ବେଆଇନ ସ୍କୁଲ ପାଚେରି ନିର୍ମାଣ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ତିହିଡ଼ି,୧୭।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବିଦ୍ୟାଧରପୁର ଗ୍ରାମବାସୀ ଶୁକ୍ରବାର ମଧ୍ୟାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ବିଦ୍ୟାଧରପୁର ପ୍ରାଥମିକ ସ୍କୁଲ ପାଚେରି ନିର୍ମାଣ ବେଆଇନ ଭାବେ କରାଯାଉଥିବାରୁ ଏହାର ପ୍ରତିବାଦରେ ସେମାନେ ଏହି ପଦକ୍ଷେପ ନେଇଥିଲେ। ଭାରପ୍ରାପ୍ତ ବିଡିଓ ରମେଶ ଚନ୍ଦ୍ର ପଣ୍ତା ଆସନ୍ତା ୨୫ ତାରିଖରେ ସ୍କୁଲ ସୀମାର ମାପ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି। ପୂର୍ବତନ ସମିତିସଭ୍ୟ ଉମାକାନ୍ତ ଦାସ, କୈଳାସ ବେହେରା, କେଶବ କଣ୍ଡୁ,ସୁରେନ୍ଦ୍ର କୁଣ୍ଡୁ, ରମାକାନ୍ତ ବେହେରା,ସଞ୍ଜୟ ମହାଳିକ ପ୍ରମୁଖ ଧାରଣାରେ ସାମିଲ ଥିଲେ।