ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ ଥୋଡ଼ ବାହାରିବା ସମୟରେ ପାଣିରେ ବୁଡ଼ିଯିବାରୁ ଧାନ ଅଗାଡ଼ି ହେବା ନିଶ୍ଚିତ ହୋଇଛି। ଏହି ବ୍ଲକରେ  କାଶିମପୁର,ପଛାଲୋ,ବମକୁରା,ଖଡିମାହାରା,ପତ୍ରିସାହି, ବାଙ୍କସାହି,ବାହାରବିଲ,ଲେଞ୍ଜରା,ଦିନାଜପୁର ଆଦି ଗ୍ରାମର ଶହ ଶହ ଏକର ଚାଷ ଜମି ବୁଡ଼ିଯିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । କୃଷି ବିଭାଗ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଦାବି ହୋଇଛି।