ବୁଢ଼ାବୁଢ଼ି ଭତାରୁ ବଁଚିତ୍‌ କୁଆଦେଇ : ବଢ଼ୁଛେ ବଏସ୍‌, କମୁଛେ ଆଶ୍‌

ଲାଠୋର, ୯ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ବୁଢ଼ାବୁଢ଼ି, ଦିବ୍ୟାଙ୍ଗ ଭତା ପାଏବାରୁ ବଁଚିତ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାରେ।
ସୂଚନା ଅନ୍‌ସାରେ ଲାଠୋର ଗଁାର ବିଧବା ମହିଲା କୁଆଦେଇ କରୁଅଁା(୮୦)। ଆପ୍‌ନେ ବେଠିଆ କରୁଅଁା ଆରପାରକେ ଚାଲିଯିବାର ଆଏଜ୍‌କେ ୩୦ ବଛର ବିତିଗଲାନ। କୁଆଦେଇ ବନେ ବଛରକେତେ ଲାଠୋର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟା ହିସାବେ କାଯ୍‌କରି ନିଜର ପେଟ୍‌ ପାଲୁଥିଲେ। ହେଲେ ବଏସ୍‌ ଅଧ୍‌କା ହେଲାରୁ ସେ କାମ୍‌ କରି ନାଇଁପାରଲେ। ସ୍କୁଲ ଛାଡ଼ିଦେଲା ଉତାରୁ ସେ ଉପେ ଶୂଇନ୍‌ ହେଇ ନିଜର ବିଧବା ଝି’ ଘରେ ଆଶ୍‌ରେ ନେଇଛନ୍‌। ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ପାଉଥିବାର ୧୦ କେ.ଜି ଚାଉଲକେ ଛାଡ଼ିଦେଲେ ବାକି କେହେନ୍‌ସି ସୁବିଧା ନାଇଁ ପାଏବାର। ତାକର ବଏସ୍‌କେ ଦେଖ୍‌ଲେ ସେ ଏହେଦେ ୭ ଶହ ଟଁକା ବୁଢ଼ାବୁଢ଼ି ଭତା ପାଏବାର କଥା। ଭତା ପାଏବାର ଲାଗି ଲାଠୋର ପଁଚେତ୍‌ରେ ଗୁହାରି ବି କରିଥିଲେ। ହେଲେ ଭୋଟ ପରିଚଏ ପତର ଆର ଆଧାର କାର୍ଡ ଅଭାବୁ ପଁଚେତ୍‌ କତୁରପକ୍ଷ ତାହାକୁ ଫିରେଇ ଦେଇଥିଲେ। ଇଆଡ଼େ ଭୋଟ ପରିଚଏ ପତର ଆର ଆଧାର କାର୍ଡ କେନେ୍‌ଥେଇ ସୁବିଧାରେ ଗଁାଗଁଲିର ଲୋକ୍‌ ପାଇପାରବେ ସେଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ସବୁବେଲେ ଚେଷ୍‌ଟା କରୁଛନ୍‌। ହେଲେ ଇ କମ୍‌ରେ ନିୟୋଜିତ ଥିବାର କରମଚାରୀମାନ୍‌କର ଅବହେଲାର ଲାଗି ଆଜି ଇ ନିସାହା ବୁରୁଧ୍‌ ବିଧବା ମହିଲା ଝନ୍‌କ ସବୁପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲକୁଁ ପଚରାଲାରୁ କୁଆଦେଇକଁର ପାସେ ଦରକାରୀ କାଗଜପତର ନଁାଇଁନ। ଯେନ୍‌ଥିରଲାଗି ସେ ସରକାରୀ ସୁବିଧା ପାଏବାରୁ ବଁଚିତ୍‌ ହେଇଛନ୍‌। ମୋର ଦୁଆରା ଯାହା ହେଇପାରବା ନିହାତି ଚେଷ୍‌ଟା କରମି ବଲି ସେ କହିଥିଲେ। ହେଲେ ନିସାହା କୁଆଦେଇ କେନ୍‌ଥେଇ ସୁବିଧାରେ ଭୋଟ ପରିଚଏପତର ଆର ଆଧାର କାର୍ଡ ପାଇପାରବେ ସେ ଦିଗେ ଉଭଏ ପଁଚେତ୍‌ ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ତାହାକୁ ସହଯୋଗ କରବାକେ ଜନସାଧାରନ୍‌ରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri