ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆକ୍ରାନ୍ତ ଯୁବକ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଛି। ଅନ୍ୟପଟେ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରି ହଜ୍‌ ପଞ୍ଚାୟତ ସରପଞ୍ଚ ପୁଲକ ବଡଜେନା ସ୍ଥାନୀୟ କାଳଚୁଆପାଟଣା, ହଜ୍‌ ଏବଂ ନାରଗୋଦା ଗ୍ରାମକୁ ୭୨ଘଣ୍ଟା ଲାଗି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଆକ୍ରାନ୍ତ ଯୁବକ ଗତ ମାର୍ଚ୍ଚ ୨୫ ତାରିଖରେ ତାମିଲନାଡୁରୁ ଘରକୁ ଫେରିଥିଲେ। ମାତ୍ର ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏହାପରେ ସେ ବୋଲଗଡ଼ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ବିଭିନ୍ନ ସମୟରେ ସେ ନିଜ ଗ୍ରାମକୁ ଆସିବା ସହ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଗତ ମେ ୮ତାରିଖ ସେ ଅସୁସ୍ଥ ଅନୁଭବ କରିଥିଲେ। ମେ ୧୦ତାରିଖରେ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରବିବାର ତାଙ୍କର ପଜିଟିଭ ଟିପୋର୍ଟ ଆସିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ବେଗୁନିଆ ବିଡିଓ, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଇଥିଲେ। ଅନ୍ୟପଟେ ଆକ୍ରାନ୍ତ ଜଣଙ୍କ ଗତ ଦୁଇ ଦିନ ହେବ ଶଗଡ଼ଭଙ୍ଗା ପଞ୍ଚାୟତର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ ବୋଲି ପ୍ରଶାସନ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଉକ୍ତ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଥିବା ଜଣାପଡିଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଏଯାବତ୍‌ ୩ଟି ଗ୍ରାମକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବି। ରିପୋର୍ଟ ଲେଖା ହେବା ବେଳକୁ ଉକ୍ତ ୩ ଗ୍ରାମରେ ସାନିଟାଇଜ କରାଯାଇ ନ ଥିବା ଜଣାପଡଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚଢାଉ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri