌସୁମୀ ଆଗମନରେ ବୈତରଣୀର ଜଳସ୍ତର ବୃଦ୍ଧି ପାଇବ, ଯାହା ମରାମତି କାର୍ଯ୍ୟରେ ମୁଖ୍ୟ ବାଧକ ସାଜିବ। ବିଭାଗ ତରଫରୁ କାର୍ଯ୍ୟର ବିଳମ୍ବତାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ଚିନ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri