ବେଆଇନ ଚୋରା ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ରାଜନଗର ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବୈତରଣୀ ନଦୀର ରାଇକଳା ବାଲି ଘାଟରୁ ୨ଟି ଟ୍ରାକ୍ଟର ଜବତ ହୋଇଛି। ବେଆଇନ ଚୋରା ଚାଲାଣ ହେଉଥିବା ବେଳେ ଶନିବାର ତୁରୁମୁଙ୍ଗା ପୋଲିସ ୨ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟରଗୁଡ଼ିକୁ ତୁରୁମୁଙ୍ଗା ଥାନାଧିକାରି ପାଟଣା ତହସିଲଦାରଙ୍କୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ କେତେକ ଅସାଧୁ ବାଲି ମାଫିଆମାନେ ଏହାର ସୁଯୋଗ ଉଠାଇ ରାତାରାତି ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।