Posted inଖେଳ

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି। ତେବେ ଏହା ସତ୍ତ୍ୱେ ଅଲିମ୍ପିକ୍ସ ପାଇଁ ପ୍ରସ୍ତତି ଚଲାଇଥିବା ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳାଳିମାନଙ୍କୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ହକି ଇଣ୍ଡିଆ ତରଫରୁ ସ୍ପଷ୍ଟ କରାଯାଇଛି। କରୋନା ପଜିଟିଭ୍‌ ଥିବା ସମ୍ପୃକ୍ତ ରୋଷେୟାଙ୍କ ସହ ଖେଳାଳିମାନଙ୍କ ମଧ୍ୟ କୌଣସି ସମ୍ପର୍କ ନାହିଁ ‌ଓ ସେମାନେ କୌଣସି ପ୍ରକାର ଏହି ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିନାହାନ୍ତି ବୋଲି ହକି ଇଣ୍ଡିଆ କହିଛି।
ରୋଷେୟା ଜଣକ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି। ତେବେ ସେ କରୋନା ପଜିଟିଭ୍‌ ଥିବା ପରେ ଜଣାପଡିଥିଲା ବୋଲି ସାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ଏଥିରେ ଭୟଭୀତ ହେବାର କିଛ କାରଣ ନାହିଁ। କାରଣ ଖେଳାଳି ରହୁଥିବା ସ୍ଥାନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଯିବା ଆସିବା ନ ଥିଲା ବୋଲି ସେ କହିଛନ୍ତି। ତେଣ ଏଠାରୁ ଖେଳାଳି ସ୍ଥାନାନ୍ତର ହେବାର ପ୍ରଶ୍ନ ଉଠୁନାହିଁ। ଭିତ୍ତିଭୂମି ଓ ସୁବିଧା ସୁଯୋଗ ଦୃଷ୍ଟିକୋଣରୁ ଦେଶରେ ବେଙ୍ଗାଲୁରୁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ବୋଲି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ କହିଛନ୍ତି। ଅନ୍ୟପଟେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାରୁ ଖେଳାଳିଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟହହାରିକ ଭାବେ ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମାର୍ଚ୍ଚ ୧୦ ତାରିଖର ପରଠାରୁ ରୋଷେୟା ଜଣକୁ ଗେଟ ଏରିଆକୁ କେବେବି ଯାଇ ନାହାନ୍ତି। ବୟସାଧିକ ହେତୁ ତାଙ୍କୁ ମାର୍ଚ୍ଚ ୧୦ ତାରିଖଠାରୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଥିଲେ ବୋଲି ସାଇର ଅଧିକାରୀ ଜଣକ କହିଛନ୍ତି। ରୋଷେୟା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ପିଲା ଜନ୍ମ ହେବାର ସମ୍ଭାବନା ଥିବା ଯୋଗୁ ହସ୍ପିଟାଲ ଯାଇଥିଲେ ଓ ହୃଦ୍‌ଘାତ୍‌ କାରଣରୁ ପ୍ରାଣ ହରାଇଥିଲେ। ନିୟମ ଅନୁସାରେ ତାଙ୍କର କୋଭିଡ-୧୯ ପରୀକ୍ଷା ହୋଇଥିଲା ଓ ସେ ପଜିଟିଭ୍‌ ବୋଲି ଜଣାପଡିଥିଲା।
ସାଇ କ୍ୟାମ୍ପସ୍‌ ଗେଟ ଏରିଆ, ସେକ୍ଟର-ଏ ଓ ସେକ୍ଟର ବି’ରେ ବିଭକ୍ତ। ଖେଳାଳିମାନେ ସେକ୍ଟର ବି’ରେ ରହିଥାନ୍ତି। ଖେଳାଳିମାନେ ଗତ ଦୁଇମାସ ହେବ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି ବୋଲି ସେ କହିଛନ୍ତି। ରୋଷେୟାଜଣକ ୬୫ ଦିନ ହେବ କ୍ୟାମ୍ପସ ବାହାରେ ରହୁଛନ୍ତି। ମାର୍ଚ୍ଚ ୧୫ରେ ସେ କ୍ୟାମ୍ପସ ଆସିଥିଲେ। ତେବେ ସେ ଗେଟ ଏରିଆରେ ରହିଥିଲେ। ଏହା ସତ୍ତ୍ୱେ ସମ୍ପୃକ୍ତ ରୋଷେୟାଙ୍କ ସହ ସମ୍ପର୍କରେ ଆସିଥିବା ସମ୍ପାବନାକୁ ଦୃଷ୍ଟିରେ ରଖି ୪-୫ ଜଣ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର...

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri