ବେପରୁଆ ଗାଡ଼ି ଚଳାଇ ମାସକରେ ଗିରଫ ହେଲେଣି ୧୭

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସକ ମଧ୍ୟରେ ୧୭ଜଣ ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରିସାରିଲାଣି ପୋଲିସ। ନୂଆ ମୋଟର ଯାନ ଆଇନ ଲାଗୁ ପରେ ସେପ୍ଟେମ୍ବର ୬ରୁ ଅକ୍ଟୋବର ୬ ମଧ୍ୟରେ ରାମଚନ୍ଦ୍ରପୁର ପୋଲିସ ଜାତୀୟ ରାଜପଥରେ ମଦୁଆ ଗାଡ଼ି ଚାଳକମାନଙ୍କୁ ଚିହ୍ନଟ ପାଇଁ ଚଢ଼ାଉ ଆରମ୍ଭ କରିଥିଲା। ଏମଭି ଆକ୍ଟ ୧୮୫ ଅନୁଯାୟୀ, ଅକ୍ଟୋବର ୬ ସୁଦ୍ଧା ୧୭ ଜଣ ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଥିବା ରାମଚନ୍ଦ୍ରପୁର ଥାନାଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।