ବୃତ୍ତି ନୁହେଁ, ବିଶ୍ୱରୂପ ଦର୍ଶନ ବିଦ୍ୟାର୍ଥୀଙ୍କ ଲକ୍ଷ୍ୟ ହେଉ

ବ୍ର୍‌ହ୍ମପୁର ଅଫିସ,୩ା୧- ବୃତ୍ତି ନୁହେଁ, ବିଶ୍ୱଦର୍ଶନ ଓ ବିଶ୍ୱରୂପ ଦର୍ଶନ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଲକ୍ଷ୍ୟ ହେବା ଉଚିତ। କେବଳ ବୃତ୍ତି ଲକ୍ଷ୍ୟରେ ଅଧ୍ୟୟନ ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ହତାଶ କରାଇଥାଏ। ତେଣୁ ବୃତ୍ତି ସହ ନିଜସ୍ବ ପ୍ରତିଭାର ବିକାଶ ପାଇଁ ସ୍ବପ୍ନ ଦେଖିବାକୁ ହେବ। ସ୍ବପ୍ନ ପୂରଣ ପାଇଁ ଦୁଃସାହସିକ ପଦକ୍ଷେପ ନେବାକୁ ହେବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୪ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଡ. ପ୍ରତିଭା ରାୟ ଏହା କହିଛନ୍ତି। ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ସମାରୋହକୁ ଉଦ୍‌ଘାଟନ କରି ଡ. ରାୟ ଆହୁରି କହିଥିଲେ, ଶିକ୍ଷିତ ଯୁବସମାଜଙ୍କର ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା ରଖିଛି। ଯୁବସମାଜ ତଥା ବିଦ୍ୟାର୍ଥୀମାନେ ଶଦ୍ଦର ସତ୍‌ ବ୍ୟବହାର କରିବା ସହ ଦୟା, ପ୍ରେମ, କ୍ଷମା, ମାନବିକତା, କରୁଣା ଚିନ୍ତନକୁ ନିଜ ମଧ୍ୟରେ ଜାଗ୍ରତ କରିବା ଆବଶ୍ୟକ। ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ସହ କୁସଂସ୍କାରକୁ କୁଠାରାଘାତ କରି ସମାଜରୁ ଦୂରେଇବା ହେଉଛି ପ୍ରକୃତରେ ଆଧୁନିକତା। ତେଣୁ ମୂଲ୍ୟବୋଧ ଭିତ୍ତିକ ଆଧୁନିକତାକୁ ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ବଗତ ଭାଷଣ ଦେଇଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ରଞ୍ଜନ ବିଶ୍ୱାଳ ବାର୍ଷିକ ଅଗ୍ରଗତି ସହ ଆଗାମୀ ରୂପରେଖ ସମ୍ପର୍କରେ ବିବରଣୀ ଉପସ୍ଥାପନ କରଥିଲେ। କଲେଜ ଡେଭଲପମେଣ୍ଟ କାଉନ୍‌ସିଲ ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ଡ. ପ୍ରତିଭା ରାୟଙ୍କୁ ପ୍ରଦାନ କରାଯାଇଥିଲା। ଦକ୍ଷିଣ ଓଡିଶାର ବହୁ ପ୍ରାଚୀନ ଲୋକ ସଂସ୍କୃତି, ଲୋକକଳାକୁ ବଞ୍ଚାଇ ରଖିବା ଦିଗରେ ସଂଗ୍ରାମ କରି ଆସୁଥିବା କଳାଶିଳ୍ପୀ ଲକ୍ଷ୍ମଣ ଶବର ଓ ନରସିଂହ ତ୍ରିପାଠୀଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଠ ଉଦ୍‌ଘୋଷକ ହୃଷୀକେଶ ପାଣିଗ୍ରାହୀ ଓ ସାହିତି୍ୟକ ତଥା କବି ପ୍ରଶାନ୍ତ ମହାନ୍ତିଙ୍କୁ ଅଙ୍ଗବସ୍ତ୍ର ସହ ସମ୍ମାନିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରତିଷ୍ଠାତା ସଦସ୍ୟ ତତ୍କାଳୀନ ଛାତ୍ରନେତା ଡା. ସତ୍ୟବ୍ରତ ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ପୁରାତନ ଛାତ୍ର ଭାବେ ସତ୍ୟ ସୁନ୍ଦର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟକୁ ଉତ୍ତମ ସେବା ପ୍ରଦାନ କରିଥିବା ଅଣଶିକ୍ଷକ କର୍ମଚାରୀ ପି. ପର୍ଶୁରାମ ପାତ୍ର, ଏ. ସୂର୍ଯ୍ୟପ୍ରକାଶ ରାଓ, ଏନ୍‌. ଭୀମାରାଜୁ ରେଡ୍ଡୀଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପାଠ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଶତାଧିକ ଛାତ୍ରୀଛାତ୍ରଙ୍କୁ ସ୍ବର୍ଣ୍ଣପଦକ ଓ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଆନ୍ତଃ କଲେଜ ଓଡିଆ ଓ ଇଂଲିଶ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପ୍ରଫେସର ମାନସ ରଞ୍ଜନ ପାତ୍ର, ପ୍ରଫେସର ପ୍ରତାପ କୁମାର ମହାନ୍ତି, ପ୍ରଫେସର ଗୀତାଞ୍ଜଳି ମିଶ୍ର, ପ୍ରଫେସର ପୁଷ୍ପାଞ୍ଜଳୀ ସାମନ୍ତରାୟ, ପ୍ରଫେସର ନୀହାର ରଞ୍ଜନ ମିଶ୍ର, ପ୍ରଫେସର ବିଭୂତି ଭୂଷଣ ମହାପାତ୍ର, ଡ. ଶଙ୍କର ମାଝି, ଡ. ମିହିର କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଏମ୍‌କେସିଜି ମେଡିକାଲ କଲେଜ ଡିନ୍‌ ପ୍ରଫେସର ଡା. ରାଧାମାଧବ ତ୍ରିପାଠୀ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ଭାଗୀରଥି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri