Categories: ଜାତୀୟ

ବିହାର ଜେଲ୍‌ରେ ଛଟ୍‌ ପର୍ବର ଆସର

ପାଟନା,୧।୧୧: ବିହାରୀ ସମ୍ପ୍ରଦାୟର ମୁଖ୍ୟ ପର୍ବ କୁହାଯାଉଥିବା ଛଟ୍‌ ପାଇଁ ଏବେଠାରୁ ଗଁାରୁ ସହର ସଜେଇ ହେଲାଣି। ବିହାରର ଗଳି କନ୍ଦି ଠାରୁ ଆରମ୍ଭ କରି ଏଠାକାର ଜେଲ୍‌ରେ ଛଟି ମା’ଙ୍କ ଗୀତ ଗୁଞ୍ଜରି ଉଠିଲାଣି। ଜେଲ୍‌ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ କଏଦୀମାନେ ଛଟ୍‌ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ସବୁଠାରୁ ବଡ଼ କଥା ହେଲା ସମ୍ପ୍ରଦାୟରୁ ଊର୍ଦ୍ଧ୍ୱରେ ଯାଇ ମୁସଲମାନ କଏଦୀମାନେ ମଧ୍ୟ ଛଟ୍‌ ପର୍ବ ପାଳିଛନ୍ତି। ସେମାନେ ନିଜେ ବ୍ରତ ରଖୁ ନ ଥିବା ବେଳେ ଉପବାସ କରିଥିବା କଏଦୀଙ୍କୁ ସାହାଯ୍ୟ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଛଟ୍‌ ବ୍ରତଧାରୀଙ୍କ ପାଇଁ ସମସ୍ତ ସାମଗ୍ରୀ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜନ କରାଯାଇଛି। ଚଳିତ ଥର ପ୍ରାୟ ୧୧୧ କଏଦୀ ବ୍ରତ ରଖିଥିବା ବେଳେ ସେଥିମଧ୍ୟରୁ ୫୧ ମହିଳା ଓ ୬୦ ପୁରୁଷ ରହିଛନ୍ତି ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଚମ୍ପାରନ୍‌ ଜିଲାର ମୋତିହାରୀ ଜେଲ୍‌ରେ ମଧ୍ୟ ଛଟ୍‌କୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Share