Categories: ବରଗଡ଼

ବୁରୁଧ୍‌ ଦମ୍ପତିକଁର ପାସେ ପୁହୁଁଚିଲା ପରଶାସନ

ଗଣ୍ଡତୁରୁମ, ୭ା୧୨ (ଡି.ଏନ.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗଁାର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ସାଲିଣୀକଁର ପାସେ ଗୁରୁବାର ପରଶାସନ ପୁହୁଁଚିଛେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପରଶାସନର ବୁରୁଧ୍‌ ଦମ୍ପତିକୁଁ ସାହାଯ୍‌ର ହାତ ବଢ଼େଇଛେ।
ସୂଚନା ହିସାବେ ମହୁଲପାଲିର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ତାକର ମାଏକିନା ସାଲିଣୀ ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଛନ୍‌। ହେଲେ ଏଭ୍‌ତକ ସେମାନେ ସରକାରକଁର ଭତା ଯୋଜନାରେ ସାମିଲ ହେଇ ନାଇଁପାରି। ଯେନ୍‌ଥିରଲାଗି ବୁରୁଧ୍‌ ଦମ୍ପତି ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଏନ୍‌ତା କି ଘନ ଭତାର ଲାଗି ପାଖାପାଖି ୧୦ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଥିଲେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଇ ଖବର ପଢ଼ି ଜିଲା ଆଇନ୍‌ ସେବା ପ୍ରାଧିକରଣ ସଚିବ ନୀଳିମା ପଣ୍ଡାକଁର ନିରଦେଶରେ ପିଏଲ୍‌ବି ଚନ୍ଦ୍ରଶେଖର ପ୍ରଧାନ ମହୁଲପାଲିରେ ପୁହୁଁଚିଥିଲେ। ସେ ଘନକଁର ଘରକେ ଯାଇ ତାକର ଦୁଖ୍‌ସୁଖ ବୁଝବାର ସଂଗେ ଭତାର ଲାଗି ଆବେଦନ ପତରରେ ଦସ୍‌ଖତ ନେଇଛନ୍‌। ଆବେଦନ ପତର ଡିଏସ୍‌ଏସ୍‌ଓକୁଁ ଦେଇ ଯେତେ ଜଲଦି ହେବା ଭତା କରାବାର ବେବସ୍‌ତା କରାଯିବା ବଲି ପିଏଲ୍‌ବି ପଧାନ କହିଛନ୍‌।