ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ଏପରି କି ପୃଥିବୀର କେଉଁ ସ୍ଥାନରେ ଏହା ଧକ୍କା ହେବ ତାହା ମଧ୍ୟ ସେ କହିଛନ୍ତି।
କେଓସ୍‌ ଅଫ୍‌ ଗଡ୍‌ ( ବିଭ୍ରାଟର ଭଗବାନ) ବୋଲି କୁହାଯାଉଥିବା ଆପୋଫିସ୍‌ ପୃଥିବୀ ପୃଷ୍ଠର ୧୯,୦୦୦ ମାଇଲ୍‌ ମଧ୍ୟଦେଇ ଗତି କରିବ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦାବି କରିଥିଲା। ନାସାର ଆକଳନ ଅନୁସାରେ ୯୯୯୪୨ ଆପୋଫିସ୍‌ ନାମକ ଗ୍ରହାଣୁ ୧୦ ବର୍ଷ ମଧ୍ୟରେ ପୃଥିବୀର ଅତି ନିକଟତର ହେଲେ ମଧ୍ୟ ସ୍ପର୍ଶ ନ କରି ଅତିକ୍ରମ କରିବ। ସୌର ମଣ୍ଡଳରେ ଏହା ପହଞ୍ଚତ୍ବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ନିଜକୁ ଜଣେ ଗବେଷଣା ବୈଜ୍ଞାନିକ ବୋଲି କହୁଥିବା ମାଇକେଲ ହର୍ନ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୩୪୦ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଗ୍ରହାଣୁ ବାସ୍ତବରେ ଉତ୍ତର ସାଗର ଓ କୃଷ୍ଣ ସାଗର ମଧ୍ୟସ୍ଥ କୌଣସି ଏକ ସ୍ଥାନରେ ଧକ୍କା ହେବ, ଯାହା କି ବ୍ରିଟେନ୍‌ଠାରୁ ବେଶି ଦୂରରେ ନୁହେଁ। ଏହା ପୃଥିବୀରେ ଫାଟ ସୃଷ୍ଟି କରିବ, ଯଦ୍ଦ୍ବାରା ତହିଁରୁ ନିର୍ଗତ ବାଷ୍ପରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ। ସେ ଆହୁରି କହିଛନ୍ତି, ଗବେଷଣା ବେଳେ ଆମେ ଦୁଇଟି ବିଷୟ ଜାଣିବାକୁ ପାଇଛୁ। ପ୍ରଥମଟି ଏକ ବିଶାଳ ଗ୍ରହାଣୁର ଧକ୍କା ଓ ଅନ୍ୟଟି ଆପୋଫିସ୍‌ର ଧକ୍କାଜନିତ ପ୍ରଭାବ। ଏହି ପ୍ରଭାବର ଭୟାବହତା ଜାଣିବା ପାଇଁ ଆମେ ଅନ୍‌ଲାଇନରେ ବ୍ୟଙ୍ଗାତ୍ମକ ପୁସ୍ତକ ଆକାରରେ ଏ ସମ୍ପର୍କିତ ତଥ୍ୟ ଶେୟାର କରିଥିଲୁ, ଯହିଁରୁ ଲୋକେ ଗ୍ରାଫ୍‌ ଜରିଆରେ ବୁଝିପାରିବେ। ବିପର୍ଯ୍ୟୟର ଭୟାବହତା ଦୃଷ୍ଟିରୁ ବର୍ଣ୍ଣନାତ୍ମକ ଲେଖା ସମ୍ଭବତଃ ଅଧିକ ଗୁରୁତ୍ୱପୂର୍ଣ୍ଣ। ଉତ୍ତର ସାଗର ଓ କୃଷ୍ଣ ସାଗର ମଧ୍ୟସ୍ଥଳ କୌଣସି ଏକ ସ୍ଥାନରେ ଏହା ଧକ୍କା ହେବା ଫଳରେ ଭୂପୃଷ୍ଠର ଶିଳାମୟ ବାହ୍ୟଅଂଶରେ ଫାଟ ସୃଷ୍ଟି ହେବ। ଏଥିରୁ ବିପୁଳ ପରିମାଣର ଗ୍ୟାସ ନିର୍ଗତ ହେବ। ଏହା ସହ ଗ୍ରହାଣୁ ଖଣ୍ଡବିଖଣ୍ଡିତ ହୋଇଯିବ। ପୃଥିବୀ ମହାକାଶରେ ପଛକୁ ଘୁଞ୍ଚତ୍ୟାଇପାରେ। ଗ୍ରହାଣୁ ନିର୍ଦ୍ଦିଷ୍ଟ ଭାବେ ଧକ୍କା ହେବା ସ୍ଥାନରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖକୁ ଠେଲିହୋଇଯିବେ। ଏହାର କୁପ୍ରଭାବ ବିଶ୍ୱବ୍ୟାପୀ ଦେଖିବାକୁ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri