ବୁଗୁଡ଼ାରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ବୁଗୁଡ଼ା,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ସହରକୁ ଶଟ୍‌ଡାଉନ୍‌ କରାଯାଇଥିଲା। ଫଳରେ ସହରରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ସହ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। କେବଳ ଔଷଧ ଦୋକାନକୁ ଛାଡ଼ି ସହରରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା। ସହରରେ
ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାଶ ଏବଂ ପୋଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ଏଥିସହିତ ନିୟମ ଭଙ୍ଗ କରିଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି।