ବୁଢ଼ାବୁଢ଼ି ଭତାରୁ ବଁଚିତ୍‌ କୁଆଦେଇ : ବଢ଼ୁଛେ ବଏସ୍‌, କମୁଛେ ଆଶ୍‌

ଲାଠୋର, ୯ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ବୁଢ଼ାବୁଢ଼ି, ଦିବ୍ୟାଙ୍ଗ ଭତା ପାଏବାରୁ ବଁଚିତ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାରେ।
ସୂଚନା ଅନ୍‌ସାରେ ଲାଠୋର ଗଁାର ବିଧବା ମହିଲା କୁଆଦେଇ କରୁଅଁା(୮୦)। ଆପ୍‌ନେ ବେଠିଆ କରୁଅଁା ଆରପାରକେ ଚାଲିଯିବାର ଆଏଜ୍‌କେ ୩୦ ବଛର ବିତିଗଲାନ। କୁଆଦେଇ ବନେ ବଛରକେତେ ଲାଠୋର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟା ହିସାବେ କାଯ୍‌କରି ନିଜର ପେଟ୍‌ ପାଲୁଥିଲେ। ହେଲେ ବଏସ୍‌ ଅଧ୍‌କା ହେଲାରୁ ସେ କାମ୍‌ କରି ନାଇଁପାରଲେ। ସ୍କୁଲ ଛାଡ଼ିଦେଲା ଉତାରୁ ସେ ଉପେ ଶୂଇନ୍‌ ହେଇ ନିଜର ବିଧବା ଝି’ ଘରେ ଆଶ୍‌ରେ ନେଇଛନ୍‌। ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ପାଉଥିବାର ୧୦ କେ.ଜି ଚାଉଲକେ ଛାଡ଼ିଦେଲେ ବାକି କେହେନ୍‌ସି ସୁବିଧା ନାଇଁ ପାଏବାର। ତାକର ବଏସ୍‌କେ ଦେଖ୍‌ଲେ ସେ ଏହେଦେ ୭ ଶହ ଟଁକା ବୁଢ଼ାବୁଢ଼ି ଭତା ପାଏବାର କଥା। ଭତା ପାଏବାର ଲାଗି ଲାଠୋର ପଁଚେତ୍‌ରେ ଗୁହାରି ବି କରିଥିଲେ। ହେଲେ ଭୋଟ ପରିଚଏ ପତର ଆର ଆଧାର କାର୍ଡ ଅଭାବୁ ପଁଚେତ୍‌ କତୁରପକ୍ଷ ତାହାକୁ ଫିରେଇ ଦେଇଥିଲେ। ଇଆଡ଼େ ଭୋଟ ପରିଚଏ ପତର ଆର ଆଧାର କାର୍ଡ କେନେ୍‌ଥେଇ ସୁବିଧାରେ ଗଁାଗଁଲିର ଲୋକ୍‌ ପାଇପାରବେ ସେଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ସବୁବେଲେ ଚେଷ୍‌ଟା କରୁଛନ୍‌। ହେଲେ ଇ କମ୍‌ରେ ନିୟୋଜିତ ଥିବାର କରମଚାରୀମାନ୍‌କର ଅବହେଲାର ଲାଗି ଆଜି ଇ ନିସାହା ବୁରୁଧ୍‌ ବିଧବା ମହିଲା ଝନ୍‌କ ସବୁପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲକୁଁ ପଚରାଲାରୁ କୁଆଦେଇକଁର ପାସେ ଦରକାରୀ କାଗଜପତର ନଁାଇଁନ। ଯେନ୍‌ଥିରଲାଗି ସେ ସରକାରୀ ସୁବିଧା ପାଏବାରୁ ବଁଚିତ୍‌ ହେଇଛନ୍‌। ମୋର ଦୁଆରା ଯାହା ହେଇପାରବା ନିହାତି ଚେଷ୍‌ଟା କରମି ବଲି ସେ କହିଥିଲେ। ହେଲେ ନିସାହା କୁଆଦେଇ କେନ୍‌ଥେଇ ସୁବିଧାରେ ଭୋଟ ପରିଚଏପତର ଆର ଆଧାର କାର୍ଡ ପାଇପାରବେ ସେ ଦିଗେ ଉଭଏ ପଁଚେତ୍‌ ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ତାହାକୁ ସହଯୋଗ କରବାକେ ଜନସାଧାରନ୍‌ରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri