ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ

ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ଆଉ କେତେକ ବ୍ୟକ୍ତି ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୭ରେ ମ୍ୟାନମାର ସେନାଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ପଳାଇ ଆସିଥିବା ୭ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ଲୋକ ବାଲାଂଦେଶର କୋକ୍ସ ବଜାରରେ ଥିବା ଏକ ଶିବିରରେ ଶରଣ ନେଇଥିଲେ। ସେଠାରେ ରହୁଥିବା ପ୍ରାୟ ୧୩୦ଜଣ ଶରଣାର୍ଥୀ ବାଲାଂଦେଶ ଉପକୂଳରୁ ମାଲେସିଆ ଅଭିମୂଖେ ଯାଉଥିବା ନୌକାରେ ଯାତ୍ରା କରୁଥିଲେ। ତେବେ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ତଟରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share