ବୁଲିପାରିଲେନି ବୋଲି କାଠରେ ତିଆରି କଲେ ବିସ୍ମୟ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପିଲାବେଳୁ ସ୍ବପ୍ନ ଥିଲା ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର ଥରେ ଦେଖିବା, ଆଗ୍ରାର ତାଜମହଲ ଆଗରେ ଫଟୋ ଉଠାଇବା, ଆଉ ଇଜିପ୍ଟର ପିରାମିଡ୍‌ ବୁଲିବା। ହେଲେ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଏହି ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଅରୁଣ ସାହୁଙ୍କୁ। ନିଜ ସ୍ବପ୍ନ ପୂରଣ ହୋଇପାରି ନ ଥିଲେ ମଧ୍ୟ ସେହିସବୁ ସ୍ଥାନର ପ୍ରତିକୃତିକୁ ନିର୍ମାଣ କରିବାକୁ ସେ ସ୍ଥିର କରିଥିଲେ। ବାପା ଜଣେ କାଠ କାରିଗର। ତେଣୁ ପିଲାବେଳୁ କାଠ କାମ ସହ ଜଡ଼ିତ ଥିଲେ ଅରୁଣ। ଫଳରେ ସେ କାଠକୁ ଖୋଦେଇ କରି ସୃଷ୍ଟି କରିଛନ୍ତି ବିସ୍ମୟ। ଆଜି ତାଙ୍କ ଦ୍ୱାରା ନିର୍ମିତ ତାଜମହଲ, ପ୍ରସିଦ୍ଧ ପିରାମିଡ୍‌, ଏଫିଲ୍‌ ଟାଓ୍ବାର ଦେଖଣାହାରିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ନିଖୁଣ କାରିଗରି ଓ ହାତର ଯାଦୁରେ ସ୍ବପ୍ନ ନେଇଛି ବାସ୍ତବ ରୂପ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅରୁଣଙ୍କ କାରିଗରି ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।
ଅରୁଣଙ୍କ ବାପା କାଠରେ ବିଭିନ୍ନ ଘରୋଇ ଆସବାବପତ୍ର ପ୍ରସ୍ତୁତ କରୁଥିବାବେଳେ ଅରୁଣ କିନ୍ତୁ କିଛି ଭିନ୍ନ କରିବାକୁ ଚାହିଁଥିଲେ। ଅରୁଣଙ୍କ ଦ୍ୱାରା ନିର୍ମିତ ଓଡ଼ିଶା ବିଧାନସୌଧ, ଧଉଳି ଶାନ୍ତିସ୍ତୂପ, ଦିଲ୍ଲୀର ଇଣ୍ଡିଆ ଗେଟ୍‌, ବମ୍ବେର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ଆଦିର ନିଖୁଣ କଳାକୃତିକୁ ଦେଖିଲେ ଏହା ପ୍ରତିକୃତି ନୁହେଁ ବରଂ ସତ ମନେହେଉଛି। ଆଗାମୀଦିନରେ କାଠରେ ସେ ଭାରତର ପାର୍ଲାମେଣ୍ଟ ହାଉସ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ୍‌ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି ଅରୁଣ କହିଛନ୍ତି।
ଅରୁଣଙ୍କୁ ନିଜ କାରିଗରିର ରହସ୍ୟ ସମ୍ପର୍କରେ ପଚାରିବାରେ ସେ କହିଥିଲେ, ଏହି ସବୁ ସ୍ଥାନ ବୁଲିବା ପିଲାବେଳୁ ମୋର ସ୍ବପ୍ନ ଥିଲା। ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯୁକ୍ତ ୨ ପରେ ଆଉ ପାଠ ପଢିପାରି ନ ଥିଲି। ତେଣୁ ଏସବୁ ସ୍ଥାନ ବୁଲିବି ବୋଲି ଆଶା ଛାଡିଦେଲି। ହେଲେ ନିଜେ ଦେଖିବା ପାଇଁ କାଠରେ ସବୁର ମିନିଏଚର୍‌ କଲି। ସମସ୍ତେ ଭଲ କହିବାରୁ ଏବେ ନୂଆ ନୂଆ ଡିଜାଇନ୍‌ କରୁଛି। ବାଘ ନ ଦେଖିଲେ ବିଲେଇ ଦେଖ ଭଳି ଏହା ମୋ ସ୍ବପ୍ନକୁ ବାସ୍ତବ ରୂପ ଦେଇଛି। ଏବେ କାଠରେ ସମସ୍ତ ବିଶ୍ୱ ଐତିହ୍ୟସ୍ଥଳୀ ଏବଂ ସପ୍ତାଶ୍ଚର୍ଯ୍ୟର ପ୍ରତିକୃତି ନିର୍ମାଣ କରି ଭୁବନେଶ୍ୱରରେ ଏକ ମ୍ୟୁଜିୟମ୍‌ କରିବାକୁ ଭାବୁଛି। ଯଦି ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳନ୍ତା, ତାହେଲେ ମ୍ୟୁଜିୟମ୍‌ ସ୍ବପ୍ନ ପୂରଣ ହୁଅନ୍ତା। ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ତାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତା।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri