ବୃକ୍ଷରୋପଣକୁ ନେଇ ଅସନ୍ତୋଷ : ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡବାସୀ

ଚମ୍ପୁଆ, ୮ା୬(ଡି.ଏନ.ଏ)-ୱାର୍ଡର ଜବକାର୍ଡଧାରୀମାନେ କାମ ପାଉ ନ ଥିବା ବେଳେ ଅନ୍ୟ ୱାର୍ଡର ଶ୍ରମିକଙ୍କୁ କାମରେ ନିୟୋଜନକୁ ନେଇ ଚମ୍ପୁଆ ଏନଏସିର ୨ନଂ ୱାର୍ଡବାସୀମାନେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ କରୋନା ପାଇଁ ଲକଡାଉନ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ନିଜ ଭିଟା ମାଟିକୁ ଫେରିଛନ୍ତି। ସେହି ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ସରକାର ପ୍ରଥମ ପ୍ରାଥମିକତା ଦେଉଛନ୍ତି। ମାତ୍ର ଚମ୍ପୁଆ ଏନଏସିର ୨ ନଂ ୱାର୍ଡ ପାଞ୍ଚପୋଖରିଆର ଜବ କାର୍ଡଧାରୀ ଓ ସ୍ବୟଂ ସାହାୟକ ଗୋଷ୍ଠୀମାନେ ନିଜ ୱାର୍ଡରେ ହେଉଥିବା ବୃକ୍ଷରୋପଣ କାଯର୍‌ୟକ୍ରମରେ ବାହାର ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିବାରୁ ଅସନ୍ତୋଷ ଦେଖାଦେଇଛି। ସେଥିପାଇଁ ସ୍ଥାନୀୟବାସୀ ଉପଜିଲାପାଳଙ୍କୁ ଭେଟିଛନ୍ତି ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।