ବେଆଇନ ମୋରମ ଖଣି ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)- ସଦର ତହସିଲ ଅନ୍ତର୍ଗତ ତୁଳସୀଚଉରା ଗ୍ରାମରେ ଶନିବାର ମୋରମ ଖଣିରେ ଘଟିଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜସ୍ବ ବିଭାଗର ଚେତା ଆସିଛି ା ସଦର ତହସିଲ ସମେତ ଘଟଗାଁ, ବାଂଶପାଳ, ପାଟଣା, ଆନନ୍ଦପୁର ଆଦି ତହସିଲ ଅଞ୍ଚଳରେ ଚାଲିଥିବା ବହୁ ସଂଖ୍ୟାରେ ବେଆଇନ ପଥର, ମୋରମ, ବାଲି ଖଣିକୁ ନେଇ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଘଟଣାରେ ରାଜସ୍ବ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଚକିତ କରିଛି ା କେବଳ ପୋଲିସ ଜବତ ଟ୍ରାକ୍ଟର ମାଲିକ ବିରୋଧରେ ମାମଲା କରି ତଦନ୍ତ କରୁଛି ା ସଦର ତହସିଲ ଅନ୍ତର୍ଗତ ବିଶେଷ କରି ସଦର ଓ ହଳଧରପୁର ରାଜସ୍ବ ସେକ୍ସନ ଅଧୀନରେ ବହୁ ପରିମାଣରେ ବେଆଇନ ମୋରମ ଓ ପଥର ଖନନ ଚାଲିଛି ା ଏହି ବେଆଇନ କାମ ବନ୍ଦ କରାଯାଉ ନ ଥିବାରୁ ବ୍ୟାପକ ରାଜସ୍ବ ହାନୀ ଘଟିବା ସହ ପରିବେଶ ନଷ୍ଟ ହେଉଛି ା ଏଣୁ ଏନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ା ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ ହେଉଥିଲେ ହେଁ ଦେଖିବାକୁ କେହିନାହିଁ ା ଏସବୁ ଚୋରାକାରବାର ରୋକିବା ପାଇଁ ଟାସ୍କ ଫୋର୍ସ ମଧ୍ୟ କାର୍ଯ୍ୟକାରୀ ହେଉନଥିବାରୁ ପରିବେଶବିତ ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସରକାରୀ ଭାବେ ଲିଜ ଦିଆଯାଉଥିବା କ୍ୱାରୀ ଗୁଡିକ ନିୟମିତ ଯାଞ୍ଚ କରାଯାଉନଥିବା ଏବଂ ଚାଲିଆସୁଥିବା କ୍ରସର ୟୁନିଟ ଗୁଡିକ ଚଢାଉ କରି ନିୟମିତ ଷ୍ଟକ ଯାଞ୍ଚ କରାଯାଉନଥିବାରୁ ବେଆଇନ କାର୍ଯ୍ୟ ଧରାପଡୁନାହିଁ ବୋଲି କୁହାଯାଉଛି ା ବିନା କ୍ୱାରୀରେ କେତେକ କ୍ରସର ୟୁନିଟ ଚାଲୁଛି ା ତେବେ ସେମାନେ କେଉଁଠୁ ପଥର ଆଣୁଛନ୍ତି ତାହାର ଯାଞ୍ଚ ନିୟମିତ ହେଉନଥିବାରୁ ଚୋରା କାରବାର ଜାରି ରହୁଛି ବୋଲି ମତ ପ୍ରକାଶ ପାଉଛି ା ଅନ୍ୟପକ୍ଷରେ କ୍ୱାରୀ ଲିଜଧାରୀ ସରକାରୀ ନୀତିନିୟମ ଅନୁଯାୟୀ ପଥର ଖନନ କରି ଲିଜ ଅବଧି ସମାପ୍ତି ପରେ ଲିଜ ଚୁକ୍ତି ଅନୁଯାୟୀ ସୃଷ୍ଟି ହୋଇଥିବା ଖାଲ ପୋତା ଯାଉଛି କି ନାହିଁ ମଧ୍ୟ ଯାଞ୍ଚ ହେଉନାହିଁ ା ଫଳରେ ବହୁ ଖଣି ଖୋଲା ପଡିଛି ଏବଂ ଅସୁରକ୍ଷିତ ଅବସ୍ଥାରେ ରହିଛି।
ଏଥିପାଇଁ ଖଣି, ରାଜସ୍ବ, ଜଙ୍ଗଲ, ଭୂତତ୍ତ୍ୱ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଗଲେ ବହୁ ବେଆଇନ କାମ ପଦାକୁ ଆସିବ ଏବଂ ବେଆଇନ ଭାବେ ଚାଲିଥିବା ଖଣି, କ୍ରସର ଆଦି ଧରାପଡିବ ବୋଲି ମତ ପ୍ରକାଶ ପାଉଛି। ଅନେକ ସମୟରେ ଫାଇନ ମଧ୍ୟ ଧାର୍ଯ୍ୟ କରି ଆଦାୟ କରାଯାଉନାହିଁ ଓ କୋର୍ଟକୁ ଯିବା ପାଇଁ ସୁଯୋଗ ଦିଆଯାଉ ନ ଥିବା ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି। କେନ୍ଦୁଝର ଉପଜିଲାପାଳ ସୋମନାଥ ପ୍ରଧାନ କହିଛନ୍ତି ଯେ ବେଆଇନ ଖଣି ରୋକିବା ପାଇଁ ପଦକ୍ଷେପ ନିଆଯିବ ା ନୋଟିସ କରାଯାଇ ପଦକ୍ଷେପ ନିଆଯାଉଛି ା ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା ସେହିପରି ଖୋଲା ପଡିଥିବା ଖଣି ଗୁଡିକ ଲିଜଧାରୀ ପୂରଣ କରିଛନ୍ତି କି ନାହିଁ ତାହାର ସମୀକ୍ଷା କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri