Categories: ଫୁରସତ

ବେଡ୍‌ରୁମ୍‌ରୁ ଏମିତି ଶବ୍ଦ ଶୁଣି ଭୟରେ ଥରି ଉଠୁଥିଲେ ଦମ୍ପତି, ଜାଣନ୍ତୁ ଏ ଶବ୍ଦ କ’ଣ ଥିଲା

ଭାବିଲେ ଆପଣ ବେଡ୍‌ରୁମ୍‌ରେ ଥିବେ, ସେହି ରୁମ୍‌ରୁ ଅଜବ ଶବ୍ଦ ଆସୁଥିବ। ନା ଶାନ୍ତିରେ ବସିପାରିବେ ନା ଶୋଇପାରିବେ। ଭୟରେ ଦେହ ଥରି ଉଠିବ। ଏମିତି ଏକ ଘଟଣା ସ୍ପେନ୍‌ରେ ଘଟିଛି। ଗ୍ରେନେଡାରେ ରହୁଥିବା ଏକ ପରିବାରରେ ଏମିତି କିଛି ହୋଇଛି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗ୍ରେନେଡାରେ ରହୁଥିବା ଦମ୍ପତିଙ୍କ ବେଡ୍‌ରୁମ୍‌ରୁ ଏମିତି ଏକ ଶବ୍ଦ ଆସୁଥିଲା ଯେଉଁ ଶବ୍ଦ ଶୁଣି ଉଭୟେ ଡରି ଯାଉଥିଲେ। ଶାନ୍ତିରେ ଶୋଇ ପାରୁ ନ ଥିଲେ। ଏହାର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ କରାଗଲା। ଶବ୍ଦଟି କେଉଁଠୁ ଆସୁଛି।

ପରେ ଏହା କାନ୍ଥରୁ ଆସୁଥିବା ଜଣାପଡ଼ିଥିଲା। କାନ୍ଥକୁ ଖୋଳିବାରୁ ଯାହା ଦେଖିବାକୁ ମିଳିଲା ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କାନ୍ଥ ଖୋଳିବାରୁ ଏହା ଭିତରେ ମହୁମାଛି ଥିବା ଜଣାପଡ଼ିଥିଲା। ଫଳରେ ମହୁମାଛି ପାଳନ କରୁଥିବା ଜଣେ ଲୋକଙ୍କ ସହ ଯୋଗାଯୋଗ କରାଗଲା।

କାନ୍ଥ ଭିତରେ ପ୍ରାୟ ୮୦ ହଜାର ମହୁମାଛି ଥିଲେ। ପ୍ରାୟ ୧ ମିଟର ପର୍ଯ୍ୟନ୍ତ ମହୁମାଛି ଘର କରି ରହିଥିଲେ। ମହୁମାଛି ପାଳନକର୍ତ୍ତା କୁହନ୍ତି, ପ୍ରାୟ ୨ ବର୍ଷ ହେବ ଏମାନେ ଏଠାରେ ବସା ବାନ୍ଧିଲେଣି। ଯେଉଁଥିପାଇଁ ଏମାନଙ୍କ ସଂଖ୍ୟା ୮୦ ହଜାରରେ ପହଞ୍ଚିଛି। ଆଉ କିଛିଦିନ ପରେ ମହୁମାଛି ଘାତକ ପାଲଟିଥାନ୍ତେ।

Share