ବେତନ ହ୍ରାସ କରିପାରେ ଟାଟା ଗ୍ରୁପ୍‌

ମୁମ୍ବାଇ,୧୨।୫- ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଗ୍ରୁପ୍‌ ଅଫ କମ୍ପାନିଜ୍‌ ଏହାର କର୍ମଚାରୀଙ୍କ ବେତନ ହ୍ରାସ ବିଚାର କରୁଛି ା ଗତ ୩ମାସ ହେଲା ଏହି ଗ୍ରୁପର ୭୦% ସଂସ୍ଥା ବ୍ୟାପକ କ୍ଷତିରେ ଚାଲୁଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେବାକୁ ଚିନ୍ତା କରୁଛି। ଟାଟା ଗ୍ରୁପର ତାଜ୍‌ ହୋଟେଲ, ଭିସ୍ତାର ବିମାନ ସେବା, ଟାଟା ମୋଟର୍ସ ଭଳି ପ୍ରମୁଖ କମ୍ପାନୀ ଏବେ ଲକ୍‌ଡାଉନ ପାଇଁ ବନ୍ଦ ହୋଇ ରହିଥିବାରୁ କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସେହିପରି କରୋନା ସଂକ୍ରମଣର ଭୟ ଓ ପ୍ରଭାବ ଫଳରେ ଟାଟା ଗ୍ରୁପର ଟିସିଏସ ଏବଂ ଅନ୍ୟ ସଂସ୍ଥା ଗୁଡିକ ଗତ ୨ମାସ ହେବ ଓ୍ବାର୍କ ଫର୍ମ ହୋମ୍‌ରେ ଚାଲିଛି ା ଫଳରେ କମ୍ପାନୀ ବ୍ୟାପକ କ୍ଷତି ଓ ସମସ୍ୟାରେ ରହିଛି। ଫଳରେ କମ୍ପାନୀ ତାର କର୍ମଚାରୀଙ୍କ ବେତନ ୩୦% ହ୍ରାସ ଉପରେ ବିଚାର ବିମର୍ଷ କରାଯାଉଛି ବୋଲି କମ୍ପାନୀର ବରିଷ୍ଟ ଅଧିକାରୀ ସିଇଓ ପୁନୀତ ଛଟଓ୍ବାଲ ସୂଚନା ଦେଇଛନ୍ତି ା ସେ ଆହୁରି କହିଛନ୍ତି ଯେ ଗତ ୩ ମାସ ହେଲା କମ୍ପାନୀର ବିମାନ ସେବା ଭିସ୍ତାର ବହୁଳ ସମସ୍ୟା ଓ କ୍ଷତିରେ ରହିଛି ା ଯାହାଫଳରେ ଭିସ୍ତାର ର ୪ହଜାରରୁ ଉର୍ଦ୍ଧ କର୍ମଚାରୀଙ୍କ ମୂଳ ବେତନରୁ ୩୦% ହ୍ରାସ କରିବା ବିଷୟରେ କମ୍ପାନୀ ଯୋଜନା କରୁଛି। ବର୍ତ୍ତମାନ ଲକ୍‌ଡାଉନ ପାଇଁ ଦେଶର ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ଶିଳ୍ପ ପ୍ରାୟ ୧ ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା କ୍ଷତି ସହିବ ବୋଲି ଅନୁମାନ କରାଯାଇଛି। କମ୍ପାନୀ ତାର ହସ୍ପିଟାଲିଟି ସେବା ପ୍ରଦାନ ସଂସ୍ଥା ତାଜ ହୋଟଲ୍‌ ଏହି ବର୍ଗରେ କ୍ଷତି ସହୁଛି। ା ସେହିଭଳି ଟିସିଏସ୍‌ ର ୪.୫ ଲକ୍ଷ କର୍ମଚାରୀଙ୍କ ବେତନବୃଦ୍ଧିକୁ କମ୍ପାନୀ ଏବେ ରୋକି ଦେଇଛି। ବର୍ତ୍ତମାନ ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀର ଆଇଟି , ଟେଲିକମ୍ୟୁନିକେସନ ଓ ଟାଟା ପାଓ୍ବାର ଭଲ ସ୍ଥିତିରେ ଥିବା ବେଳେ ଅନ୍ୟ ସବୁ ସଂସ୍ଥା ବ୍ୟାପକ କ୍ଷତିରେ ଚାଲିଛି ା ଟାଟା ଗ୍ରୁପର ସମସ୍ତ ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ଓ ବୈଠକ ପରେ ଯାହା ନିଷ୍ପତ୍ତି ହେବ ସେ ବିଷୟରେ ସବୁ ବର୍ଗର କର୍ମଚାରୀଙ୍କୁ ଅବଗତ କରାଇ ଦିଆଯିବ ବୋଲି ଛଟଓ୍ବାଲ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri