ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ୩୫ ଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ଲାଞ୍ଜିଗଡଠାରେ ବ୍ଲକର ୬ ପଞ୍ଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ଲକର ଲାଞ୍ଜିଗଡ଼, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଛତ୍ରପୁର ଏବଂ ଚମ୍ପାଦେଇପୁରର କୃତୀ ଶିକ୍ଷକଙ୍କୁ ସମ୍ମାନଜନକ ଶିଲ୍‌ ପ୍ରଦାନ କରାଯାଇଛି। ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍‌ ଲାଞ୍ଜିଗଡ଼ ୟୁନିଟ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ ଶିକ୍ଷା ଆମର ମାନସିକ ତଥା ଆତ୍ମାର ବିକାଶ କରିଥାଏ। ଶିକ୍ଷକ ସମାଜର ଆଲୋକବର୍ତ୍ତିକା ସଦୃଶ। ଶିକ୍ଷକ ଶିକ୍ଷାର୍ଥୀଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରାଇଥାନ୍ତି। ଲାଞ୍ଜିଗଡ ଜନସାଧାରଣଙ୍କର ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।