Categories: ଜାତୀୟ

‘ବୁଲ୍‌ବୁଲ୍‌’ ତାଣ୍ଡବ: ପଶ୍ଚିମବଙ୍ଗରେ ୮ ମୃତ

କୋଲକାତା,୧୦।୧୧:ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ବାତ୍ୟା ‘ବୁଲ୍‌ବୁଲ୍‌’। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା ତାଣ୍ଡବରେ ଏପର୍ଯ୍ୟନ୍ତ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଏବଂ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବା ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଜଣାପଡିଛି। ବାତ୍ୟା ସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ସରକାର ଲକ୍ଷେ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ବାତ୍ୟା ନେଇ ଫୋନ୍‌ ଯୋଗେ ଆଲୋଚନା କରିଥିଲେ। ଏ ସମୟରେ ରାଜ୍ୟକୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Share