ବେଆଇନ ମଦଭାଟି ଭାଙ୍ଗିଲେ ମହିଳା

ଚିତ୍ରଡା, ୨୪।୪(ଡି.ଏନ.ଏ.)-ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଧୀନରେ ଥିବା ହଲଦୀପାଳ ପଞ୍ଚାୟତର ମଦନଡ଼ିହି ଗ୍ରାମର ଶୁକ୍ରବାର ସକାଳୁ ସରପଞ୍ଚ ଅଞ୍ଜନା ମାଝୀଙ୍କ ସମେତ ମିଶନ ଶକ୍ତିର ମହିଳା ମାନେ ସାହାସିକତା ଦେଖାଇଛନ୍ତି। ଗତ ଗୁରୁବାର ରାତିରେ ଲକ୍‌ଡାଉନ୍‌ର ସୁଯୋଗ ନେଇ ମଦନଡ଼ିହିରେ ବହୁ ପରିମାଣର ଦେଶୀମଦ ଚୋରା ଚାଲାଣ ହେଉଥିବାର ଖବରପାଇ ମହିଳା ମାନେ ତିନୋଟି ଭାଟିର ହାଣ୍ଡି ଗୁଡିକୁ ଭାଙ୍ଗିଦେବା ସହ ୧୨ ଗୋଟି ଡ୍ରମରେ ଥିବା ପୋଚ ଗୁଡିକୁ ତଳେ ପକାଇ ଦେଇ ତାହା ଉପରେ କିରୋସିନ ଢାଳି ଦେଇଥିଲେ। ମୋରଡ଼ା ପୋଲିସ ଘଟଣା ସ୍ଥଳରେ ୧୨ଟି ବଡ ଡ୍ରମ, ୩ ଛୋଟ ଗ୍ଲେନ, ୩ ବଡ ହାଣ୍ଡି, ୩ ଛୋଟ ହାଣ୍ଡି ଜବତ କରି ଥାନାକୁ ନେଇଯାଇଥିବା ଚିତ୍ରଡ଼ା ଫାଣ୍ଡି ଅଧିକାରୀ ରଜେନ୍ଦ୍ର ମଣ୍ଡଳ କହିଛନ୍ତି।