ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି। ଝିଅର ଯତ୍ନ ନେଉ ନ ଥିବାରୁ ବୁଦ୍ଧା ମା’ଙ୍କୁ ପିଟାପିଟି କରିବା ସହ ଆଖି ତାଡିଦେଇଥିଲେ। ହାତ, ଗୋଡ ଭାଙ୍ଗି ଦେଇଥିଲେ। ଖାଇବା ପିଇବାକୁ ନ ପାଇ ସେ ମୃତ୍ୟୁବରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ମୃତ୍ୟୁ ବେଳକୁ ବୃଦ୍ଧାଙ୍କ ଓଜନ ମାତ୍ର ୨୯ କିଲୋ ଥିଲା ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦୁବାଇରେ ରହୁଥିବା ଏହି ଦମ୍ପତ୍ତିଙ୍କ ଏକ ଝିଅ ଅଛି। ଦୁହେଁ ଚାକିରି କରିଥିବାରୁ ଝିଅଙ୍କ ଯତ୍ନ ନେବା ପାଇଁ ଭାରତରୁ ବୃଦ୍ଧା ମା’ଙ୍କୁ ସେଠାକୁ ନେଇଥିଲେ। କିଛିଦିନ ପରେ ଝିଅଙ୍କ ସ୍ବାସ୍ଥ୍ୟା ବାରମ୍ବାର ଖରାପ ହେବାରୁ ବୃଦ୍ଧାଙ୍କ ଉପରେ ଦୋଷ ଲଦି ତାଙ୍କୁ ମାରପିଟ୍‌ କରିଥିଲେ। ଘଟଣାଦିନ ବୃଦ୍ଧାଙ୍କୁ ବାଲକୋନୀରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ସେ ସମୟରେ ମହିଳା ଶରୀର ପୋଡିଯାଇଥିଲା। ଏନେଇ ପୋଲିସ ପୁଅଙ୍କୁ ପଚରାରିବାରୁ ଗରମ ପାଣିରେ ମା’ ପଡିଯିବାରୁ ଏଭଳି ଅବସ୍ଥା ହୋଇଛି ବୋଲି କହିଥିଲେ। ପୋଲିସ ଘଟଣାର ତଦନ୍ତ କରି ଦମ୍ପତ୍ତିଙ୍କୁ ଗିରଫ କରିଛି।

Share