କାମାକ୍ଷାନଗର,୨୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନରୁ ଶନିବାର ପ୍ରଶାସନ ୧୦ ବର୍ଷରୁ କମ୍ ବୟସର ୧୧ ଜଣ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଛି। ପାଠ ପଢ଼ା ନଁ।ରେ ପିଲାମାନଙ୍କୁ ଘରୋଇ କାମରେ ନିୟୋଜିତ କରାଯିବା, ଠିକ୍ ଭାବେ ଖାଇବାକୁ ନ ଦେବା ଓ ରାତିରେ ପିଲାମାନଙ୍କୁ ତାଲା ପକାଇ କର୍ତ୍ତୃପକ୍ଷ ପଳାଇ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଶିକ୍ଷାଦାନ ନାଁରେ ଉକ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ ୧୧ ଜଣ ଆଦିବାସୀ ପିଲାଙ୍କୁ ରଖାଯାଇଥିଲା। ମାତ୍ର ବିଦ୍ୟାଳୟର ସମ୍ପାଦକ ଓ ଅଧ୍ୟକ୍ଷା ଥିବା ତାଙ୍କ ସ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ସେଠାରେ ପଢାଇବା ବଦଳରେ ନିଜ ଘରେ କାମ କରାଉଥିଲେ। ଏପରି କି ବିଲରୁ ଧାନ କାଟିବା, ବାଡ ଦେବା ଆଦି କାର୍ଯ୍ୟ ପିଲାଙ୍କ ଦ୍ୱାରା କରାଉଥିଲେ। ଏହାଛଡ଼ା ରାତିରେ ପିଲାମାନଙ୍କୁ ଖାଇବାକୁ ନ ଦେଇ ତାଲା ପକାଇ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ପଳାଇ ଯାଉଥିଲେ। ଏ ନେଇ ଛାତ୍ରୀଛାତ୍ରମାନେ ଅଭିଭାବକଙ୍କୁ ଜଣାଇବା ପରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ୧୦ ଜଣ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। କର୍ତ୍ତୃପକ୍ଷ ସେଠାରେ ନ ଥିବାବେଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଇ ନ ଥିବା ସେମାନେ ଦେଖିବାକୁ ପାଇଥିଲେ। ସକାଳେ ଖବରପାଇ କାମାକ୍ଷାନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଳଧର ଲେଙ୍କା, କାମାକ୍ଷାନଗର ଥାନା ଏସ୍ଆଇ ଶ୍ରୀନିବାସ ସେଠୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମହୁଲପାଳ ଗ୍ରାମ କମିଟି ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ ଭୋକିଲା ପିଲାଙ୍କୁ ବିସ୍କୁଟ ଓ ପାଣି ଯୋଗାଇବା ସହ ଘଟଣାକୁ ନିନ୍ଦା କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲେଙ୍କା କହିଛନ୍ତି, ଘଟଣାରେ ସତ୍ୟତା ରହଛି। ପିଲାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଗକୁ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏପରି ଅଭିଯୋଗକୁ ବିଦ୍ୟାଳୟ ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସ୍କୁଲ ବିରୋଧରେ ଏହା ଏକ ଷଡଯନ୍ତ୍ର। ଏଥିରେ କୌଣସି ସତ୍ୟତା ନାହିଁ।
ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ
ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…
ଫିଲ୍ମ ଷ୍ଟାଇଲ୍ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…
ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…
ବାଇକରେ ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…
ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…
ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ
ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…
ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…
ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….
ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ ଦୁଇ…
ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ
ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…
କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ
କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…
Archives

