Categories: ଜାତୀୟ

ବିହାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଶିଶୁ ମୃତ୍ୟୁ ପ୍ରତି ନାହିଁ ଦରଦ: ଖବରଦାତା ସମ୍ମିଳନୀରେ ପଚାରିଲେ ଗଲାଣି କେତେ ଓ୍ବିକେଟ୍‌

ପାଟନା,୧୮।୬: ବିହାରରେ ଜାପାନିଜ୍‌ ଇନସେଫାଲଇଟିସ୍‌ରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇଥିଲେ। ସମ୍ମିଳନୀ ମଝିରେ ମଙ୍ଗଲ ପାଣ୍ଡେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ରେ ଭାରତର କେତେ ଓ୍ବିକେଟ ଗଲାଣି ବୋଲି ଉପସ୍ଥିତ ଜଣେ ଲୋକଙ୍କୁ ପଚାରିଥିଲେ। ସେ ଉତ୍ତରରେ ଚାରି ଓ୍ବିକେଟ କହିଥିଲେ। ମଙ୍ଗଲ ପାଣ୍ଡେଙ୍କ ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ବିରୋଧୀ ଏହାର ବିରୋଧ କରିଛନ୍ତି। ବିରୋଧୀ ମଙ୍ଗଳ ପାଣ୍ଡେଙ୍କ ଇସ୍ତଫା ଦାବି କରିଛନ୍ତି। ଏନେଇ ବିହାର ସରକାର ହରଡ଼ ଘଣାରେ ପଡ଼ିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share