Posted inଖେଳ

ବେସ୍‌ କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର, ୨୯ା୫(ସ୍ପୋଟର୍‌ସ ବ୍ୟୁରୋ)- ଏଭରେଷ୍ଟ ଶୃଙ୍ଗରେ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରର ସନ୍ଧାନ ଓ ଉଦ୍ଧାରକାର୍ଯ୍ୟରେ ଶେର୍ପା ଦଳ ସକ୍ଷମ ହୋଇଛନ୍ତି। ସେମାନେ ମଙ୍ଗଳବାର ମରଶରୀରକୁ ବେସ୍‌ କ୍ୟାମ୍ପ-୪କୁ ଆଣିଛନ୍ତି। ଲୁକ୍‌ଲାସ୍ଥିତ ବେସ୍‌ କ୍ୟାମ୍ପରେ ଆବଶ୍ୟକ ଔପଚାରିକତା ପରେ ବୁଧବାର ଏହାକୁ ବିମାନ ଯୋଗେ କାଠମାଣ୍ଡୁ ଅଣାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଏବଂ ଉଦ୍ଧାରକାରୀ ଦଳ ସହିତ ରାଜ୍ୟ ସରକାରଙ୍କ ଯୋଗାଯୋଗ ଅବ୍ୟାହତ ରହିଛି। କଳ୍ପନାଙ୍କ ପାର୍ଥିବ ଶରୀରକୁ ଯଥା ଶୀଘ୍ର ଅଣାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବା ଯୋଜନା ଚାଲିଥିବା ସୂଚନା ଦିଆଯାଇଛି। ପ୍ରକାଶ ଯୋଗ୍ୟ ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା କ୍ରୀଡ଼ାବିତ୍‌ଙ୍କ ଆଦର୍ଶ ପାଲଟିଥିବା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଗତ ଗୁରୁବାର ମୃତ୍ୟୁ ଘଟିଥିବା ଖବର ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଥିଲା। ସେ ଦ୍ୱିତୀୟଥରପାଇଁ ଏଭରେଷ୍ଟ ଆରୋହଣ କରି ଫେରୁଥିବାବେଳେ ବାଲକୋନି ଏରିଆରେ ପ୍ରାଣ ହରାଇଥିବା ଖବର ପ୍ରଚାରିତ ହୋଇଥିଲା। ଢେଙ୍କାନାଳର କଳ୍ପନା ପୂର୍ବରୁ ୨୦୦୪ ଓ ୨୦୦୬ରେ ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ହେଁ ୨୦୦୮ ମେ ୨୧ରେ ନିଜ ସ୍ବପ୍ନକୁ ସାକାର କରିଥିଲେ। ଓଡ଼ିଶାର ପ୍ରଥମ ପର୍ବତାରୋହୀଭାବେ ସେ ଏଭରେଷ୍ଟ ଆରୋହଣ କରିଥିଲେ। ନିକଟରେ ଦ୍ୱିତୀୟଥରପାଇଁ ସେ ନିଜ ଉଦ୍ୟମରେ ସଫଳ ହୋଇଥିଲେ ହେଁ ପ୍ରତ୍ୟାବର୍ତ୍ତନ ପଥରେ ଏହି ଦୁଃଖଦ ଘଟଣା ଘଟିଥିଲା। ତାଙ୍କ ମରଶରୀର ଆଣିବା ଦାୟିତ୍ୱ ରାଜ୍ୟ ସରକାର ନେଇଥିବାବେଳେ ଓଡ଼ିଶାରୁ ଏକ ଟିମ୍‌ ନେପାଳ ଯାତ୍ରା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri