ବେଉସା ବଞ୍ଚାଇବା ଚିନ୍ତାରେ ଟସର କାରିଗର

କେନ୍ଦୁଝର, ୩।୬ (ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ବୁଣାକାର ପରିବାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଜୀବନଜୀବିକାରେ ଯେପରି ବ୍ରେକ ଲାଗିଯାଇଛି। ବୁଡ଼ିବାକୁ ବସିଲାଣି ସେମାନଙ୍କ କୁଳବେଉସା। ବଞ୍ଚାଇବାକୁ ଚେଷ୍ଟା କଲେ ମଧ୍ୟ ବିକ୍ରିବଟା ନ ଥିବାରୁ କାରିଗରମାନେ ଚିନ୍ତାରେ ରହିଛନ୍ତି। ଆବଶ୍ୟକ କଞ୍ଚା ମାଲ ମିଳୁ ନାହିଁ। ପୁଣି ପୂର୍ବରୁ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବଜାର ସୁବିଧା ନ ଥିବାରୁ ବିକ୍ରି ହୋଇପାରୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଫକୀରପୁର ବଙ୍ଗାଳିସାହିର ୩୦୦ ବୁଣାକାର ପରିବାର। ଘରେ ପଡି ରହିଛି ବୁଣାଯାଇଥିବା ଶହ ଶହ ଚାଦର, ଧୋତି, ଶାଢୀ ଆଦି ସାମଗ୍ରୀ। ଏବେ ଅନେକ ଟସର କୋସା ମିଳୁ ନ ଥିବାରୁ ଆଉ ସୂତା କାଟି ଲୁଗା ବୁଣିବା ସମ୍ଭବ ହୋଇପାରୁନାହାନ୍ତି। ଫଳରେ ସେମାନେ ଅର୍ଥାଭାବରେ ରହିଥିବା କହିଛନ୍ତି।
କରୋନା କଟକଣା ଯୋଗୁ ପ୍ରାୟ ୨ ମାସ ହେଲା ବଜାର ବନ୍ଦ ରହିଛି। ଟସରରୁ ବିଭିନ୍ନ ପ୍ରକାରର ଦାମୀ ଓ ଆକର୍ଷଣୀୟ ବସ୍ତ୍ର ବୁଣାଯାଇଥାଏ। ଫକୀରପୁର ଟସର ସାମଗ୍ରୀର ଚାହିଦା ରାଜ୍ୟ ତଥା ଦେଶ ବିଦେଶରେ ରହିଛି ା କାରିଗରମାନେ ଅରଟରେ ସୂତାକାଟି ହସ୍ତତନ୍ତରେ ବିଭିନ୍ନ ପ୍ରକାରର ଧୋତି, ଚାଦର, ଶାଢୀ ଆଦି ବୁଣିଥାନ୍ତି। ୧୯୯୯ ମହାବାତ୍ୟା ସମୟରେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ା ସେ ସମୟରେ ହୋଇଥିବା କ୍ଷୟକ୍ଷତିର ଭରଣା ହୋଇପାରି ନ ଥିବା ବେଳେ ଏବେ ଲକଡାଉନ ୧୦୦ବର୍ଷର ଜୀବିକା ଉପରେ ବୋଝ ଉପରେ ନଳିତାମାଡ ସଦୃଶ ହୋଇଛି ା ନିଜର କୌଳିକ ବୃତ୍ତିକୁ ଛାଡି ପାରୁ ନ ଥିବା ଏହି କାରିଗରମାନେ ଆର୍ଥତ୍କ ସହାୟତା ଲାଗି ଅପେକ୍ଷା କରି ରହିଛନ୍ତି। ବୟୋଜ୍ୟେଷ୍ଠ ବୁଣାକାର ତଥା ପ୍ରଶିକ୍ଷକ ଆକୁଳି ସୂର କୁହନ୍ତି, ତନ୍ତ ବୁଣି ବ୍ୟବସାୟ କରିଆସୁଛୁ। ମଠା, ପାଟ, ସୂତା ଆଦି ଶାଢୀ ପ୍ରସ୍ତୁତ କରି ବାହାରକୁ ରପ୍ତାନୀ କରିଥାଉ। ବିଭିନ୍ନ କାରଣରୁ ଏହାର ଚାହିଦା କମୁଛି ା ପ୍ରୋତ୍ସାହନ ଅଭାବରୁ ଅନେକ ବୁଣାକାର ଏହି କାମ ଛାଡିଦେଲେଣି। ସେହିପରି ବୁଣାକାର ଭରତ ସୁର କୁହନ୍ତି ଯେ, ଦୀର୍ଘ ୧୭ବର୍ଷ ହେଲା ଏହି କୌଳିକ ବୃତ୍ତି କରି ଆସୁଛନ୍ତି। ଏବେ ଘରେ ଲୁଗା ଗଚ୍ଛିତ ହୋଇରହିଛି ା କଟକଣା ପାଇଁ ବିକ୍ରି କରି ପାରୁନାହୁଁ ା ସୂତା ମିଳୁ ନ ଥିବାରୁ ଆଉ ବୁଣିପାରୁନାହୁ।
ମହିଳା ବୁଣାକାର ସାବିତ୍ରୀ ସୁର କୁହନ୍ତି, ଟସର ସୋସାଇଟିରୁ ଟସର ଆଣି ସେଥିରୁ ସୂତାକାଟି ତନ୍ତରେ ଲୁଗା ବୁଣି ଚଳୁ ା ଏବେ ବିକ୍ରିବଟା ବନ୍ଦ ହୋଇଯାଇଥିବାରୁ ବହୁ କଷ୍ଟରେ ଚଳୁଛୁ ା ଏଣୁ ବିକ୍ରିବଟା ପାଇଁ ବ୍ୟବସ୍ଥା କରିବା ସହ ଆର୍ଥିକ ସହାୟତା ଦେଲେ ଚଳିପାରନ୍ତୁ। ଯେଉଁ କାମ କରୁଛୁ ସେସବୁ ବିକ୍ରି ହୋଇ ନ ପାରି ଗଦା ହୋଇ ରହୁଛି ା ଏ ସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କରୋନା ପାଇଁ କୌଣସି ଆର୍ଥତ୍କ ସହାୟତା ବ୍ୟବସ୍ଥା ନାହିଁ। ସହାୟତା ଆସିଲେ ପ୍ରଦାନ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri