Categories: ଜାତୀୟ

ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ୩୫ ମିନିଟ୍‌ ଅଟକି ରହିଲା ମେଟ୍ରୋ ଟ୍ରେନ୍‌

କୋଲକତା,୧୨।୯: କୋଲକତା ବେଲ୍‌ଗାଛିଆ ଷ୍ଟେଶନରେ ଗୁରୁବାର ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଫଳରେ ଏଠାରେ ୩୫ ମିନିଟ୍‌ ଧରି ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ ୯ଟା ୨୪ରୁ ୧୦ଟା ୧ ପର୍ଯ୍ୟନ୍ତ ଏହି ପଥରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଆର୍‌ଜି କର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଏକ ଚଳନ୍ତା ଟ୍ରେନ୍‌ ସମ୍ମୁଖକୁ ଡେଇଁପଡ଼ିଥିଲେ। ଏହାଯୋଗୁ ଗିରିଶ୍‌ ପାର୍କ ଏବଂ କବି ସୁଭାଷ ଷ୍ଟେଶନ ମଧ୍ୟରେ ଟ୍ରେନ୍‌ ଚଳାଚଳ ହୋଇପାରି ନ ଥିବା କୁହାଯାଉଛି।

Share