Categories: ବାଣିଜ୍ୟ

ବେତନ ହ୍ରାସ କରିପାରେ ଟାଟା ଗ୍ରୁପ୍‌

ମୁମ୍ବାଇ,୧୨।୫- ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଗ୍ରୁପ୍‌ ଅଫ କମ୍ପାନିଜ୍‌ ଏହାର କର୍ମଚାରୀଙ୍କ ବେତନ ହ୍ରାସ ବିଚାର କରୁଛି ା ଗତ ୩ମାସ ହେଲା ଏହି ଗ୍ରୁପର ୭୦% ସଂସ୍ଥା ବ୍ୟାପକ କ୍ଷତିରେ ଚାଲୁଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେବାକୁ ଚିନ୍ତା କରୁଛି। ଟାଟା ଗ୍ରୁପର ତାଜ୍‌ ହୋଟେଲ, ଭିସ୍ତାର ବିମାନ ସେବା, ଟାଟା ମୋଟର୍ସ ଭଳି ପ୍ରମୁଖ କମ୍ପାନୀ ଏବେ ଲକ୍‌ଡାଉନ ପାଇଁ ବନ୍ଦ ହୋଇ ରହିଥିବାରୁ କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସେହିପରି କରୋନା ସଂକ୍ରମଣର ଭୟ ଓ ପ୍ରଭାବ ଫଳରେ ଟାଟା ଗ୍ରୁପର ଟିସିଏସ ଏବଂ ଅନ୍ୟ ସଂସ୍ଥା ଗୁଡିକ ଗତ ୨ମାସ ହେବ ଓ୍ବାର୍କ ଫର୍ମ ହୋମ୍‌ରେ ଚାଲିଛି ା ଫଳରେ କମ୍ପାନୀ ବ୍ୟାପକ କ୍ଷତି ଓ ସମସ୍ୟାରେ ରହିଛି। ଫଳରେ କମ୍ପାନୀ ତାର କର୍ମଚାରୀଙ୍କ ବେତନ ୩୦% ହ୍ରାସ ଉପରେ ବିଚାର ବିମର୍ଷ କରାଯାଉଛି ବୋଲି କମ୍ପାନୀର ବରିଷ୍ଟ ଅଧିକାରୀ ସିଇଓ ପୁନୀତ ଛଟଓ୍ବାଲ ସୂଚନା ଦେଇଛନ୍ତି ା ସେ ଆହୁରି କହିଛନ୍ତି ଯେ ଗତ ୩ ମାସ ହେଲା କମ୍ପାନୀର ବିମାନ ସେବା ଭିସ୍ତାର ବହୁଳ ସମସ୍ୟା ଓ କ୍ଷତିରେ ରହିଛି ା ଯାହାଫଳରେ ଭିସ୍ତାର ର ୪ହଜାରରୁ ଉର୍ଦ୍ଧ କର୍ମଚାରୀଙ୍କ ମୂଳ ବେତନରୁ ୩୦% ହ୍ରାସ କରିବା ବିଷୟରେ କମ୍ପାନୀ ଯୋଜନା କରୁଛି। ବର୍ତ୍ତମାନ ଲକ୍‌ଡାଉନ ପାଇଁ ଦେଶର ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ଶିଳ୍ପ ପ୍ରାୟ ୧ ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା କ୍ଷତି ସହିବ ବୋଲି ଅନୁମାନ କରାଯାଇଛି। କମ୍ପାନୀ ତାର ହସ୍ପିଟାଲିଟି ସେବା ପ୍ରଦାନ ସଂସ୍ଥା ତାଜ ହୋଟଲ୍‌ ଏହି ବର୍ଗରେ କ୍ଷତି ସହୁଛି। ା ସେହିଭଳି ଟିସିଏସ୍‌ ର ୪.୫ ଲକ୍ଷ କର୍ମଚାରୀଙ୍କ ବେତନବୃଦ୍ଧିକୁ କମ୍ପାନୀ ଏବେ ରୋକି ଦେଇଛି। ବର୍ତ୍ତମାନ ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀର ଆଇଟି , ଟେଲିକମ୍ୟୁନିକେସନ ଓ ଟାଟା ପାଓ୍ବାର ଭଲ ସ୍ଥିତିରେ ଥିବା ବେଳେ ଅନ୍ୟ ସବୁ ସଂସ୍ଥା ବ୍ୟାପକ କ୍ଷତିରେ ଚାଲିଛି ା ଟାଟା ଗ୍ରୁପର ସମସ୍ତ ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ଓ ବୈଠକ ପରେ ଯାହା ନିଷ୍ପତ୍ତି ହେବ ସେ ବିଷୟରେ ସବୁ ବର୍ଗର କର୍ମଚାରୀଙ୍କୁ ଅବଗତ କରାଇ ଦିଆଯିବ ବୋଲି ଛଟଓ୍ବାଲ ସୂଚନା ଦେଇଛନ୍ତି ା

Share