ବେଆଇନ ବାଣ କାରଖାନାରେ ଚଢ଼ାଉ : ୧୨ ଗିରଫ

କଟକ ଅଫିସ, ୧୯ା୧୦: ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଓ ତ୍ରିଲୋଚନପୁର ଗଁାରେ ଥିବା ୮ଟି ବେଆଇନ ବାଣ କାରଖାନା ଉପରେ ଶନିବାର ଭୋରରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ସେଠାରୁ ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ ଜବତ କରାଯାଇଥିଲା। ଏହି ଘଟଣାରେ ଜଗତପୁର ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନରେନ୍ଦ୍ର ନାୟକ, ବୁଲୁ ମଲ୍ଲିକ, ଜଗା ମାଝୀ, ପ୍ରତାପ ଚନ୍ଦ୍ର ଘଡେଇ, ଯୋଗେନ୍ଦ୍ର ମାଝୀ, ରମେଶ ଚନ୍ଦ୍ର ଘଡେଇ, ବଟେଶ୍ୱର ଘଡେଇ, ଧନେଶ୍ୱର ଘଡେଇ, ସଞ୍ଜୟ ଘଡେଇ, ପ୍ରଶାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ରଞ୍ଜନ ଘଡେଇ। ଏ ନେଇ ଥାନାରେ ଏକ ମାମଲା(ନଂ.୩୩୯/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉପରୋକ୍ତ ସ୍ଥାନରେ ବେଆଇନ ଭାବେ ବାଣ ତିଆରି ହେଉଥିଲା। ଏହି ଖବର ମିଳିବା ପରେ କଟକର ୬ଟି ଥାନାର ଆଇଆଇସିଙ୍କୁ ନେଇ କମିଶନରେଟ ପୋଲିସ ସେଠାରେ ଚଢାଉ କରିବା ପାଇଁ ଯୋଜନା କରିଥିଲା। ଏଥିରେ ପ୍ରାୟ ୨୦ଜଣ ବରିଷ୍ଠ ପୋଲିସ ଅଧିକାରୀ ଓ ୪ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ। ଶନିବାର ଭୋର ପ୍ରାୟ ୪ଟାରେ ଉକ୍ତ କାରଖାନା ଉପରେ ଅତର୍କିତ ଚଢାଉ ହୋଇଥିଲା। ଚଢାଉ ବେଳେ କାରଖାନାଗୁଡିକର ଲାଇସେନ୍ସ ନ ଥିବା ଜଣାପଡିଥିଲା। ଫଳରେ ଘଟଣାସ୍ଥଳରୁ ପୋଲିସ ପ୍ରାୟ ୨୫କେଜି ୪ଶହ ଗ୍ରାମ୍‌ ଓଜନର ବାରୁଦ, ୧୪ କେଜି ପୋଟାସିୟମ, ୩୫ କେଜି ମେଟାଲ ବ୍ଲାକ୍‌ ପାଉଡର, ୧୨ କେଜି ଆଲୁମିନିୟମ ଗୁଣ୍ଡ, ୧୫ କେଜି ଲୁହାଗୁଣ୍ଡ ଏବଂ ବିଭିନ୍ନ ପ୍ରକାରର ୧୦ ହଜାର ପ୍ୟାକେଟ ବାଣ ଜବତ କରିଥିଲା। ଜବତ ସାମଗ୍ରୀଗୁଡ଼ିକୁ ୩ଟି ଟ୍ରାକ୍ଟର ଯୋଗେ ଜଗତପୁର ଥାନାକୁ ନିଆଯାଇଥିଲା। ତେବେ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ଜନବସତି ମଧ୍ୟରେ ସେମାନେ ବେଆଇନ ଭାବେ ବାଣ ତିଆରି କରିବା ସହ ଅତ୍ୟନ୍ତ ମାରାତ୍ମକ ରାସାୟନିକ ସାମଗ୍ରୀ ଗଚ୍ଛିତ ରଖିଥିଲେ। ବାଣ ତିଆରିରେ ଏହି ରାସାୟନ ଦ୍ରବ୍ୟ ବ୍ୟବହାର କରାଯାଉଥିଲା। ଶୋଇବା ଘରେ ବି ଅଭିଯୁକ୍ତମାନେ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚେଇ ରଖିଥିବା ଦେଖିବାକୁ ମିଳିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ଫଟୋ- ଗିରଫ ଅଭିଯୁକ୍ତ, ଜବତ ବାଣ ଓ ଅନ୍ୟ ସାମଗ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri