ବେଆଇନ ସ’ମିଲ୍‌ ଉପରେ ଚଢ଼ାଉ: ଯନ୍ତ୍ରାଂଶ, କାଠଗଣ୍ଡି ଜବତ

ଭଣ୍ଡାରିପୋଖରୀ,୩୦।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳଠାରେ ବେଆଇନ ଭାବେ ଚାଲୁଥିବା ଏକ ସ’ମିଲ୍‌ ଉପରେ ବୁଧବାର ସକାଳେ ବନବିଭାଗ ଚଢ଼ାଉ କରିଛି। ବନବିଭାଗ କର୍ମଚାରୀମାନେ ଏକ ଜେସିବି ସାହାଯ୍ୟରେ ସ’ମିଲକୁ ଭାଙ୍ଗିବା ସହ ଯନ୍ତ୍ରାଂଶ, କାଠଗଣ୍ଡି ଜବତ କରିଛନ୍ତି। ଏହି ଚଢ଼ାଉରେ ଧାମନଗର ରେଞ୍ଜର ସମୀର କୁମାର ରାଉତ, ଫରେଷ୍ଟର ସୁଶାନ୍ତ ଦାସ, ପ୍ରଶାନ୍ତ ଦାସଙ୍କ ସମେତ ଫରେଷ୍ଟ ଗାର୍ଡମାନେ ସାମିଲଥିଲେ।