ବୃଦ୍ଧାଙ୍କୁ ଗଣବଳାତ୍କାର ଘଟଣାରେ ୨ ଗିରଫ

ବଡ଼ଗାଁ, ୧୪।୭ (ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ନିକଟ ଝାରମୁଣ୍ଡା ଗ୍ରାମରେ ଜନୈକା ବୃଦ୍ଧା (୬୫ବର୍ଷ)ଙ୍କୁ ୯ ତାରିଖ ଗଣ ବଳାତ୍କାର ହୋଇଥିଲା। ଏହି ଘଟଣାରେ ଶନିବାର ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଥାନାରେ ଏକ ମାମଲା (ନଂ. ୧୦୧/୨୦୧୯) ରୁଜୁ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଝାରମୁଣ୍ଡା ଗ୍ରାମର ବିବାହିତ ବ୍ୟକ୍ତି ଖଗେଶ୍ୱର ନାଏକ (୫୫) ଓରଫ ଶୁକ୍ର ଏବଂ ଅବିବାହିତ ଯୁବକ ନବୀନ କୁମାର ପ୍ରଧାନ (୨୫) ଓରଫ କୁନୁ। ସୂଚନାନୁଯାୟୀ, ୯ ତାରିଖ ରାତି ୮ଟାରେ ବୃଦ୍ଧା ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ହଳ ବଳଦ ଯୋଗାଡ କରିବାକୁ ଯାଇଥିଲେ। ଫେରିବା ବେଳେ ଅଭିଯୁକ୍ତ ଦ୍ୱୟ ବୃଦ୍ଧାଙ୍କୁ ନିକଟବର୍ତ୍ତି ପ୍ରାଥମିକ ସ୍କୁଲକୁ ଟେକିନେଇ ଜବରଦସ୍ତ ଦେଶୀ ମଦ ପିଆଇ ରାତି ତମାମ ଉଭୟେ ବଳାତ୍କାର କରିଥିଲେ। ଭୋର ବୃଦ୍ଧାଙ୍କୁ ଛାଡି ଚାଲିଯାଇଥିଲେ । ଅସୁସ୍ଥ ଅବସ୍ଥାରେ ବୃଦ୍ଧା ପଡିଥିବା ଶୁଣି ତାଙ୍କ ଝିଅ ଜ୍ୱାଇଁ ଉଦ୍ଧାର କରି ଘରକୁ ଆଣିଥିଲେ। ବିଳମ୍ବରେ ୧୨ ତାରିଖ ଏହି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହା ଜାଣିପାରି ଅଭିଯୁକ୍ତ ଦ୍ୱୟ ଗାଁ ନିକଟ କୌଣସି ସ୍ଥାନରେ ଲୁଚି ଯାଇଥିଲେ । ଥାନା ଆଇଆଇସି ସୂର୍ଯ୍ୟକାନ୍ତି ଦାସ, କନଷ୍ଟେବଲ ରମେଶ ଚନ୍ଦ୍ର ପଟେଲ, କାନ୍ତି ବେହେରା ଗାଁକୁ ଯାଇ ଚତୁରତାର ସହିତ ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲେ। ଶନିବାର ସକାଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିଥିଲେ। ଶୁକ୍ରବାର ରାତିରେ ଏସ୍‌ପି ସୌମ୍ୟା ମିଶ୍ର ବଡଗାଁ ଥାନାକୁ ଆସି ଜେରା କରିଥିଲେ। ଶନିବାର ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ ଅଭିଯୁକ୍ତଙ୍କୁ ଜେରା କରିଛନ୍ତି। ଶନିବାର ସୁନ୍ଦରଗଡ ମେଡିକାଲରେ ଡାକ୍ତରୀ ପରୀକ୍ଷା ପାଇଁ ବୃଦ୍ଧାଙ୍କୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri